ଭଦ୍ରକ ଷ୍ଟେଶନ ଜନଶୂନ୍ୟ, ଚିନ୍ତାରେ ବ୍ୟବସାୟୀ

ଭଦ୍ରକ ଅଫିସ, ୮ା୧୦- ଭଦ୍ରକ ଷ୍ଟେଶନ ଏବେ କରୋନା ପାଇଁ ଖାଁ ଖାଁ ହୋଇପଡ଼ିଛି। ଗତ ୭ ମାସ ହେଲା ଦ୍ରୁତଗାମୀ କିମ୍ବା ଲୋକାଲ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଷ୍ଟେଶନ ପରିସରରେ ପୂର୍ବଭଳି ଆଉ ଜନଗହଳି ନାହିଁ। ଫଳରେ ଏହି ଷ୍ଟେଶନ ଉପରେ ନିର୍ଭର କରୁଥିବା ଆଖପାଖ ବ୍ୟବସାୟୀ, ଶ୍ରମଜୀବୀ ଓ କିନ୍ନରମାନଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇପଡ଼ିଛି। ପରିବାର ପ୍ରତିପୋଷଣ ଲାଗି ସେମାନେ ଚିନ୍ତାରେ ପଡ଼ିଛନ୍ତି।
ଭଦ୍ରକ ଷ୍ଟେଶନ ଦେଇ ଯାତାୟାତ କରୁଥିବା ଦୂରଗାମୀ ଟ୍ରେନ୍‌ ଓ ପ୍ରାୟ ୧୨ଟି ପାସେଞ୍ଜର ଟ୍ରେନ୍‌ ଚଳାଚଳ ବାତିଲ ହେବା ଯୋଗୁ ଉପକୂଳ ଓଡ଼ିଶାବାସୀଙ୍କ ଜନଜୀବନ ଏକପ୍ରକାର ଠପ୍‌ ହୋଇପଡ଼ିଛି। ଏହି ସେବା ଉପରେ ନିର୍ଭରଶୀଳ ଶ୍ରମଜୀବୀଙ୍କ ଜୀବନ ମଧ୍ୟ ଦୁର୍ବିଷହ ହୋଇପଡ଼ିଛି। କରୋନା ଯୋଗୁ ଭଦ୍ରକ – ହାଓ୍ବଡା ବାଘାଯତୀନ୍‌ ଫାଷ୍ଟ ପାସେଞ୍ଜର, ଭଦ୍ରକ- ପଲାସା ଡିଏମ୍‌ୟୁ, ଯାଜପୁର- ଖଡ଼ଗପୁର ପାସେଞ୍ଜର, ସାନ୍ତରାଗାଛି-ପୁରୀ, ଖୋର୍ଦ୍ଧା-ଖଡ଼ଗପୁର, ଭଦ୍ରକ-ବାଲେଶ୍ୱର, ଭଦ୍ରକ- ପୁରୀ ଏବଂ ଭଦ୍ରକ- ପାରାଦୀପ ଆଦି ୧୨ଟି ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ ରହିଛି। ଏହି ଷ୍ଟେଶନରେ ଦୈନିକ ପ୍ରାୟ ୨ ହଜାର ଟିକେଟ ବୁକିଙ୍ଗ କରାଯାଉଥିବା ବେଳେ ଲକ୍ଷାଧିକ ଲୋକ ପାସେଞ୍ଜର ରେଳସେବା ଉପରେ ନିର୍ଭରଶୀଳ କରିଥାନ୍ତି। କେନ୍ଦ୍ର ସରକାର ଇତି ମଧ୍ୟରେ ଅନ୍‌ଲକ୍‌-୫ କାର୍ଯ୍ୟକାରୀ କରିସାରିଲାଣି। ରାଜ୍ୟରେ ଯାତ୍ରୀବାହୀ ରେଳସେବା ତୁରନ୍ତ ଲାଗୁ କରିବାକୁ ଷ୍ଟେଶନ ଉପରେ ନିର୍ଭର କରୁଥିବା ବ୍ୟବସାୟୀ କୁନା ସେଠୀ, ଫେରିବାଲା ଯୋଗେଶ ମଣ୍ଡଳ ସୂଚନା ଦେଇଛନ୍ତି। ଷ୍ଟେଶନ ପରିସରରେ ଦୋକାନ କରୁଥିବା ୫୦ରୁ ଊର୍ଦ୍ଧ୍ୱ ଦୋକାନୀ ତୁରନ୍ତ ଲୋକାଲ ଟ୍ରେନ୍‌ ଚଳାଇବାକୁ ସରକାର ଅନୁମତି ପ୍ରଦାନ କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି। ଏହିଭଳି ଯଦି ଆଉ କିଛି ମାସ ଚାଲେ ତେବେ ପରିବାରର ଆର୍ଥିକ ପରିସ୍ଥିତି ଜଟିଳ ହୋଇପଡ଼ିବ ବୋଲି ଚରମ୍ପା ଷ୍ଟେଶନ ରୋଡ୍‌ର ବ୍ୟବସାୟୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ଖେମୁଣ୍ଡି କଲେଜରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି …

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଓ ବ୍ୟାଙ୍କ ସମ୍ପର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri