Posted inଜାତୀୟ

ଅନ୍ୟ ଜଣେ ଯୁବତୀଙ୍କ ପ୍ରେମରେ ସ୍ବାମୀ, ସ୍ତ୍ରୀ ଦେଲେ ଏମିତି ଅଫର୍‌

ଭୋପାଳ,୫।୧୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ମିଳିଛି। ଜଣେ ସ୍ତ୍ରୀ ଦେଢ ଼ କୋଟି ଟଙ୍କା ନେଇ ତାଙ୍କ ସ୍ବାମୀଙ୍କୁ ପ୍ରେମିକାଙ୍କ ସହ ଛାଡି ଦେଇଥିଲେ। ଫ୍ୟାମିଲି କୋର୍ଟରେ କିଛି ଦିନ ପୂର୍ବରୁ ଏକ ଅଭିଯୋଗ ଆସିଥିଲା। ଜଣେ ନାବାଳିକା ଅଭିଯୋଗ କରିଥିଲେ ଯେ, ପିତା ନିଜ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଥିବାରୁ ଘରେ ଝଗଡା କରୁଛନ୍ତି। ଏହି କାରଣରୁ ଘରର ପରିବେଶ ଖରାପ ହେଉଛି। ସେ ଏବଂ ତାଙ୍କ ଭଉଣୀ ଅଧ୍ୟୟନ କରିବାକୁ ମନ ଲାଗୁ ନାହିଁ। ଲଗାତାର ଝଗଡା ହେତୁ ନାବାଳିକା ଫ୍ୟାମିଲି କୋର୍ଟରେ ଏହି ବିଷୟରେ ଅଭିଯୋଗ କରିଥିଲେ। ନାବାଳିକାଙ୍କ ଅଭିଯୋଗ ପରେ ସ୍ବାମୀ-ସ୍ତ୍ରୀଙ୍କୁ ପରାମର୍ଶ ପାଇଁ ଡକାଯାଇଥିଲା ଏବଂ ଜାଣିବାକୁ ମିଳିଥିଲା ଯେ ଯେଉଁ ମହିଳାଙ୍କ ସହିତ ସ୍ବମୀଙ୍କର ସମ୍ପର୍କ ଅଛି, ସେ ତାଙ୍କଠାରୁ ବଡ଼ ଏବଂ ତାଙ୍କ ଅଫିସରେ କାମ କରନ୍ତି । ସ୍ବାମୀ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଏକାଠି ରହିବାକୁ ଚାହାଁନ୍ତି କିନ୍ତୁ ସ୍ତ୍ରୀ ଏହାକୁ ଅନୁମତି ଦେଇନାହାନ୍ତି। ଅନେକ ପଦକ୍ଷେପ ପରାମର୍ଶ ପରେ, ଶେଷରେ ସମସ୍ୟାର ସମାଧାନ ହେଲା। ସ୍ତ୍ରୀ ଗୋଟିଏ ସର୍ତ୍ତରେ ସ୍ବାମୀଙ୍କୁ ଛାଡିବାକୁ ରାଜି ହୋଇଥିଲେ। ଗର୍ଲଫ୍ରେଣ୍ଡ ତାଙ୍କୁ ଏକ ଫ୍ଲାଟ ଏବଂ ପ୍ରାୟ ୨୭ଲକ୍ଷ ଟଙ୍କା ତାଙ୍କ ପ୍ରେମିକର ସ୍ତ୍ରୀଙ୍କୁ ଦେଇଥିଲେ। ଯାହା ପରେ ସେ ତାଙ୍କ ପ୍ରେମ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଆଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଉପରୁ ହଟିଲା କଟକଣା

ମୁମ୍ବାଇ,୧୦।୧୧: ଦୀର୍ଘ ୧୪ ମାସ ପରେ ବଲିଉଡ୍‌ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଉପରୁ କଟକଣା ଉଠାଇଛନ୍ତି ସ୍ବତନ୍ତ୍ର ଆଣ୍ଟି ଡ୍ରଗ୍ସ କୋର୍ଟ। ଏଥିସହିତ...

