Photo: ଉଦଘାଟନ ହେଲା ନବନିର୍ମିତ ଭୀମ୍‌ରାଓ ଆମ୍ବେଡକର ବସ୍‌ ଟର୍ମିନାଲ, ଦେଖନ୍ତୁ କ’ଣ ରହିଛି ନୂଆ ସୁବିଧା ସୁଯୋଗ

ଭୁବନେଶ୍ୱର,୧ା୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭୁବନେଶ୍ୱର ବରମୁଣ୍ଡାଠାରେ ନବନିର୍ମିତ ବାବା ସାହେବ ଭୀମ୍‌ରାଓ ଆମ୍ବେଡକର ବସ୍‌ ଟର୍ମିନାଲର ଶୁଭ ଉଦ୍‌ଘାଟନ କରିଛନ୍ତି। ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସ୍‌ ଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସ୍‌ ଷ୍ଟାଣ୍ଡ।

Image

ଦୈନିକ ଶହ ଶହ ବସ୍‌ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ଯାତାୟତ ହୋଇଥାଏ। ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବରମୁଣ୍ଡା ବସ୍‌ଷ୍ଟାଣ୍ଡର ରୂପାନ୍ତରଣ କରାଯାଇଛି। ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ନବନିର୍ମିତ ବସ୍‌ ଷ୍ଟାଣ୍ଡରେ ମିଳିବାକୁ ଥିବା ସୁବିଧା ସୁଯୋଗ ସମ୍ଭନ୍ଧରେ।

Image

1.ଏଠାରେ ଜରୁରୀ କାଳୀନ ଚିକିତ୍ସା ପାଇଁ ରହିବେ ଡାକ୍ତର।
2. ଗନ୍ତବ୍ୟ ସ୍ଥଳକୁ ଯିବା ଆସିବା ସମୟରେ ଭଲମନ୍ଦ ଜିନିଷ କିଣିବାକୁ ରହିଛି ବ୍ୟବସାୟିକ କମ୍ପ୍ଲେକ୍ସ।
3. ଉପର ମହଲାକୁ ଯିବା ଏବଂ ତଳକୁ ଆସିବା ପାଇଁ ରହିଛି ଏସ୍କାଲେଟର ଓ ଲିଫ୍ଟ।
4. ଗନ୍ତବ୍ୟ ସ୍ଥଳକୁ ଯିବା ପୂର୍ବରୁ କିମ୍ବା ଆସିବା ପରେ ଯାତ୍ରୀଙ୍କ ପାଇଁ ରହିଛି ବିଶାଳ ପ୍ରତିକ୍ଷାଳୟ।
5. ଯାତ୍ରୀମାନେ କୌଣସି ଅସୁବିଧା କିମ୍ବା ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସାହାଯ୍ୟ କରିବାକୁ ପୋଲିସ୍‌ ଫାଣ୍ଡି ରହିଛି।
6. ଦୂରଯାତ୍ରା କରି ଥକି ଯାଇଥିବା ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମ କକ୍ଷ ରହିଛି।
7. ଗରିବ ଗୁରୁବା ଲୋକ ମାନଙ୍କ ପାଇଁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇଦେବାକୁ ଏଠାରେ ଆହାର କେନ୍ଦ୍ର ରହିଛି।
8. ସେହିଭାଲ ମନମୁତାବକ ଖାଇବା ପାଇଁ ଫୁଡ୍ କୋର୍ଟ ରହିଛି।
9. ପୂର୍ବରୁ ଲୋକେ ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଆସି ନାକ ଟେକୁଥିବା ବେଳେ ବର୍ତମାନ ଏୟାରପୋର୍ଟ ଭଳି ଯାତ୍ରୀମାନେ ଏଠାରେ ସବୁ ସୁବିଧା ପାଇ ପାରିବେ।
10. ସେହିଭଳି ଏଠାରେ ମିଲେଟ୍ ଶକ୍ତି କାଫେ, ORMAS ଏବଂ କୋରାପୁଟ କଫି ମଧ୍ୟ ମିଳିବ।

Image

ଏହା ବ୍ୟତୀତ ବସ୍‌ ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟର, ସମ୍ମିଳନୀ କକ୍ଷ, ସୁବିଧା ପରିଚାଳନା କାର୍ଯ୍ୟାଳୟ, ବସ୍ ମାଲିକ ସଂଘ କାର୍ଯ୍ୟାଳୟ, OSRTC କାର୍ଯ୍ୟାଳୟ, OSRTC ଟିକେଟ୍ କାଉଣ୍ଟର,ଏଟିଏମ୍, ବେବି ଫିଡିଂ ରୁମ୍ ମଧ୍ୟ ରହିଛି। ଏସି ଏବଂ ନନ୍ ଏସି ସମେତ ମୋଟ ୧୨୯ ଦୋକାନଗୁଡିକ ମଧ୍ୟ ରହିଛି।

Image

ସେହିଭଳି ଟର୍ମିନାଲ୍ ପରିସରରେ ୧୦୦ରୁ ଅଧିକ ଅଟୋ-ରିକ୍ସା ଏବଂ ୨ଓରୁ ଅଧିକ ଟ୍ୟାକ୍ସି ପାର୍କିଂ ସ୍ଥାନ ସହିତ ୮୫ରୁ ଅଧିକ ଦୁଇ ଚକିଆ ପାର୍କିଂ ପାଇଁ ସ୍ଥାନ ଅଛି। ବ୍ୟକ୍ତିଗତ କାର ଏବଂ ବାଇକ୍ ପାଇଁ ଷ୍ଟିଲ୍ ଫ୍ଲୋରରେ ପ୍ରତ୍ୟେକ ୨୦ ଟି ପାର୍କିଂ ସ୍ଲଟ୍ ଅଛି। ଟର୍ମିନାଲରେ ସମୁଦାୟ ୪୪ ଆକ୍ଟିଭ୍ ବସ୍ ରହଣୀସ୍ଥଳ ରହିଛି, ସିଟି ବସ୍ ସେବା ପାଇଁ ୫ ଟି ରହଣୀସ୍ଥଳ ଏବଂ ନିଷ୍କ୍ରିୟ ପାର୍କିଂ ପାଇଁ ୧୧୧ ବସ୍ ରହଣୀସ୍ଥଳ ଅଛି। ଏହା ବ୍ୟତୀତ ଟର୍ମିନାଲରେ ଥିବା ସୁବିଧା ଗୁଡିକ ହେଉଛି ଗ୍ରାଉଣ୍ଡ ଫ୍ଲୋର- ଯାତ୍ରୀମାନଙ୍କ ପାଇଁ ଅପେକ୍ଷା କରିବା ସ୍ଥାନ, ପାଣି ଟ୍ୟାପ୍ ମଧ୍ୟ ରହିଛି।

Image

 


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ, ୧୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ…

ନୂଆଦିଲ୍ଲୀ,୧୮।୯: ପାସପୋର୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।ବିଦେଶ ମନ୍ତ୍ରଣାଳୟ (MEA) ପାସପୋର୍ଟ ନିୟମରେ କିଛି ପରିବର୍ତ୍ତନ ଘୋଷଣା କରିଛି । ‘ପାସପୋର୍ଟ (ସଂଶୋଧନ) ନିୟମ,…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

କମିବ ଧାନ ଅମଳ, ବଢ଼ିପାରେ ଚାଉଳ ଦର! ଏବର୍ଷ ୬.୫% ଉତ୍ପାଦନ ହ୍ରାସ ଆଶଙ୍କା

ମୁମ୍ବାଇ,୧୮।୯(ରଏଟର୍ସ): ରାଇସ୍‌ ଏକ୍ସପୋର୍ଟର୍ସ ଆସୋସିଏଶନ (ଚାଉଳ ରପ୍ତାନିକାରୀ ସଂଘ)ର ସଭାପତି ବି.ଭି. କୃଷ୍ଣା ରାଓଙ୍କ ସୂଚନା ଅନୁଯାୟୀ, କମ୍‌ ବର୍ଷା ଯୋଗୁ ଅମଳ ହ୍ରାସ ପାଇବ। ଆକଳନ…

ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ, ଇରାନ କହିଲା ଆମେରିକୀୟ ପ୍ରରୋଚନାରେ…

ତେହରାନ,୧୮।୯: ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଇରାନ ଆକ୍ରମଣ କରିଛି। ଟୋଗୋର ତୈଳ ବୋଝେଇ ଜାହାଜ ଉପରେ ଏହି ଆକ୍ରମଣ କରିଛି ଇରାନ। ତେବେ ଜାହାଜଟି…

ଘୂର୍ଣ୍ଣିବଳୟ ସକ୍ରିୟ: ୨୩ ଯାଏ ପ୍ରବଳ ବର୍ଷା, ସତର୍କ ଜାରି କରି ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୧୮ା୯: ଉତ୍ତର ଥାଇଲାଣ୍ଡ ଉପରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଉପରେ…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ଉପନିର୍ବାଚନ ପୂର୍ବରୁ ଇସିଙ୍କ ପଦକ୍ଷେପ; ତୃଣମୂଳ କଂଗ୍ରେସର ନାମ, ଚିହ୍ନ ଉପରେ ରୋକ

ନୂଆଦିଲ୍ଲୀ,୧୮।୯(ପି.ଟି.): ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଉପନିର୍ବାଚନ ପୂର୍ବରୁ ‘ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ’ (ଏଆଇଟିସି)ରେ ସୃଷ୍ଟ ତୀବ୍ର ଗୋଷ୍ଠୀ କନ୍ଦଳକୁ ନେଇ ନିର୍ବାଚନ କମିଶନ (ଇସି) ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?