ଦାରିଙ୍ଗବାଡ଼ିରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ: ବାଲ୍ୟବିବାହ ରୋକିବା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ ସିଡିପିଓ ସଂନ୍ଧ୍ୟାରାଣୀ ପଣ୍ଡା ଅଧ୍ୟକ୍ଷତା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜାକେଶ ସାମନ୍ତରାୟ, ବିପିଏମ ଶାନ୍ତନୁ କୁମାର ସାହୁ, ଏବିଇଓ ମୁଳୁନ୍ଦ ବଳିୟାର ସିଂ, ଜାଗୃତିର କାର୍ଯ୍ୟକ୍ରମ ପରିଚାଳକ ସଦାନନ୍ଦ ସିଂ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀଶିକ୍ଷକ ମଞ୍ଚାସିନ ରହିଥିଲେ ।

ବିଶେଷ କରି ଶିଶୁ କନ୍ୟା ଠାରୁ ନାବାଳିକା ପର୍ଯ୍ୟନ୍ତ ଝିଅଙ୍କ ଯତ୍ନ ନେବା ସହ ସେମାନଙ୍କୁ ସାମାଜିକ ସୁରକ୍ଷା କିଭଳି ପ୍ରଦାନ କରାଯିବ, ସେମାନଙ୍କୁ ଶିକ୍ଷା ପ୍ରଦାନ ପାଇଁ ଗୁରୁତ୍ୱ ଦିଆଯିବାକୁ ପରାମର୍ଶ ଦିଆଯାଇଥିଲା ।  ସେହିପରି ସମସ୍ତ ଝିଅଙ୍କୁ ଶିକ୍ଷାପ୍ରଦାନ ପାଇଁ ପରିବାର କିଭଳି ଅବହେଳା କରିବେନେ ସେଥିପ୍ରତି ମଧ୍ୟ ଆଲୋଚନା କରାଯାଇଥିଲା । ଝିଅ ମଧ୍ୟ ଦେଶର ଭବିଷ୍ୟତ ତେଣୁ ସେମାନଙ୍କୁ ସଠିକ ସମୟରେ ସମସ୍ତ ଶିକ୍ଷା ପ୍ରଦାନ ଓ ସାମାଜିକ ନିର୍ଯାତନାରୁ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଗୁରୁତ୍ୱ ଦିଆଯାଇଥିଲା । ଅନ୍ୟପଟେ ବାଲ୍ୟ ବିବାହ ରୋକିବା ଓ ସେମାନଙ୍କୁ ଏଦିଗରେ ସଚେତନ କରାଇବା ସହ ଅଭିଭାବକମାନେ ମଧ୍ୟ ଏଥିପ୍ରତି ସଚେତନ ହେବା ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ସ୍କ୍ରବ୍‌ ଟାଇଫସ୍‌: ଏମାନଙ୍କ ସଂସ୍ପର୍ଶରେ ଆସିଲେ ହୋଇଥାଏ ଏହି ରୋଗ

ସ୍କ୍ରବ୍‌ ଟାଇଫସ୍‌ ଏକ ସଂକ୍ରାମକ ରୋଗ ଓ ଏହା ରିକେଟ୍‌ସିଆ ଗ୍ରୁପ୍‌ର ଜୀବାଣୁ ଓରିଏନସିଆ ସୁସୁଗାମୁଷି ଜୀବାଣୁ ଦ୍ୱାରା ହୋଇଥାଏ। ଏହି ଜୀବାଣୁ ଜଉପୋକ, ଲୁଣିଆ ପୋକ…

ବଡ଼ ଘୋଷଣା; ଛାତ୍ରୀଛାତ୍ର ଓଡ଼ିଆରେ ପଢ଼ିବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

ଭୁବନେଶ୍ୱର, ୭।୯: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଇଛି । ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ ହେବ । ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଯୁକ୍ତ…

ଜାଣନ୍ତୁ କେମିତି ନିୟନ୍ତ୍ରଣରେ ରହିବ ବ୍ଲଡ୍‌ପ୍ରେସର

ରକ୍ତଚାପ ବା ବ୍ଲଡପ୍ରେସର ଦୁଇ ଭାଗରେ ବିଭକ୍ତ, ଯଥା- ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡପ୍ରେସର, ଲୋ ବ୍ଲଡପ୍ରେସର ବା ନିମ୍ନ ରକ୍ତଚାପ। ବିଶେଷଭାବରେ ଲୋ ବ୍ଲଡପ୍ରେସର…

ଚର୍ଚ୍ଚିତ ଗୌଣ ଗ୍ରହ ଆପୋଫିସ୍‌

ଆମ ସୌରଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହଦ୍ୱୟ କକ୍ଷ ମଝିରେ ଅନେକଗୁଡିଏ କ୍ଷୁଦ୍ର ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି। ଏଗୁଡିକ ଗ୍ରହାଣୁ ବା ଗୌଣଗ୍ରହ କୁହାଯାଏ।…

ସତ୍ୟ ନିକେତନ ଘଟଣା: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୫ MCD ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁଶୁଡ଼ିବା ଘଟଣାରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେନ (MCD) ଦ୍ୱାରା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦକ୍ଷିଣ ଜୋନର ପାଞ୍ଚ ଜଣ…

ଦିଲ୍ଲୀ ଘଟଣା: ମୃତକଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ସହ ସରକାରୀ ଚାକିରି ଦାବି

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନରେ କୋଠା ଭୁଶୁଡ଼ି ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସମ୍ପର୍କରେ ଭାରତୀୟ ଜାତୀୟ କଂଗ୍ରେସର ଉତ୍ତର ପ୍ରଦେଶ ୟୁନିଟ ସଭାପତି ଅଜୟ ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri