ଆସିବାକୁ ଯାଉଛି ଇ-ସିମ ଯୁଗ, ଏହି ବଡ କମ୍ପାନୀର ସିଇଓ ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୩।୧୧: ସ୍ମାର୍ଟଫୋନରେ ଡାଟା କନେକ୍ଟିଭିଟି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସିମ କାର୍ଡ। ସିମ କାର୍ଡ ଉପଭୋକ୍ତାମାନଙ୍କ ପରିଚୟ ଦେଇଥାଏ। ତେବେ ଟେକ୍ନୋଲୋଜିର ଅଗ୍ରଗତି ଯୋଗୁ ଅନେକ ପରିବର୍ତ୍ତନ ଘଟୁଛ। ବର୍ତ୍ତମାନ ଇ-ସିମର ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଯାହା ବର୍ତ୍ତମାନ ଫିଜିକାଲ ସିମର ସ୍ଥାନ ନେବାକୁ ଯାଉଛି।

ଟେଲିକମ କମ୍ପାନୀ ଏୟାରଟେଲର ସିଇଓ ଗୋପାଳ ଭିଟାଲ କିଛନ୍ତି, ଫିଜିକାଲ ସିମ କାର୍ଡ ଅପେକ୍ଷା ଇ-ସିମ ଅନେକ କ୍ଷେତ୍ରରେ ଭଲ। ଅନେକ ମିଡରେଞ୍ଜ ଏବଂ ପ୍ରିମିୟମ ସ୍ମାର୍ଟଫୋନ ବର୍ତ୍ତମାନ ଉପଭୋକ୍ତାମାନଙ୍କୁ ଇ-ସିମ ବ୍ୟବହାର କରିବାର ବିକଳ୍ପ ଦେଉଛନ୍ତି ଏବଂ ସମସ୍ତ ପ୍ରମୁଖ ଟେଲିକମ କମ୍ପାନୀଗୁଡିକ ମଧ୍ୟ ଇ-ସିମ ପ୍ରଦାନ କରୁଛନ୍ତ। ଫୋନ ଚୋରିକୁ ରୋକିବା ଠାରୁ ଆରମ୍ଭ କରି ଡାଟା ସ୍ଥାନାନ୍ତର ପର୍ଯ୍ୟନ୍ତ ଇ-ସିମର ଅନେକ ସୁବିଧା ରହିଛି।

ଇ-ସିମ ବ୍ୟବହାର କରିବା ଦ୍ୱାରା ତାହା ନଷ୍ଟ ହେବା କିମ୍ବା ଚୋରି ହେବାର ଭୟ କମିଯାଏ । ବର୍ତ୍ତମାନ ବ୍ୟବହାର କରୁଥିବା ସିମକୁ ଭାଙ୍ଗି ହେବେ, କିନ୍ତୁ ଏଇ ଇ-ସିମକୁ ଭାଙ୍ଗିବା ସହଜ ନୁହେଁ। ସେହିପରି ଫୋନ ହଜିଗଲେ କିମ୍ବା ଚୋରି ହେଲେ ଏହାକୁ ଟ୍ରାକ କରାଯାଇପାରିବ।

ଇ-ସିମକୁ ମୋବାଇଲ ଫୋନରୁ ସ୍ମାର୍ଟ ୱାଚ ପର୍ଯ୍ୟନ୍ତ ବ୍ୟବହାର କରିହେବ। ଯଦି ଆପଣ ଏକ ଫୋନ ପରିବର୍ତ୍ତେ କେବଳ ସ୍ମାର୍ଟ ୱାଚ ଏହି ଇ-ସିମକୁ ବ୍ୟବହାର କରିବାକୁ ଚାହାଁନ୍ତି ତେବେ ଏହାକୁ ବ୍ୟବହାର କରିପାରିବେ। ସେହିପରି ଆପଣଙ୍କ ପାଖରେ ଏକରୁ ଅଧିକ ଫୋନ ଅଛି, ତେବେ ଗୋଟିଏ ଇ-ସିମ ସବୁ ସିମ୍‌ ସହ ଇଣ୍ଟର କନେକ୍ଟ ହୋଇପାରିବ।

ଯଦି ଆପଣ ଇ-ସିମ ବ୍ୟବହାର ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ପ୍ରଥମେ ଆପଣଙ୍କ ଫୋନର କମ୍ପାଟେବେଲେଟିକୁ ଯାଞ୍ଚ କରନ୍ତୁ । ଯଦି ଆପଣଙ୍କର ଫୋନରେ ଇ-ସିମ ସେବା ପାଇଁ ଫଇଚର୍ସ ଅଛି ତେବେ ଟେଲିକମ ଅପରେଟର ସହିତ ଯୋଗାଯୋଗ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?