ଭୋପାଳ ଗ୍ୟାସ ଦୁର୍ଘଟଣା

ସୂତ୍ରପାତ ଓ ଅଗ୍ରଗତି: ୧୯୮୪ ମସିହା ଅକ୍ଟୋବର ମାସରେ ଜଣାପଡ଼ିଥିଲା ଯେ, ତିନୋଟି ଟାଙ୍କି ମଧ୍ୟରୁ ଗୋଟିଏ ଟାଙ୍କି ଉଚ୍ଚ ଚାପଯୁକ୍ତ ନାଇଟ୍ରୋଜେନ୍‌ ଗ୍ୟାସ୍‌କୁ ଧାରଣ କରିବାକୁ ସକ୍ଷମ ହେଉନାହିଁ। ଫଳରେ ଏହି ଟାଙ୍କି ମଧ୍ୟରୁ ଜଳୀୟବାଷ୍ପ ତଥା ଅନ୍ୟ ଅଶୁଦ୍ଧ (Impurity) ପଦାର୍ଥକୁ ଫଳପ୍ରଦ ରୂପେ ପଦାକୁ ସ୍ଥାନାନ୍ତରିତ କରାଯାଇ ପାରୁନାହିଁ। ୧୯୮୪ ମସିହା ଡିସେମ୍ବର ମାସ ସୁଦ୍ଧା କାରଖାନାର ଅଧିକାଂଶ ସୁରକ୍ଷା ବ୍ୟବସ୍ଥା, ଭାଲଭ ତଥା ପାଇପ୍‌ ଠିକ୍‌ ରୂପେ କାର୍ଯ୍ୟ କରୁନଥିଲା। ଡିସେମ୍ବର ୨ ତାରିଖ ଦିନ ସନ୍ଧ୍ୟାରେ ଶ୍ରମିକମାନେ ଏହି ଟାଙ୍କି ସହିତ ସଂଯୁକ୍ତ ପାର୍ଶ୍ୱସ୍ଥ ଏକ ରୁଦ୍ଧ ପାଇପକୁ ପାଣି ଦ୍ୱାରା ସଫା କରିବା ପାଇଁ ଚେଷ୍ଟା କରିଥିଲେ। ସେଥିରୁ ପାଣି କୌଣସିମତେ ଯାଇ ଉକ୍ତ ଟାଙ୍କିରେ ପ୍ରବେଶ କରିଥିଲା। ସେହି ସମୟରେ ଏହି ଟାଙ୍କିରେ ସମୁଦାୟ ୪୨ ଟନ୍‌ ମିଥାଇଲ୍‌ ଆଇସୋସ୍ୟାନେଟ୍‌ ଗ୍ୟାସ୍‌ ମହଜୁଦ ରହିଥିଲା। ଫଳରେ ମିଥାଇଲ୍‌ ଆଇସୋସ୍ୟାନେଟ୍‌ ଗ୍ୟାସ୍‌ ସହିତ ପାଣିର ଏକ ବିସ୍ଫୋରକ ରାସାୟାନିକ ପ୍ରତିକ୍ରିୟା ସଂଘଟିତ ହୋଇଥିଲା ଯାହା ଅନ୍ୟ କିଛି କାରକ ଯଥା କଳଙ୍କି ଲାଗିଥିବା ପାଇପ୍‌ରୁ ଝଡୁଥିବା ଲୁହାଗୁଣ୍ଡ ତଥା ବିଭିନ୍ନ ଅଶୁଦ୍ଧ ପଦାର୍ଥର ଉପସ୍ଥିତି ଯୋଗୁଁ ତ୍ୱରାନିତ ହୋଇଥିଲା। ଏହି ପ୍ରତିକ୍ରିୟାରୁ ପ୍ରଚୁର ତାପ ନିର୍ଗତ ହୋଇଥିଲା। ଟାଙ୍କିର ଗ୍ୟାସ୍‌ ଚାପର ମୂଲ୍ୟ ରାତ୍ରି ୧୦.୩୦ ସମୟରେ ମାତ୍ର ୨ PSI ଥିଲାବେଳେ ୧୧.୩୦ ସମୟ ବେଳକୁ ବଦ୍ଧି ପାଇ ୧୦ PSI ମୂଲ୍ୟରେ ପହଞ୍ଚତ୍ଥିଲା। ୧୨.୪୫ ସମୟ ମଧ୍ୟରେ ଟାଙ୍କିର ଅବସ୍ଥା ଚରମ ସୀମାରେ ପହଞ୍ଚତ୍ ଗ୍ୟାସ୍‌ ଚାପର ମୂଲ୍ୟ ଆଶାତୀତ ଭାବେ ୪୦ PSI ଏବଂ ପରେ ୫୦ PSI କୁ ଟପି ଯାଇଥିଲା, ଯାହା ନିରାପଦ ମୂଲ୍ୟଠାରୁ ଥିଲା ଯଥେଷ୍ଟ ଅଧିକ। ତାପମାତ୍ରା ମଧ୍ୟ ବିପଜ୍ଜନକ ଭାବେ ୨୫୦ ସେଲସିୟସ୍‌ ସ୍ଥିତିରେ ପହଞ୍ଚି ଯାଇଥିଲା। ଏହି ଉଚ୍ଚ ଚାପକୁ ସହ୍ୟ କରିବା ଦୁର୍ବଳ ଟାଙ୍କି ପକ୍ଷରେ ସମ୍ଭବପର ନଥିଲା। ଫଳରେ ଟାଙ୍କିର କଙ୍କ୍ରିଟ୍‌ ସ୍ଲାବ୍‌ ଫାଟି ଗ୍ୟାସ୍‌ ପ୍ରବଳ ବେଗରେ ପଦାକୁ ନିର୍ଗତ ହୋଇଥିଲା ଓ ସଙ୍ଗେସଙ୍ଗେ ଘନ ବାଦଲ ଆକାରରେ ଆଖପାଖରେ ଘୋଟି ଯାଇଥିଲା। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କାରଖାନାର ନିମ୍ନୋକ୍ତ ତିନୋଟି ସୁରକ୍ଷା ବ୍ୟବସ୍ଥା ସୂଚାରୁ ରୂପେ କାର୍ଯ୍ୟ କରୁ ନ ଥିବାରୁ ବିଷାକ୍ତ ଗ୍ୟାସ୍‌ ନିର୍ଗମନର ମାତ୍ରାକୁ ନିୟନ୍ତ୍ରଣ କରାଯାଇ ପାରିନଥିଲା। କାରଖାନାରେ ଭଣ୍ଡାରଣ ଟାଙ୍କିର ତାପମାତ୍ରାକୁ ନିୟନ୍ତ୍ରଣ ରଖିବା ପାଇଁ ଏକ ଶୀତଳକ ରେଫ୍ରିଜରେସନ୍‌ ବ୍ୟବସ୍ଥା ୧୯୮୨ ମସିହାରୁ ଅକାମୀ ହୋଇ ପଡ଼ିଥିଲା ଓ ପରବର୍ତ୍ତୀ ୧୯୮୪ ମସିହାରେ ଶୀତଳକ ପଦାର୍ଥ ରୂପେ ବ୍ୟବହାର କରାଯାଉଥିବା ଫ୍ରିୟନ୍‌ ପଦାର୍ଥକୁ ସମ୍ପୂର୍ଣ୍ଣ ରୂପେ ସ୍ଥାନାନ୍ତରିତ କରି ଅନ୍ୟତ୍ର ବିନିଯୋଗ କରାଯାଇଥିଲା। ଆହୁରି ମଧ୍ୟ ଉଚ୍ଚ ତାପମାତ୍ରାରେ ସକ୍ରିୟ ହେଉଥିବା କାରଖାନାର ସତର୍କଘଣ୍ଟି ବ୍ୟବସ୍ଥା (ଯାହା ୧୧୦ ସେଲସିୟସ୍‌ ତାପମାତ୍ରାରେ ବାଜିଉଠିବା କଥା)କୁ ବହୁ ଦିନ ପୂର୍ବରୁ କାଢ଼ି ନିଆଯାଇଥିଲା। ଫଳରେ ତାପମାତ୍ରା ୧୫୦ ରୁ ୨୫୦ ମୂଲ୍ୟରେ ପହଞ୍ଚତ୍ ନିରାପଦ ସୀମା ବାହାରକୁ ଚାଲି ଯାଇଥିଲେ ସୁଦ୍ଧା ଏହି ସତର୍କଘଣ୍ଟି ବାଜି ନଥିଲା।
ଟାଙ୍କିରୁ ଅଜାଣତ ବଶତଃ ନିର୍ଗତ ବିଷାକ୍ତ ମିଥାଇଲ୍‌ ଆଇସୋସ୍ୟାନେଟ୍‌ ଗ୍ୟାସକୁ ପୋଡ଼ି ନିଷ୍କ୍ରିୟ କରିଦେବା ନିମନ୍ତେ କାରଖାନାରେ ଏକ ଗ୍ୟାସ୍‌ ପ୍ରଜ୍ୱଳନ ସ୍ତମ୍ଭ (Flare Tower)ର ବ୍ୟବସ୍ଥା ଥିଲା। ମାତ୍ର ଏହାର ଗୋଟିଏ ପାଇପ୍‌ ଫାଟି ଯାଇଥିବାରୁ ଏହି ବ୍ୟବସ୍ଥା ବହୁ ଆଗରୁ ଅକାମୀ ହୋଇଯାଇଥିଲା। ଟାଙ୍କିର ଲିକ୍‌କୁ ତୁରନ୍ତ ସିଲ୍‌ କରିବା ପାଇଁ ଏକ ସୁରକ୍ଷା ବ୍ୟବସ୍ଥା (Vent Gas Scrubber) ଥିଲା ଯାହା ସାଧାରଣତଃ ଚୂନ ଭଳି ଏକ ପଦାର୍ଥ ‘କଷ୍ଟିକ୍‌ ସୋଡ଼ା’କୁ ବ୍ୟବହାର କରି ଆବଶ୍ୟକୀୟ ମରାମତି କାର୍ଯ୍ୟ ସମ୍ପାଦନ କରୁଥିଲା। ମାତ୍ର ଘଟଣା ସମୟରେ ଏହି ବ୍ୟବସ୍ଥାକୁ ସୁପ୍ତ ଅବସ୍ଥାରେ ରଖାଯାଇଥିଲା ଏବଂ ଆହୁରି ମଧ୍ୟ ଏହି ବ୍ୟବସ୍ଥାରେ ନିର୍ଗତ ଗ୍ୟାସ୍‌ର ବିଶାଳ ଉତ୍ସକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ମାତ୍ରାରେ କଷ୍ଟିକ୍‌ ସୋଡ଼ା ପଦାର୍ଥ ଉପଲବ୍ଧ ନଥିଲା।
ଇତିମଧ୍ୟରେ ଦୀର୍ଘ ୩୮ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏବେବି ଏହି ଗ୍ୟାସ୍‌ ଦୁର୍ଘଟଣାର କ୍ଷତ ଭୋପାଳବାସୀଙ୍କ ମନରୁ ଲିଭି ନାହିଁ। ଏବେବି ବହୁ ଲୋକ ବଞ୍ଚତ୍ଛନ୍ତି ଯେଉଁମାନେ ସେଦିନର ସେହି ମର୍ମନ୍ତୁଦ ଘଟଣା ସ୍ବଚକ୍ଷୁରେ ଦେଖିଛନ୍ତି ଓ ବିଷାକ୍ତ ଗ୍ୟାସ୍‌ର ସଂସ୍ପର୍ଶରେ ଆସିଛନ୍ତି। ଗ୍ୟାସ୍‌ର ପ୍ରଭାବରେ ଏବେବି ସେଠାକାର ମୃତ୍ତିକା ଓ ଭୂତଳ ଜଳ ବିଷାକ୍ତ ପାଲଟିଯାଇଛି। ଏବେବି ବଞ୍ଚତ୍ୟାଇଥିବା କିଛି ଲୋକଙ୍କର ଶିଶୁ ବିକଳାଙ୍ଗ କିମ୍ବା ମାନସିକ ଅନଗ୍ରସର ହୋଇ ଜନ୍ମ ହେଉଛନ୍ତି।

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ, ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,
ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?