ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ପୀଠ ପରିସରରେ ଶାନ୍ତି ମହାଯଜ୍ଞ ବିଧି ମୁତାବକ ସାଲାମଣ୍ଡନ, ଅଙ୍କୁରାରୋପଣ, କଳସ ଶୋଭାଯାତ୍ରା ପରେ ଗୃହ ପ୍ରବେଶ ଉତ୍ସବ କରାଯାଇଥିଲା। ଅପରାହ୍ନରେ ଯଜ୍ଞ ପୂର୍ଣ୍ଣାହୁତି ସମ୍ପନ୍ନ ହେବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଗ୍ରାମର ବିଶ୍ୱାଳସାହି, ଦଳବେହେରା ସାହି ଏବଂ ବଳିୟାରସିଂହ ସାହିର ଶ୍ରଦ୍ଧାଳୁମାନେ ଏକାଠି ହୋଇ ନୂଆ ରୂପରେ ସଜେଇ ହୋଇଥିବା ଭାଗବତ ଦେବଙ୍କ ପୀଠରେ ଭାଗବତ ପୁରାଣ ପାଠ କରିଥିଲେ।

ସୂଚନା ଅନୁଯାୟୀ, ୧୯୦୪ ମସିହାରୁ ସ୍ଥାପିତ ଏହି ଟୁଙ୍ଗୀ ପରବର୍ତ୍ତୀ ସମୟରେ ଜରାଜୀର୍ଣ୍ଣ ହୋଇପଡ଼ିଥିଲା। ଏ ସମ୍ପର୍କରେ ୨୦୧୫-୧୬ ମସିହାରୁ ଦୈନିକ ’ଧରିତ୍ରୀ’ରେ ବାରମ୍ବାର ଖବର ପ୍ରକାଶ ପାଇଥିଲା। ଏପରିକି ୨୦୧୯ ମାର୍ଚ୍ଚ ୧୭ରେ ‘ଅର୍ଥ ମିଳିଲାନି, ଗ୍ରାମବାସୀ କଲେ ଜରାଜୀର୍ଣ୍ଣ ଟୁଙ୍ଗୀ ମରାମତି’ ଶୀର୍ଷକ ତଥ୍ୟଭିତ୍ତିକ ଉପସ୍ଥାପନା ଧରିତ୍ରୀରେ ପ୍ରକାଶ ପାଇବା ପରେ ପ୍ରଶାସନ ସହଯୋଗର ହାତ ବଢାଇଥିଲା। ବ୍ଲକ ପ୍ରଶାସନ ମାତ୍ର ୨୫ ହଜାର ଟଙ୍କା ସହାୟତା ଦେଇ ଚୁପ୍‌ ବସିପଡିଥିଲା। ୨୦୨୦ ଓ ୨୦୨୧ ମସିହାରେ ବାରମ୍ବାର ଭିନ୍ନ ଶୈଳୀରେ ଉକ୍ତ ଟୁଙ୍ଗୀ ଉପରେ ଫୋକସ କରାଯାଇଥିଲା। ପରେ ବିଧାୟକ ଅନୁଦାନ ପାଣ୍ଠିରୁ ୧ ଲକ୍ଷ ଟଙ୍କା, ଗ୍ରାମପଞ୍ଚାୟତ ପକ୍ଷରୁ ୧ ଲକ୍ଷ ଟଙ୍କା ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ୩ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ମିଳିବା ପରେ ଏହି ଜରାଜୀର୍ଣ୍ଣ ଟୁଙ୍ଗି ଆଜି ନୂଆ ରୂପରେ ସଜେଇ ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି। ବିଶେଷ କରି ‘ଧରିତ୍ରୀ’ର ସ୍ବତନ୍ତ୍ର ପ୍ରୟାସକୁ ଗ୍ରାମବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଉଛୁ ବୋଲି ରାଘବ ବିଶ୍ୱାଳ, ପ୍ରଭାକର ବିଶ୍ବାଳ, ସମିତି କୁମାର ଜଗଦ୍ଦେବ, ଅନିଲ ଜଗଦ୍ଦେବ, ରଙ୍କନିଧି ବଳିୟାରସିଂହ, ପ୍ରଶାନ୍ତ କୁମାର ଜଗଦ୍ଦେବ, ନିବାସ କୁମାର ସାମନ୍ତରାୟ, ସୁରେନ୍ଦ୍ର ଜୟସିଂହ ଏବଂ ଦୁର୍ଯ୍ୟୋଧନ ବିଶ୍ୱାଳ ପ୍ରମୁଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri