ଧମକାଉଛି ବିଏମ୍‌ସି

ଭୁବନେଶ୍ୱର, ୧୫।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଲୋକଙ୍କ ଉପରେ ଦିନକୁ ଦିନ ଚାପ ବଢ଼ାଇବାରେ ଲାଗିଛି। ଲୋକଙ୍କ ବିରୋଧ ହେଉ ନ ଥିବାରୁ ଏହାର ସୁଯୋଗ ନେଇ ହୋଲ୍‌ଡିଂ ଟିକସ ଖିଲାପକାରୀଙ୍କ ଘର ସିଲ୍‌ କରିବାକୁ ବସିଲାଣି ବିଏମ୍‌ସି। ନିୟମିତ ଟିକସ ପଇଠ କରୁ ନ ଥିବା ଘର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତ ୧୨ତାରିଖରେ ବିଏମ୍‌ସି ଡେପୁଟି କମିଶନର(ରାଜସ୍ବ) ମହାନଗର ନିଗମର ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ଚିଠି ଜାରି କରିଥିବା ନେଇ ରବିବାର ଜଣାପଡ଼ିଛି। ଆବଶ୍ୟକ ସୁବିଧା ସୁଯୋଗ ନ ଯୋଗାଇ ବିଏମ୍‌ସିର ଏଭଳି କାର୍ଯ୍ୟାନୁଷ୍ଠାନ ଦେଶର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳୁନାହିଁ। ସେପଟେ ବିଏମ୍‌ସିର ଏଭଳି ଧମକ ବିଷୟରେ ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଏମ୍‌ସି ଯଦି ଏହାର ନିଷ୍ପତ୍ତିରେ ପରିବର୍ତ୍ତନ ନ କରେ ତେବେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବା ସହ ଆଇନର ଦ୍ୱାରସ୍ଥ ହେବାକୁ ଲୋକମାନେ ଚେତାବନୀ ଦେଲେଣି। ଅପରପକ୍ଷରେ ଲୋକମାନଙ୍କ ଆକ୍ରୋଶକୁ ଦେଖି ବିଏମ୍‌ସିର ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର ସଫେଇ ଦେଇ କହିଛନ୍ତି, ଏହି ନିର୍ଦ୍ଦେଶ ବ୍ୟକ୍ତିଗତ ମାଲିକାନାରେ ଥିବା ଘର ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା କେବଳ ବ୍ୟବସାୟିକ ପ୍ରତିଷ୍ଠାନ ବା ୩ବର୍ଷରୁ ଊର୍ଦ୍ଧ୍ୱ ଧରି ଯେଉଁମାନଙ୍କ ଅଧିକ ଟିକସ ବକେୟା ରହିଥିବ ସେମାନଙ୍କ ବିରୋଧରେ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି(ଓପିଡିଆର୍‌)ଆକ୍ଟ-୧୯୬୨ ଅନୁସାରେ ସାର୍ଟିଫିକେଟ କେସ୍‌ କରିବାକୁ କୁହାଯାଇଛି।
ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ବହୁ ଲୋକ ହୋଲ୍ଡିଂ ଟିକସ ଦେଇ ନାହାନ୍ତି। ତେଣୁ ସେମାନଙ୍କ ବିରୋଧରେ ଯଥାଶୀଘ୍ର ଓପିଡିଆର ଆକ୍ଟ ଅନୁଯାୟୀ ସାର୍ଟିଫିକେଟ କେସ୍‌ ରୁଜୁ କରାଯାଉ। ସେହିପରି ଯେଉଁମାନଙ୍କ ବିରୋଧରେ ସାର୍ଟିଫିକେଟ କେସ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ସେମାନଙ୍କ କୋଠାଗୁଡିକୁ ସିଲ୍‌ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ବ କ୍ଷତି ରୋକିବାକୁ ଏପରି ପଦକ୍ଷେପ ନିଆଯାଇଛି। ତେବେ ଏନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ବିଏମ୍‌ସି ଡେପୁଟି କମିଶନର ମିଶ୍ର କହିଛନ୍ତି, ବଡ଼ ବଡ଼ ଟିକସ ଖିଲାପକାରୀଙ୍କ ବିରୋଧରେ ଓପିଡିଆର୍‌ ଆକ୍ଟ ଅନୁଯାୟୀ ସାର୍ଟିଫିକେଟ କେସ୍‌ କରାଯିବା ଏକ ନିୟମିତ ପ୍ରକ୍ରିୟା। ଏ ସମ୍ପର୍କରେ ଅଡିଟ୍‌ରେ ମଧ୍ୟ ନିର୍ଦ୍ଦେଶନାମା ରହିଛି। