ମାଓବାଦୀ ମୁକ୍ତ ସତ୍ତ୍ୱେ ସତର୍କ ରହିବା: ଏସ୍‌ପି

ଅନୁଗୋଳ ଅଫିସ୍‌, ୧୧ା୭ – ଅନୁଗୋଳ ଜିଲାରେ ଏବେ ମାଓବାଦୀଙ୍କ ଚଳପ୍ରଚଳ ନାହିଁ। ଗତ ଦୁଇ ବର୍ଷ ମଧ୍ୟରେ ମାଓବାଦୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ତେଣୁ ମାଓପ୍ରବଣ ଜିଲା ତାଲିକାରୁ ଅନୁଗୋଳକୁ ସରକାର ମୁକ୍ତ କରିଛନ୍ତି। ଓଡ଼ିଶା ପୋଲିସ ଓ ଅନୁଗୋଳ ପୋଲିସ ପାଇଁ ଏହା ଗର୍ବର ବିଷୟ। ତଥାପି ଏହାକୁ ଖାମଖିଆଲି ଭାବେ ନ ନେଇ ସତର୍କ ରହିବା ବୋଲି ଜିଲା ପୋଲିସ ମୁଖ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ଜଗମୋହନ ମୀନା ପ୍ରକାଶ କରିଛନ୍ତି।
ଏସ୍‌ପି କହିଛନ୍ତି, ଅନୁଗୋଳ ଜିଲାରେ ଗତ ୫ ବର୍ଷରେ ୯ ଥର ମାଓବାଦୀ କାର୍ଯ୍ୟକଳାପ ଦେଖାଦେଇଛି। ସେଥିମଧ୍ୟରୁ ୬ ଥର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ୨୦୧୩ରେ ଛେଣ୍ଡିପଦା ଥାନା ପାତ୍ରପଡ଼ା ନିକଟରେ ପ୍ରଥମେ ମାଓବାଦୀଙ୍କ ସହ ପୋଲିସର ମୁହଁ।ମୁହିଁ ହୋଇଥିଲା। ୨୦୧୬ ଜାନୁୟରୀ ୨୪ରେ ପାଲଲହଡ଼ା ଥାନା ଅଧୀନରେ କଳଙ୍ଗ ଡିଭିଜନ୍‌ର ସୁନୀଲ ଓରଫ ପି. କୁମାରସ୍ବାମୀ ଓ ତାଙ୍କ ସ୍ତ୍ରୀ ସୋନିଙ୍କୁ ଏସ୍‌ଓଜି ଟିମ୍‌ ଏନ୍‌କାଉଣ୍ଟର କରିଥିଲେ। ୨୦୧୫ ଫେବୃୟାରୀ ୧୨ରେ ପାଲଲହଡ଼ା ଥାନା ପଟାମୁଣ୍ଡା ଗାଁର ସାମୁଏଲ ବୋଡ଼ରାକୁ ମାଓବାଦୀ ହତ୍ୟା କରିଥିଲେ। ସେହିବର୍ଷ ସେପ୍ଟେମ୍ବର ୨୯ରେ ପୁରୁଣାକୋଟ ଥାନା ଫରେଷ୍ଟ ବିଟ୍‌ ହାଉସ୍‌ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ। ୩୦ ତାରିଖରେ ଟୁଲୁକା ଫରେଷ୍ଟ ବିଟ୍‌ ହାଉସ୍‌କୁ ଅଗ୍ନି ସଂଯୋଗ କରିଥିଲେ। ଶେଷଥର ପାଇଁ ୨୦୧୮ ଅଗଷ୍ଟ ୧୨ରେ ଗୁଳି ବିନିମୟ ହୋଇଥିଲା। ମାଓବାଦୀ ପ୍ରବଣ ଜିଲା ତାଲିକାରୁ ମୁକ୍ତ ହୋଇଥିଲେ ବି ଗୋଇନ୍ଦା ବିଭାଗ ଓ ଅନୁଗୋଳ ପୋଲିସ ଦୃଷ୍ଟି ରଖିବ। ଆବଶ୍ୟକ ପଡିଲେ ଏସ୍‌ଓଜି ରିକ୍ୟୁସନ କରାଯିବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।

ଆତ୍ମସମର୍ପଣ କରିଛନ୍ତି ୬ ମାଓବାଦୀ
ଅନୁଗୋଳ ଜିଲାରେ ମାଓବାଦୀ କାର୍ଯ୍ୟକଳାପ ଦେଖାଦେବା ପରଠାରୁ ଅଦ୍ୟାବଧି ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୨୦୧୫ ଡିସେମ୍ବରରେ ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼(ଏସ୍‌ଡିଏସ୍‌) କ୍ୟାଡରର ମାଧବ, ୨୦୧୬ ଏପ୍ରିଲ ୬ରେ ପୁରୁଣାକୋଟ ଥାନା ସିଟିକୋଇଲି ଅଞ୍ଚଳର ପିଣ୍ଟୁ ଓ ୨୦୧୭ ଡିସେମ୍ବରରେ ଝାଡ଼ଖଣ୍ଡ ଅଞ୍ଚଳର ଜଣେ, ଏସ୍‌ଡିଏସ୍‌ କ୍ୟାଡରର ଜଣେ, ୨୦୧୮ ଏପ୍ରିଲରେ ରାଞ୍ଚି ଅଞ୍ଚଳର ଛୋଟୁ ଗଞ୍ଜୁ ଓ ଏସ୍‌ଡିଏସ୍‌ କ୍ୟାଡରର ଜଣେ ଅନୁଗୋଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ପରିଶ୍ରମର ଫଳ ମିଳିଛି: ଆଇଜି
ଉତ୍ତର-କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜି ନରସିଂହ ଭୋଳ କହିଛନ୍ତି, ପୋଲିସ କର୍ମଚାରୀଙ୍କ ପରିଶ୍ରମର ଫଳ ମିଳିଛି। ଅନୁଗୋଳ ମାଓବାଦୀ ଜିଲା ତାଲିକାରୁ ମୁକ୍ତ ହୋଇଥିବାରୁ ସରକାର ଏବେ ଅନ୍ୟ ଜିଲାର ମାଓବାଦୀଙ୍କ ଉପରେ ଅଧିକ ଧ୍ୟାନ ଦେଇପାରିବେ। ୨୦୧୬ରେ ପୋଲିସ ଏନ୍‌କାଉଣ୍ଟର ପରେ କଳିଙ୍ଗନଗର ମାଓବାଦୀ କ୍ୟାଡର ଗତିବିଧି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା। ଏହାପରେ ଜଣେ ପରେ ଜଣେ ମାଓଦାବୀ ଆତ୍ମସମର୍ପଣ କରିଥିଲେ। ଗୋଇନ୍ଦା ବିଭାଗର ଉଦ୍ୟମ ଯୋଗୁ ଏସବୁ ସମ୍ଭବ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri