୮ ଲକ୍ଷ ଟପିଲା ସଂକ୍ରମଣ

ନୂଆଦିଲ୍ଲୀ,୧୧ା୭: ଭାରତରେ କରୋନା ସଂକ୍ରମଣ ଶୁକ୍ରବାର ୮ ଲକ୍ଷ ଟପିଥିବାବେଳେ ମୃତ୍ୟୁସଂଖ୍ୟା ୨୧,୭୨୪ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬,୫୦୬ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୪୭୫ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୦୧,୨୮୬ ହୋଇଛି।ଗତ ୩ ଦିନରେ ପାଖାପାଖି ଲକ୍ଷେ ସଂକ୍ରମିତ ହୋଇଛନ୍ତି। ସକ୍ରିୟ ମାମଲା ୨,୭୬,୬୮୫ ରହିଥିବାବେଳେ ୪,୯୫,୫୧୨ ଜଣ ସୁସ୍ଥ ହେଲେଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆରୋଗ୍ୟ ହାର ୬୨.୪୨ ପ୍ରତିଶତ ରହିଛି। ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ କମ୍‌ ରହିଛି। ବର୍ତ୍ତମାନ ସୁଦ୍ଧା୧.୧ କୋଟି ଲୋକଙ୍କର କୋଭିଡ୍‌ ପରୀକ୍ଷା କରାଗଲାଣି।
ମହାରାଷ୍ଟ୍ରରେ ସର୍ବାଧିକ ୨,୩୦,୫୯୯ ସଂକ୍ରମିତ ହୋଇଥିବା ବେଳେ ତାମିଲନାଡୁରେ ୧,୨୬,୫୮୧, ଦିଲ୍ଲୀରେ ୧,୦୭,୦୫୧ ଆକ୍ରାନ୍ତ ହୋଇଛନ୍ତି।
ମାସେ ପୂର୍ବରୁ ଦେଶରେ କରୋନା ଜନିତ ମୃତ୍ୟୁହାର ୨.୮୨ ପ୍ରତିଶତ ଥିବାବେଳେ ଏବେ ତାହା ୨.୭୨ ପ୍ରତିଶତକୁ ହ୍ରାସ ପାଇଛି। ଏହା ଅନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍‌ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। କରୋନା ରୋଗୀଙ୍କ ଚିକିତ୍ସାରେ ଉନ୍ନତି ଉପରେ ଅଧିକ ଧ୍ୟାନ ଦିଆଯାଉଛି। ସଂକ୍ରମିତଙ୍କୁ ଚିହ୍ନଟ କରିବାରେ ଆଶା, ଏଏନ୍‌ଏମ୍‌ମାନଙ୍କୁ ନିୟୋଜିତ କରାଯିବା ସହ ଆୟୁଷ୍ମାନ ଭାରତ ହେଲ୍‌ଥ ଆଣ୍ଡ ଓ୍ବେଲ୍‌ନେସ୍‌ ସେଣ୍ଟରଗୁଡ଼ିକ ମଧ୍ୟ ଯାଞ୍ଚ କାର୍ଯ୍ୟରେ ସହାୟତା କରୁଛନ୍ତି। କେରଳରେ କରୋନା ଜନିତ ମୃତ୍ୟୁହାର ସର୍ବନିମ୍ନ ୦.୪୧ ପ୍ରତିଶତ ଥିବାବେଳେ ଝାଡ଼ଖଣ୍ଡରେ ୦.୭୧, ବିହାରରେ ୦.୮୨% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆକୁ ଭାରତ କରିବା ପ୍ରସଙ୍ଗ ନୁହେଁ ନୂଆ: ୨୦୧୨ରେ କଂଗ୍ରେସ ଆଗତ କରିଥିଲା ବିଲ୍‌…

ନୂଆଦିଲ୍ଲୀ,୬।୯ : ବର୍ତ୍ତମାନ ଦେଶର ନାମ ଇଣ୍ଡିଆରୁ ଭାରତ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ ପତ୍ର ଦ୍ୱାରା ଏହି...

ରାଜ୍ୟରେ ୬୯ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ରାଜ୍ୟରେ ବୁଧବାର ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୮ ଜଣ ଲୋକାଲ...

ପୁଣେ ଭାଜପା ଏମ୍‌ପି ଗିରିଶ ବାପଟଙ୍କ ପରଲୋକ…

ପୁଣେ,୨୯।୩ : ପୁଣେର ଲୋକସଭା ଏମ୍‌ପି ତଥା ଭାଜପା ନେତା ଗିରିଶ ବାପଟଙ୍କର ବୁଧବାର ପୁଣେର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ...

ହଠାତ ଦେଶର ନାମ ପରିବର୍ତ୍ତନ କରିବାର ଆବଶ୍ୟକତା କ’ଣ ଥିଲା? ଇଣ୍ଡିଆ ବଦଳରେ ଭାରତ ଲେଖିବା ନେଇ ମମତାଙ୍କ ଆପତ୍ତି…

କୋଲକାତା,୫।୯ : ଜି-୨୦ ଶିଖର ସମ୍ମିଳନୀର ରାତ୍ରୀ ଭୋଜନ କାର୍ଯ୍ୟକ୍ରମର ନିମନ୍ତ୍ରଣ କାର୍ଡରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖିବା ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ...

ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ

ପୁଲୱାମା,୧୭।୭: ଦକ୍ଷିଣ କଶ୍ମୀରର ପୁଲୱାମାରେ ସୁରକ୍ଷାବାହିନୀର ଏକ ଟିମ୍‌ ଉପରେ ଆତଙ୍କବାଦୀଙ୍କ ପକ୍ଷରୁ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଜଣେ ସିଆରପିଏଫ୍‌ ଯବାନ ଶହୀଦ ହୋଇଛନ୍ତି।...

ଦେଶରେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ କେନ୍ଦ୍ର ସରକାର: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪ ।୧: ସାରା ଦେଶରେ ଏବେ ବଢି ଚାଲିଛି କରୋନା ସଂକ୍ରମଣ । ଏହାସହ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ବି ତା’ର ତାଣ୍ଡବ ରଚି...

ଫ୍ରି ଫାୟାର ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୪।୨: କେନ୍ଦ୍ରର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ୫୪ ମୋବାଇଲ ଆପ୍ଲିକେଶନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିସ କରିଛନ୍ତି। ଏହି ଆପ୍‌ ତାଲିକାରେ ରହିଛି ଗାରେନା ଫ୍ରି...

ଆଜି ଦେଶରେ ୨,୨୬୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୦।୫: ଏକ ଠକେଇ ମାମଲାରେ ଜେଲ ଯାଇଥିବା ସମାଜବାଦୀ ପାର୍ଟିର ନେତା ଆଜମ ଖାନ ୨୭ ମାସ ଜେଲରେ ରହିବା ପରେ ଶୁକ୍ରବାର ସୀତାପୁର ଜେଲରୁ...

Advertisement
Archives

Model This Week