କରୋନା ନାଜାଲ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ, ଖୁବଶୀଘ୍ର ହେବ ଲଞ୍ଚ

ନୂଆଦିଲ୍ଲୀ,୧୯ ।୬: କରୋନା ମହାମାରୀ ପୁଣିଥରେ ମୁଣ୍ଡ ଟେକିବା ଆରମ୍ଭ କଲାଣି । ହେଲେ ଏହାସହ ଲଢିବାକୁ ସାରା ବିଶ୍ୱରେ ଭ୍ୟାକ୍ସିନ ତିଆରି ହୋଇ ସାରିଥିବା ବେଳେ ଏବେ ଏହି ଭ୍ୟାକ୍ସିନକୁ ନେଇ ଆଉ ଏକ ଭଲ ଖବର ଆସିଛି । କରୋନା ସହ ଲଢିବା ପାଇଁ ପ୍ରସ୍ତୁୂତ ଭ୍ୟାକ୍ସିନ ତାଲିକାରେ ଆଉ ଏକ ନାମ ଯୋଡି ହେବାକୁ ଯାଉଛି । ଏହା ହେଉଛି ଏକ ନାଜାଲ ଭ୍ୟାକ୍ସିନ ।
ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକର ଚେୟାରମ୍ୟାନ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଡା. କୃଷ୍ଣା ଏଲା ଶନିବାର କହିଛନ୍ତି, କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା କରୋନା ନାଜାଲ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି । ଆସନ୍ତା ମାସରେ କମ୍ପାନୀ ଏହାର ତଥ୍ୟ ଡ୍ରଗ୍ସ କଣ୍ଟୋଲର ଜେନେରାଲ ଅଫ ଇଣ୍ଡିଆ(ଡିଜିସିଆଇ) ନିକଟରେ ଜମା କରିବ ।
ଡା. କୃଷ୍ଣା କହିଛନ୍ତିି ଏହାର ପରୀକ୍ଷଣ ଶେଷ ହୋଇଛି । ଏବେ ଏହାର ଡାଟା ବିଶ୍ଳେଷଣ କରାଯିବ । ଆସନ୍ତା ମାସରେ ଆମେ ନିୟାମକ ଏଜେନ୍ସିଙ୍କୁ ଡାଟା ଉପଲବ୍ଧ କରାଇଦେବୁ । ଯଦି ସବୁକିଛି ଠିକ୍ ରହିଲା ତେବେ ଆମକୁ ଅନୁମତି ମିଳିଯିବ ବୋଲି ଆଶା କରାଯାଉଛି । ଏହାପରେ ଏହି ନୂଆ ନାଜାଲ ଭ୍ୟାକ୍ସିନକୁ ବଜାରକୁ ଛଡାଯିବ । ଏହା ବିଶ୍ୱର ପ୍ରଥମ କ୍ଲିନିକାଲ ପ୍ରମାଣିତ ନାଜାଲ କରୋନା ଭ୍ୟାକ୍ସିନ ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋଇଲା ସଙ୍କଟ: ଏକ ସପ୍ତାହ ମଧ୍ୟରେ ହୋଇପାରେ ସମାଧାନ

ନୂଆଦିଲ୍ଲୀ,୧୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଶକ୍ତି ମନ୍ତ୍ରୀ ଆର୍ କେ ସିଂ ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଏକ ବୈଠକରେ...

ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଦେଇ ନ ପାରିଲେ ପ୍ରଧାନମନ୍ତ୍ରୀ ଦେବ କିପରି: ଶିବସେନା

ମୁମ୍ବାଇ,୧୮ା୬: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲାଗି ବିରୋଧୀ ଦଳ ଯଦି ମିଳିତ ପ୍ରାର୍ଥୀ ଦେବାରେ ଅସମର୍ଥ ହୁଏ ତେବେ ୨୦୨୪ ସାଧାରଣ ନିର୍ବାଚନ ବେଳେ ଉପଯୁକ୍ତ...

୪୬ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନୀତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୫ ।୯: ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ସକାଳ ୧୦ଟା ୩୦ରେ ବିଜ୍ଞାନ ଭବନରେ ଦେଶର ୪୬ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ...

ଲକ୍‌ଡାଉନ୍‌ କୋହଳ ହେଲେ ବି କରୋନା ଭୂତାଣୁ ହୋଇନି ଶେଷ: ମାର୍ଗଦର୍ଶିକାକୁ ପାଳନ କରିବା ଅପରିହାର୍ଯ୍ୟ

ନୂଆଦିଲ୍ଲୀ,୨୬।୫: ଭାରତରେ କରୋନା ସଂକ୍ରମଣ ଯୋଗୁ ଅବସ୍ଥା ସଙ୍କଟ ଜନକ ହେବାରେ ଲାଗିଛି। ଦେଶରେ ଜାରି ରହିଥିବା ଲକ୍‌ଡାଉନ୍‌କୁ କିଛି ପରିମାଣରେ କୋହଳ ମଧ୍ୟ କରାଯାଇଛି।...

କର୍ନାଟକ ନିର୍ବାଚନ ପରେ ଦିଲ୍ଲୀରେ ହଲଚଲ, କେଜରିଓ୍ବାଲଙ୍କୁ ଭେଟିଲେ ଆଦିତ୍ୟ ଠାକରେ

ନୂଆଦିଲ୍ଲୀ,୧୪।୫: ରାଜଧାନୀ ଦିଲ୍ଲୀରେ ରବିବାର ସକାଳେ ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାର ପରେ ରାଜନୈତିକ ବାତାବରଣ ସାମାନ୍ୟ ଉଷ୍ମ ହୋଇଯାଇଛି।...

ସିଦ୍ଧୁଙ୍କ ଗୁଗ୍‌ଲୀ

ଚଣ୍ଡିଗଡ,୧୩।୭: ପଞ୍ଜାବ କଂଗ୍ରେସରେ ବିବାଦର କାରଣ ହୋଇଥିବା ନବଜୋତ ସିଦ୍ଧୁ ମଙ୍ଗଳବାର ଆମ ଆଦମୀ ପାର୍ଟିର ପ୍ରଶଂସା କରିଛନ୍ତି। ସିଦ୍ଧୁ ଟୁଇଟ୍‌ ଯୋଗେ କହିଛନ୍ତି ଯେ,...

ଜେକେପିଏମ୍‌ ଅଧ୍ୟକ୍ଷ ପଦରୁ ଫୈଜଲଙ୍କ ଇସ୍ତଫା

ଶ୍ରୀନଗର, ୧୧।୮(ପି.ଟି.): ଗତବର୍ଷ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଛାଡ଼ି ଜମ୍ମୁ-କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ (ଜେକେପିଏମ୍‌) ଗଠନ କରିଥିବା ଶାହ ଫୈଜଲ ଏହାର ଅଧ୍ୟକ୍ଷ ପଦରୁ...

ପବନ ବର୍ମାଙ୍କ ଉପରେ ବର୍ଷିଲେ ନୀତୀଶ

ପାଟନା,୨୩।୧: ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଅଧ୍ୟକ୍ଷ ନୀତୀଶ କୁମାର ପାର୍ଟି ନେତା ପବନ ବର୍ମାଙ୍କ ଉପରେ ବର୍ଷିଛନ୍ତି। ପବନଙ୍କ ଚିଠିର ଉତ୍ତରରେ...

Advertisement
Archives

Model This Week