କରୋନାକୁ ହରାଇ ଘରକୁ ଫେରିଲେ କୋଲକାତାର ଏହି ୯୯ ବୟସ୍କ ବୃଦ୍ଧ

କୋଲକାତା,୩।୭: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ମହାମାରୀରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ଥିଲେ ହେଁ ଶହ ଶହ...

କରୋନାରେ ପଦ୍ମଶ୍ରୀ ନିର୍ମଳ ସିଂଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨।୪: ସ୍ବର୍ଣ୍ଣ ମନ୍ଦିରରର ପୂର୍ବତନ ହଜୁରି ରାଗି ଜିଆନି ନିର୍ମଳ ସିଂଙ୍କର କରୋନା ଭାଇରସ ସଂକ୍ରମଣରେ ଗୁରୁବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନିକିଟରେ ସେ...

ବାଣଭର୍ତ୍ତି ସପୁରି ଖୁଆଇ ହାତୀକୁ ମାରିବା ଘଟଣା:ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ/ପାଲାକ୍କଡ,୫ା୬:କେରଳର ମାଲାପୁରମ୍‌ରେ ଏକ ଗର୍ଭିଣୀ ହାତୀକୁ ବାଣଭର୍ତ୍ତି ସପୁରି ଖୁଆଇ ହତ୍ୟା କରିବା ଭଳି ଅମାନୁଷିକ ବର୍ବରତାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଛି।...

ରାଜଧାନୀରୁ ହଟିବ କରୋନା କଟକଣା

ନୂଆଦିଲ୍ଲୀ,୨୫।୧: ରାଜଧାନୀ ଦିଲ୍ଲୀରେ ଜାରି ରହିଥିବା କରୋନା କଟକଣା ଖୁବଶୀଘ୍ର ପ୍ରତ୍ୟାହାର ହେବ। ବର୍ତ୍ତମାନ ସଂକ୍ରମଣ କମିଥିବାରୁ ଦିଲ୍ଲୀ ସରକାର କଟକଣା ହଟାଇବାକୁ ଚିନ୍ତା କରୁଥିବା...

ଭାରତୀୟଙ୍କୁ ସତର୍କ କରାଇଲା ଦୂତାବାସ

ନୂଆଦିଲ୍ଲୀ, ୩।୨(ପି.ଟି.): ମ୍ୟାନ୍‌ମାରରେ ସାମରିକ ବିଦ୍ରୋହ ପରେ ସେଠାରେ ଥିବା ଭାରତୀୟମାନଙ୍କୁ ଦୂତାବାସ ପକ୍ଷରୁ ସତର୍କ କରିଦିଆଯାଇଛି। ଅତି ଜରୁରୀ ନ ଥିଲେ ବାହାରକୁ ନ...

ରାଜନୈତିକ ଦଳଙ୍କୁ ଆଦର୍ଶ ଆଚରଣ ବିଧିର ମନେ ପକାଇଲେ ନିର୍ବାଚନ କମିଶନ, ପ୍ରଚାରରେ ପୂଜା ସ୍ଥଳର ନ ହେଉ ବ୍ୟବହାର…

ନୂଆଦିଲ୍ଲୀ,୨୧।୧ : ୩ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ବିଭିନ୍ନ ଉପ-ନିର୍ବାଚନ ପୂର୍ବରୁ ର୍ନିବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ଆଇନର ଧାରା ଏବଂ...

ଜଗନମୋହନଙ୍କ ନୂଆ ଯୋଜନା: ଆନ୍ଧ୍ରପ୍ରଦେଶରେ ହେବ ୩ ରାଜଧାନୀ

ହାଇଦ୍ରାବାଦ୍‌,୧୮।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ରାଜ୍ୟରେ ୩ ରାଜଧାନୀ ପ୍ରତିଷ୍ଠା ପାଇଁ ନୂଆ ଯୋଜନା କରିଛନ୍ତି। ଏନେଇ ବିଧାନସଭାରେ ସେ ସଙ୍କେତ ଦେଇଛନ୍ତି।...

Advertisement
Archives

Model This Week