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଜୋନାଲ୍‌ ଡେପୁଟି କମିଶନରଙ୍କୁ ଚିଠି କରାଯାଇଛି। ଏଥିରେ କୌଣସି ବ୍ୟକ୍ତିଗତ ଘର ବିରୋଧରେ କେସ୍‌ କରାଯାଏ ନାହିଁ। ତେଣୁ ଜନସାଧାରଣ ଅଯଥାରେ ଭୟଭୀତ ହେବା ଠିକ୍‌ ନୁହେଁ। ସେହିପରି ୨୦୧୯ରେ ନୂଆ ବେଞ୍ଚମାର୍କ ଭାଲ୍ୟୁଏଶନ୍‌ ଅନୁଯାୟୀ ଟିକସ ଧାର୍ଯ୍ୟ କରାଯାଇଛି। ତେବେ ନୂଆ ଧାର୍ଯ୍ୟ ଟିକସ ଦେଇ ନ ଥିବା ଘରଗୁଡିକୁ ସିଲ୍‌ କରାଯିବ ବୋଲି ଯେଉଁ ସନ୍ଦେହ ଜାତ ହେଉଛି ତାହା ସମ୍ପୂର୍ଣ୍ଣ ଅମୂଳକ ବୋଲି ମିଶ୍ର କହିଛନ୍ତି।
ବିଏମ୍‌ସିର ଏଭଳି ନିର୍ଦ୍ଦେଶ ପରେ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବମିଖାଲ୍‌ ଅଞ୍ଚଳରେ ରହୁଥିବା ସୁକାନ୍ତୀ ଚାନ୍ଦଙ୍କ କହିବା ହେଲା କୋଭିଡ୍‌-୧୯ ସମୟରେ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବାବେଳେ ବିଏମ୍‌ସି ଅଧିକ ଟିକସ ସଂଗ୍ରହ କରିବାକୁ ଚାହୁଁଛି। ପୂର୍ବରୁ ହୋଲ୍‌ଡିଂ ଟିକସ ବାବଦରେ ତାଙ୍କୁ ୭୦୦ଟଙ୍କା ଦେବାକୁ ପଡ଼ୁଥିଲା। ଏବେ ମାସିକ ୧୭ହଜାର ଟଙ୍କା ଦେବାକୁ କୁହାଯାଉଛି। ଏପରି କି ବିଏମ୍‌ସି କର୍ତ୍ତୃପକ୍ଷ ଏବେ ଟିକସ ନ ଦେଲେ ଘର ସିଲ୍‌ କରିବାକୁ ମଧ୍ୟ ଧମକ୍‌ ଦେଲେଣି। ଏହା କେବଳ ଲୋକଙ୍କ ଉପରେ ଅଧିକ ଚାପ ସୃଷ୍ଟି କରୁ ନାହିଁ ବରଂ ଜୋର ଜବରଦସ୍ତ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରାଯାଉଛି, ଯାହାକି ବେଆଇନ। ବିଏମ୍‌ସି କର୍ତ୍ତୃପକ୍ଷ ଏହାର ପୁନର୍ବିଚାର ନ କଲେ, ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ଲୋକମାନେ ପଛାଇବେ ନାହିଁ। ଭୀମଟାଙ୍ଗୀ ଅଞ୍ଚଳରେ ରହୁଥିବା ରଞ୍ଜିତ ବେହେରା କହିଛନ୍ତି ସେ ପ୍ରତିବର୍ଷ ଠିକ୍‌ ସମୟରେ ବିଏମ୍‌ସିକୁ ଟିକସ ପୈଠ କରିଥାନ୍ତି। ତେବେ ଗତ ୩ବର୍ଷ ହେବ କିଛି ବ୍ୟକ୍ତିଗତ କାରଣରୁ ଏହି ଟିକସ ପୈଠ କରିପାରି ନାହାନ୍ତି। ପୂର୍ବରୁ ଟିକସ ପୈଠ ନ କଲେ ବିଏମ୍‌ସିରୁ ଲୋକ ଘରକୁ ଆସନ୍ତି କିମ୍ବା ଫୋନ୍‌ କରନ୍ତି। ମାତ୍ର ଏବେ ୩ବର୍ଷ ହେବ ବିଏମସ୍‌ିରୁ କେହି ଆସିନାହାନ୍ତି। ତେବେ ହଠାତ୍‌ ଏବେ ବାକିଆ ଟିକସ ପୈଠ ନେଇ ବିଏମ୍‌ସିର ଏଭଳି ନିର୍ଦ୍ଦେଶନାମା ସାଧାରଣ ଲୋକଙ୍କୁ ଭୟଭୀତ କରାଇଛି। ସେହିପରି ସତ୍ୟନଗର ଅଞ୍ଚଳରେ ରହୁଥିବା ଜଣେ ମହିଳା ବ୍ୟବସାୟୀ ରଶ୍ମିରେଖା ବେହେରାଙ୍କ କହିବା ହେଲା, ସେ ଗତ ୨ବର୍ଷ ହେବ ବିଏମ୍‌ସିର ଟିକସ ଦେଇନାହାନ୍ତି। ତେବେ ବାକିଆ ଟିକସ ଥିବା ଲୋକଙ୍କ ଘର, ଦୋକାନ ସିଲ୍‌ ହେବା କଥା ଶୁଣିବା ପରେ ଭୟଭୀତ ହୋଇଯାଇଛନ୍ତି। ବିଏମ୍‌ସିର ଏଭଳି ନୂଆ ନୂଆ ନିୟମ ହଇରାଣରେ ପକାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri