ମାଓବାଦୀ ମୁକ୍ତ ସତ୍ତ୍ୱେ ସତର୍କ ରହିବା: ଏସ୍‌ପି

ଅନୁଗୋଳ ଅଫିସ୍‌, ୧୧ା୭ – ଅନୁଗୋଳ ଜିଲାରେ ଏବେ ମାଓବାଦୀଙ୍କ ଚଳପ୍ରଚଳ ନାହିଁ। ଗତ ଦୁଇ ବର୍ଷ ମଧ୍ୟରେ ମାଓବାଦୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ତେଣୁ ମାଓପ୍ରବଣ ଜିଲା ତାଲିକାରୁ ଅନୁଗୋଳକୁ ସରକାର ମୁକ୍ତ କରିଛନ୍ତି। ଓଡ଼ିଶା ପୋଲିସ ଓ ଅନୁଗୋଳ ପୋଲିସ ପାଇଁ ଏହା ଗର୍ବର ବିଷୟ। ତଥାପି ଏହାକୁ ଖାମଖିଆଲି ଭାବେ ନ ନେଇ ସତର୍କ ରହିବା ବୋଲି ଜିଲା ପୋଲିସ ମୁଖ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ଜଗମୋହନ ମୀନା ପ୍ରକାଶ କରିଛନ୍ତି।
ଏସ୍‌ପି କହିଛନ୍ତି, ଅନୁଗୋଳ ଜିଲାରେ ଗତ ୫ ବର୍ଷରେ ୯ ଥର ମାଓବାଦୀ କାର୍ଯ୍ୟକଳାପ ଦେଖାଦେଇଛି। ସେଥିମଧ୍ୟରୁ ୬ ଥର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ୨୦୧୩ରେ ଛେଣ୍ଡିପଦା ଥାନା ପାତ୍ରପଡ଼ା ନିକଟରେ ପ୍ରଥମେ ମାଓବାଦୀଙ୍କ ସହ ପୋଲିସର ମୁହଁ।ମୁହିଁ ହୋଇଥିଲା। ୨୦୧୬ ଜାନୁୟରୀ ୨୪ରେ ପାଲଲହଡ଼ା ଥାନା ଅଧୀନରେ କଳଙ୍ଗ ଡିଭିଜନ୍‌ର ସୁନୀଲ ଓରଫ ପି. କୁମାରସ୍ବାମୀ ଓ ତାଙ୍କ ସ୍ତ୍ରୀ ସୋନିଙ୍କୁ ଏସ୍‌ଓଜି ଟିମ୍‌ ଏନ୍‌କାଉଣ୍ଟର କରିଥିଲେ। ୨୦୧୫ ଫେବୃୟାରୀ ୧୨ରେ ପାଲଲହଡ଼ା ଥାନା ପଟାମୁଣ୍ଡା ଗାଁର ସାମୁଏଲ ବୋଡ଼ରାକୁ ମାଓବାଦୀ ହତ୍ୟା କରିଥିଲେ। ସେହିବର୍ଷ ସେପ୍ଟେମ୍ବର ୨୯ରେ ପୁରୁଣାକୋଟ ଥାନା ଫରେଷ୍ଟ ବିଟ୍‌ ହାଉସ୍‌ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ। ୩୦ ତାରିଖରେ ଟୁଲୁକା ଫରେଷ୍ଟ ବିଟ୍‌ ହାଉସ୍‌କୁ ଅଗ୍ନି ସଂଯୋଗ କରିଥିଲେ। ଶେଷଥର ପାଇଁ ୨୦୧୮ ଅଗଷ୍ଟ ୧୨ରେ ଗୁଳି ବିନିମୟ ହୋଇଥିଲା। ମାଓବାଦୀ ପ୍ରବଣ ଜିଲା ତାଲିକାରୁ ମୁକ୍ତ ହୋଇଥିଲେ ବି ଗୋଇନ୍ଦା ବିଭାଗ ଓ ଅନୁଗୋଳ ପୋଲିସ ଦୃଷ୍ଟି ରଖିବ। ଆବଶ୍ୟକ ପଡିଲେ ଏସ୍‌ଓଜି ରିକ୍ୟୁସନ କରାଯିବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।

ଆତ୍ମସମର୍ପଣ କରିଛନ୍ତି ୬ ମାଓବାଦୀ
ଅନୁଗୋଳ ଜିଲାରେ ମାଓବାଦୀ କାର୍ଯ୍ୟକଳାପ ଦେଖାଦେବା ପରଠାରୁ ଅଦ୍ୟାବଧି ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୨୦୧୫ ଡିସେମ୍ବରରେ ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼(ଏସ୍‌ଡିଏସ୍‌) କ୍ୟାଡରର ମାଧବ, ୨୦୧୬ ଏପ୍ରିଲ ୬ରେ ପୁରୁଣାକୋଟ ଥାନା ସିଟିକୋଇଲି ଅଞ୍ଚଳର ପିଣ୍ଟୁ ଓ ୨୦୧୭ ଡିସେମ୍ବରରେ ଝାଡ଼ଖଣ୍ଡ ଅଞ୍ଚଳର ଜଣେ, ଏସ୍‌ଡିଏସ୍‌ କ୍ୟାଡରର ଜଣେ, ୨୦୧୮ ଏପ୍ରିଲରେ ରାଞ୍ଚି ଅଞ୍ଚଳର ଛୋଟୁ ଗଞ୍ଜୁ ଓ ଏସ୍‌ଡିଏସ୍‌ କ୍ୟାଡରର ଜଣେ ଅନୁଗୋଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ପରିଶ୍ରମର ଫଳ ମିଳିଛି: ଆଇଜି
ଉତ୍ତର-କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜି ନରସିଂହ ଭୋଳ କହିଛନ୍ତି, ପୋଲିସ କର୍ମଚାରୀଙ୍କ ପରିଶ୍ରମର ଫଳ ମିଳିଛି। ଅନୁଗୋଳ ମାଓବାଦୀ ଜିଲା ତାଲିକାରୁ ମୁକ୍ତ ହୋଇଥିବାରୁ ସରକାର ଏବେ ଅନ୍ୟ ଜିଲାର ମାଓବାଦୀଙ୍କ ଉପରେ ଅଧିକ ଧ୍ୟାନ ଦେଇପାରିବେ। ୨୦୧୬ରେ ପୋଲିସ ଏନ୍‌କାଉଣ୍ଟର ପରେ କଳିଙ୍ଗନଗର ମାଓବାଦୀ କ୍ୟାଡର ଗତିବିଧି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା। ଏହାପରେ ଜଣେ ପରେ ଜଣେ ମାଓଦାବୀ ଆତ୍ମସମର୍ପଣ କରିଥିଲେ। ଗୋଇନ୍ଦା ବିଭାଗର ଉଦ୍ୟମ ଯୋଗୁ ଏସବୁ ସମ୍ଭବ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri