ଭବାନୀ ନିଆଲ ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର(ବ୍ୟୁରୋ)/ ଭବାନୀପାଟଣା, ୧୧।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲଙ୍କୁ ସୋମବାର ବିଜେଡିରୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ତାଙ୍କୁ ବହିଷ୍କାର କରିଥିବା ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଭବାନୀପାଟଣାରେ ଗତ ମାର୍ଚ୍ଚ ୨୬ ତାରିଖରେ ସାଇନଂ କଳାହାଣ୍ଡି ପକ୍ଷରୁ ବେଦାନ୍ତକୁ ବକ୍ସାଇଟ ଖଣି ଲିଜରେ ଦିଆଯାଉ ବୋଲି ଏକ ବିରାଟ ଶୋଭାଯାତ୍ରା ସହ ଟାଉନ ହଲରେ ଏକ ଜନସମ୍ପଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଇନିଂ କଳାହାଣ୍ଡି ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ. ଭବାନୀ ଶଙ୍କର ନିଆଲଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ବିଜେଡିର ଭବାନୀପାଟଣା ପୌରଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଦଳୀୟ ନେତା ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ପରେ ଜିଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହାକୁ ପ୍ରତିବାଦ କରି ସଭା କରାଯାଇଥିଲା। ଏପରିକି ଏହି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ କଡା ସମାଲୋଚନା କରାଯିବା ସହ ବିତର୍କ ସୃଷ୍ଟି ହୋଇଥିଲା। ଏପରିକି ସାଇନିଂ କଳାହାଣ୍ଡି ପକ୍ଷରୁ ଏହି କାର୍ଯ୍ୟକ୍ରମ ବିଜେଡି ସମର୍ଥନରେ ହେଉଥିବା ସାଧାରଣରେ ଆଲୋଚନା ହୋଇଥିଲା। ଆଦିବାସୀଙ୍କ ବିରୋଧ ସତ୍ତ୍ୱେ ବେଦାନ୍ତକୁ ଖଣି ଲିଜରେ ଦେବା ଦାବି ନେଇ ଆଦିବାସୀ ସଂଘ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରି ଆନ୍ଦୋଳନ କରାଯିବା ପାଇଁ ସଜବାଜ ହେଉଥିବା ଶୁଣିବାକୁ ମିଳୁଥିଲା। ଏହା ପୂର୍ବରୁ ଗତ ମଙ୍ଗଳବାର ବିଜେଡି ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ରାଜ୍ୟ ପରିଷଦ ସଦସ୍ୟ ଡ. ଭବାନୀ ନିଆଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ଏହାର ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ କହିଥିଲେ। ଏହି ଘଟଣା ନେଇ ଗତ ବୁଧବାର କଳାହାଣ୍ଡି ବିଜେଡି ପକ୍ଷରୁ ଭବାନୀପାଟଣାସ୍ଥିତ ଏକ ହୋଟେଲରେ ଖବରଦାତା ସମ୍ମିଳନୀ ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ଭବାନୀପାଟଣା ପୌରଧ୍ୟକ୍ଷା ସଂଯୁକ୍ତା ବେହେରା, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ପୂର୍ବତନ ପୌରାଧ୍ୟକ୍ଷ ଆଦିତ୍ୟ ନନ୍ଦ, ଜିଲା ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର, ଜିଲା ଉପସଭାପତି ଜିତେନ୍ଦ୍ର ମହାନ୍ତି, ଚିତ୍ତ ରଞ୍ଜନ ମଣ୍ଡଳ, ଟାଉନ ସଭାପତି ଧବଳେଶ୍ୱର ମହାପାତ୍ର ପ୍ରମୁଖ ଯୋଗଦେଇ ସାଇନିଂ କଳାହାଣ୍ଡି ସହ ବିଜେଡିର କୌଣସି ସମ୍ପର୍କ ନାହିଁ ବୋଲି କହିଥିଲେ। ଏପରିକି ବେଦାନ୍ତକୁ ଖଣି ଲିଜରେ ଦେବା ପାଇଁ ଦାବି ବିଷୟରେ ସେମାନେ ପୂର୍ବରୁ ଜାଣି ନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେବା ପରେ ଘଟଣାର ଦାବି ବିଷୟରେ ଜାଣିଥିଲେ। ଦୀର୍ଘବର୍ଷ ଧରି ଆଦିବାସୀଙ୍କ ପ୍ରତିବାଦ ଓ ବିରୋଧ ପରେ ବେଦାନ୍ତକୁ ନିୟମଗିରି ଖଣି ଖନନ ନ କରିବା ପାଇଁ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଉପରୋକ୍ତ କାର୍ଯ୍ୟକ୍ରମ ଦ୍ୱାରା ଆଦିବାସୀମାନଙ୍କ ମାନସିକତାକୁ ଆଘାତ ହୋଇଥିବା ମନେ କରି ଖବରଦାତା ସମ୍ମିଳନୀରେ ବିଜେଡି ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଥିଲା। ଆଦିବାସୀଙ୍କ ସହ ବିଜେଡି ସଦାସର୍ବଦା ରହିଛି ବୋଲି କହିଥିଲେ। ଜିଲାରେ ଏକ ଆଦିବାସୀ ଭବନ ପାଇଁ ୩୦ ଡେସିମିଲ ସ୍ଥାନ ସହ ୫୦ ଲକ୍ଷ ଟଙ୍କାର ଅନୁଦାନ ମୁଖ୍ୟମନ୍ତ୍ରୀ ଘୋଷଣା କରି ଆଦିବାସୀଙ୍କୁ ଉତ୍ସାହିତ କରିଛନ୍ତି ବୋଲି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଏନ୍‌ଏସିରେ ସ୍ବଚ୍ଛତା ଅଭିଯାନ

କେସିଙ୍ଗା,୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବଚ୍ଛତା ହିଁ ସେବା ଓ ସଫେଇ ଅଭିଯାନ ୨୦୨୬ ଶୁକ୍ରବାର ପାଳିତ ହୋଇଯାଇଛି। ଏହି…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

କୁସ୍ତିରେ ବଡ଼ ବିପର୍ଯ୍ୟୟ ଘଟାଇଲେ ମଲ୍ଲଯୋଦ୍ଧା ସୁଜିତ, ଭାରତକୁ ମିଳିଲା ପୁଣି ସ୍ବର୍ଣ୍ଣ

ନାଗୋୟା,୨ା୧୦: ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲ୍‌କାଲ୍‌ ୨୦୨୬ ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସୁଜିତ ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ସ୍ବର୍ଣ୍ଣ ପଦକ…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?