ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ ଅନ୍ୟ ସବୁ ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୩ ଲୋକସଭା ଆସନ, ଯାଜପୁର, କଟକରେ ଭାଜପା ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ। ଏଥିସହ ବିଧାନ ସଭା ପ୍ରାର୍ଥୀ ମଧ୍ୟ ଘୋଷଣା ହୋଇନାହିଁ। ଅନ୍ୟପଟେ ବିଜେଡି ଲୋକସଭା ଓ ବିଧାନ ସଭାର ପ୍ରାର୍ଥୀ ତାଲିକା ଦୁଇଟି ପର୍ଯ୍ୟାୟରେ ଘୋଷଣା କରି ସାରିଛି।

ତେବେ ପ୍ରାର୍ଥୀ ତାଲିକା ଘୋଷଣା ହେବା ଭିତରେ ବଡ଼ ଖବର ସାମ୍ନାକୁ ଆସିଛି। ପୂର୍ବତନ କଟକ ଏମପି ଭର୍ତ୍ତୃହରି ମହତାବ ଆଜି ଭାଜପାରେ ମିଶିବା ନେଇ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଜି ଦିଲ୍ଲୀରେ ପଦ୍ମ ଧରିପାରନ୍ତି ଭର୍ତ୍ତୃହରି ମହତାବ। ସେହିପରି ପୂର୍ବତନ ଏମପି ଓ ସିନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ବି ଭାଜପାରେ ମିଶିବେ। ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ବି ଭାଜପାରେ ମିଶିବେ ବୋଲି ମଧ୍ୟ ଆଲୋଚନା ଆରମ୍ଭ ହୋଇଛି।

ନିକଟରେ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସିଦ୍ଧାନ୍ତ ମହାପାତ୍ର ସାଧାରଣ ନିର୍ବାଚନ ଲଢିବା ନେଇ ବଡ଼ ବୟାନ ଦେଇଥିଲେ। କିଛି ମାସ ତଳେ ସେ ଗୋପାଳପୁରରେ ସକ୍ରିୟ ଥିଲେ। କିନ୍ତୁ ପରେ ନିଜକୁ ସବୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିଥିଲେ। କିନ୍ତୁ ବର୍ତ୍ତମାନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ, ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲିଢ଼ିବି। ୨୦୧୪ରେ ବ୍ରହ୍ମପୁର ଏମପି ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ର ୨୦୧୯ରେ ନିର୍ବାଚନ ଲଢି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ…

ତାପସଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ

ରାଇକିଆ,୨୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପାର ଯୁବ ସଂଗଠକ ତାପସ ଦଳବେହେରା ଭାରତୀୟ ଜନତା ପାର୍ଟିରେ ନିଜର ଦୃଢ଼ କାର୍ଯ୍ୟଦକ୍ଷତା ଯୋଗୁ ଜିଲା ଆଇଟି…

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ୧୦ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଘୋଷଣା

ନୂଆଦିଲ୍ଲୀ,୨୨।୯: ଉତ୍ତର ପ୍ରଦେଶରୁ ୧୦ଟି ଏବଂ ଉତ୍ତରାଖଣ୍ଡରୁ ଗୋଟିଏ – ଏହିପରି ମୋଟ ୧୧ଟି ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ।…

ଓୱାଇସିଙ୍କ ବୟାନକୁ ନେଇ ହଇଚଇ, କହିଲେ ରାତିରେ ଶୋଇବା ପୂର୍ବରୁ ପତ୍ନୀଙ୍କୁ….

ନୂଆଦିଲ୍ଲୀ,୨୨।୯: ରାଜନୈତିକ ପ୍ରସଙ୍ଗରେ ନିଜ ମତ ରଖୁଥିବା AIMIM ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ କାର୍ଯ୍ୟକ୍ରମରେ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?