Posted inଜାତୀୟ

୫-ଜି ଠକେଇ ପ୍ରତି ସାବଧାନ ! ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୦।୧୦ : ଦେଶର ବିଭିନ୍ନ ସହରରେ ୫ ସେବା ଆରମ୍ଭ ହୋଇଛି। ୮ ଟି ସହରରେ ଏୟାରଟେଲ (ଭାରତୀ ଏୟାରଟେଲ) ଏବଂ ଜିଓ (ରିଲାଏନ୍ସ ଜିଓ) ୫ ନେଟୱାର୍କ ଉପଲବ୍ଧ କରାଯାଇଛି। ଏହି ରୋଲ ଆଉଟ ସହିତ ୫ ଜି ନାମରେ ଠକେଇ ଆରମ୍ଭ ହୋଇଛି। ସ୍କାମରମାନେ ସମଗ୍ର ଦେଶରେ ସକ୍ରିୟ ହୋଇସାରିଛନ୍ତି। ସେମାନେ ୫ ଜି ନାମରେ ଲୋକଙ୍କ ସହ ଅନଲାଇନ ଠକେଇ କରୁଛନ୍ତି। ଲୋକମାନଙ୍କୁ ୫ ଜି ଅପଗ୍ରେଡ ନାମରେ ପ୍ରତାରଣା କରାଯାଇଥିବା ଏପରି କିଛି ଘଟଣା ଘଟିଛି। ଏହି ପ୍ରସଙ୍ଗରେ ହାଇଦ୍ରାବାଦ ପୋଲିସ ମଧ୍ୟ ଏକ ସତର୍କ ସୂଚନା ଜାରି କରିଛି।

ହାଇଦ୍ରାବାଦ ପୋଲିସର ସତର୍କ ସୂଚନାରେ କୁହାଯାଇଛି ଯେ ଉପଭୋକ୍ତାମାନେ ମୋବାଇଲ ଫୋନରେ ମିଳୁଥିବା କୌଣସି ୟୁଆରଏଲ ଉପରେ କ୍ଲିକ କରିବା ଉଚିତ ନୁହେଁ। ଏଭଳି କଲେ କ୍ଷତି ସହିବାକୁ ପଡିପାରେ।
ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି ଯେ ମୋବାଇଲରେ ଅନେକ ୟୁଆରଏଲ ମିଳିଛି, ଯାହା ବ୍ୟାଙ୍କ ଠକେଇର କାରଣ ପାଲଟିଛି।
ଯଦି ୫ ଜିକୁ ଅପଗ୍ରେଡ କରିବାକୁ ୟୁଆରଏଲ ଫୋନରେ ମିଳିଥାଏ, ତେବେ ସେହି ୟୁଆରଏଲ କ୍ଲିକ କରାଯିବା ଉଚିତ ନୁହେଁ।
ଯଦି ଫୋନରେ ୪ ଜି ରୁ ୫ ଜି ସିମକୁ ଅପଗ୍ରେଡ କରିବାକୁ ଏକ ଲିଙ୍କ ମିଳେ ତେବେ ଏହାକୁ ଅଣଦେଖା କରନ୍ତୁ ଏବଂ ଡିଲିଟ୍‌ କରିବା ଜରୁରୀ ବୋଲି ସତର୍କ ସୂଚନାରେ ଉଲ୍ଲେଖ କରାଯାଇଛି।
ଅପଗ୍ରେଡ କରିବାକୁ ଉପଭୋକ୍ତାମାନଙ୍କୁ କୌଣସି ବାହ୍ୟ ଲିଙ୍କ ଉପରେ କ୍ଲିକ କରିବାର ଆବଶ୍ୟକତା ନାହିଁ। ଯଦି ଆପଣଙ୍କର ଡିଭାଇସ ୫ ଜି ପାଇଁ ସକ୍ଷମ ଏବଂ ଆପଣଙ୍କର ଡିଭାଇସ ନିର୍ମାତାଙ୍କ ଦ୍ୱାରା ୫ ଜି ସଫ୍ଟୱେର୍‌ ଅପଡେଟ ଜାରି କରାଯାଇଛି, ତେବେ ଆପଣଙ୍କୁ କୌଣସି ଚଲିଙ୍କରେ କ୍ଲିକ କରିବାର ଆବଶ୍ୟକତା ନାହିଁ । ଯେତେବେଳେ ଆପଣଙ୍କ ଅଞ୍ଚଳରେ ୫ ଜି ନେଟୱାର୍କ ଉପଲବ୍ଧ, ଆପଣ ନିକଟତମ ପଞ୍ଜୀକୃତ ଟେଲିକମ ଅପରେଟରଙ୍କଠାରୁ ଏନେଇ ଏକ ବାର୍ତ୍ତା ପାଇବେ ।


Enter your email to get our daily news in your inbox.

All Right Reserved By Dharitri.Com

୮୭ ମିନିଟରେ ୨୦୨୩ ବଜେଟ ଉପସ୍ଥାପନ: ନୂଆ ଭାରତର ଚିତ୍ର ସ୍ପଷ୍ଟ,ରାଜ୍ୟଙ୍କୁ ୫୦ ବର୍ଷର ସୁଧମୁକ୍ତ ଋଣ,ପ୍ୟାନ କାର୍ଡକୁ ଜାତୀୟ ପରିଚୟ କାର୍ଡ ମାନ୍ୟତା…

ନୂଆଦିଲ୍ଲୀ,୧।୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୮୭ ମିନିଟର ବଜେଟ ଉପସ୍ଥାପନ କରି ନୂଆ ଭାରତର ଚିତ୍ର ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା...

ଡିଓ୍ବାଇ ଚନ୍ଦ୍ରଚୂଡ ପ୍ରଧାନ ବିଚାରପତି ହେବାର ୧ ମାସ ୭ ଦିନ ମଧ୍ୟରେ ୬,୮୪୪ ମାମଲାର ସମାଧାନ

ନୂଆଦିଲ୍ଲୀ,୨୦।୧୨: ଗତ ନଭେମ୍ବର ୯ରେ ଭାରତର ନୂତନ ପ୍ରଧାନ ବିଚାରପତି (ସିଜେଇ) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଡିଓ୍ବାଇ ଚନ୍ଦ୍ରଚୂଡ। ସେ ଦାୟିତ୍ୱ ଗ୍ରହଣ ପରଠାରୁ...

ନଦୀକୁ ଡେଇଁ କାରରୁ ନବବିବାହିତଙ୍କୁ ଉଦ୍ଧାର କଲେ ଗ୍ରାମବାସୀ

ପାଲାମୁ (ଝାଡ଼ଖଣ୍ଡ), ୨୨।୬- ଝାଡ଼ଖଣ୍ଡରେ ନବବିବାହିତ ଦମ୍ପତ୍ତିଙ୍କୁ ନେଇ ଯାଉଥିବା ଏକ କାର୍‌ ନଦୀ ମଧ୍ୟକୁ ଖସି ପଡ଼ିଥିଲା। କାର୍‌ଟି ଅଧାବୁଡ଼ି ନଦୀର ପ୍ରଖର ସ୍ରୋତରେ...

ଭାଜପାର ଘୋଷଣାପତ୍ର: ୨୦ ଲକ୍ଷ ନିଯୁକ୍ତି- ଝିଅଙ୍କୁ ମାଗଣା ସ୍କୁଟି…

ଅହମଦାବାଦ,୨୬।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭାଜପା ଘୋଷଣାପତ୍ର ପ୍ରକାଶ ପାଇଛି। ରାଜ୍ୟରେ ପ୍ରାୟ ତିନି ଦଶନ୍ଧି ଧରି ଶାସନ କରିଆସୁଥିବା ଭାରତୀୟ ଜନତା...

ମଦ ମହଙ୍ଗା

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଆଲକୋହଲ ଉପରେ ୧୦୦ ପ୍ରତିଶତ କୃଷି ସେସ୍‌ ଲାଗୁ କରାଯାଇଥିବା ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଏହା...

ସରକାରୀ ବାବୁଙ୍କ କାମର ସମୀକ୍ଷା କରିବେ ମୋଦି ସରକାର…

ନୂଆଦିଲ୍ଲୀ,୨୭।୭: ଏଣିକି ସରକାରୀ ବାବୁଙ୍କ କାମର ସମୀକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପକ୍ଷରୁ କରାଯିବ। ଖରାପ ପ୍ରଦର୍ଶନ କରିଥିବା ସରକାରୀ ବାବୁଙ୍କୁ ସମୟ ପୂର୍ବରୁ...

କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ବଡ଼ ହଇଚଇ: ନିଶଙ୍କ-ଗଙ୍ଗଓ୍ବାର-ଦେବଶ୍ରୀ ମନ୍ତ୍ରିମଣ୍ଡଳରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ,୭।୭: କେନ୍ଦ୍ର କ୍ୟାବିନେଟରେ ବୁଧବାର ସନ୍ଧ୍ୟାରେ ବଡ଼ ପରିବର୍ତ୍ତନ ହେବ। ହେଲେ ଏହା ପୂର୍ବରୁ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ମନ୍ତ୍ରିମଣ୍ଡଳରେ ନୂଆ ନାମ ଯୋଡ଼ି...

ଜମ୍ମୁ-କଶ୍ମୀରରେ ନିହତ ହୋଇଥିବା ଆତଙ୍କବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପାକିସ୍ତାନ…

ଶ୍ରୀନଗର/ଇସଲାମାବାଦ,୨୮।୯ : ଭାରତରେ ଆତଙ୍କବାଦ ବିସ୍ତାର କରୁଥିବା ଆତଙ୍କବାଦୀଙ୍କୁ ପାକିସ୍ତାନ ଖୋଲାଖୋଲି ସମର୍ଥନ କରୁଥିବା ପୁଣି ଥରେ ପ୍ରମାଣିତ ହୋଇଛି। ଜମ୍ମୁ-କଶ୍ମୀରର ରେସି ଜିଲାରେ ସୁରକ୍ଷା...

Advertisement
Archives

Model This Week