ଜିଓ ମାର୍ଟ, ସ୍ମାର୍ଟ ଷ୍ଟୋରରେ ‘ବେଷ୍ଟିଭାଲ୍‌ ସେଲ୍‌’

ନୂଆଦିଲ୍ଲୀ,୧୬।୧୦: ରିଲାଏନ୍ସ ରିଟେଲ୍‌ର ଜିଓ ମାର୍ଟ ଏବଂ ସ୍ମାର୍ଟ ଷ୍ଟୋର ପକ୍ଷରୁ ‘ବେଷ୍ଟିଭାଲ୍‌ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସ୍ବତନ୍ତ୍ର ସେଲ୍‌ (ଅଫର) ଚଳିତ ବର୍ଷ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଏଥିରେ ଇ-ମାର୍କେଟ୍‌ପ୍ଳେସ୍‌ର ଦ୍ରୁତ ସମ୍ପ୍ରସାରଣ ହେଉଛି। ଏଥିରେ ଅନେକ ନୂଆ ବର୍ଗକୁ ମଧ୍ୟ ସାମିଲ କରାଯାଇଛି। ବିଶେଷ କରି ଫ୍ୟାଶନ ଓ ଲାଇଫଷ୍ଟାଇଲ୍‌ ସହ କଞ୍ଜୁମର ଇଲେକ୍‌ଟ୍ରୋନିକ୍‌ସ, ହୋମ୍‌ ଏବଂ କିଚେନ୍‌ ଉତ୍ପାଦ ଆଦି ସାମିଲ ରହିଛି। ଏହି ସେଲ୍‌ ଜିଓ ମାର୍ଟ, ଇ-ମାର୍କେଟ୍‌ପ୍ଲେସ୍‌ ପ୍ଲାଟ୍‌ଫର୍ମ ଏବଂ ୩୦୦୦ରୁ ଅଧିକ ସ୍ମାର୍ଟ ଷ୍ଟୋରରେ ଉପଲବ୍ଧ ହେବ। ସାରା ଦେଶର ସ୍ମାର୍ଟ ବଜାର, ସ୍ମାର୍ଟ ସୁପର ଷ୍ଟୋର ଓ ସ୍ମାର୍ଟ ପଏଣ୍ଟ ଆଦି ଅନ୍ତର୍ଭୁକ୍ତ ରହିଛି। ଗତ ୨ବର୍ଷ ଧରି ସ୍ମାର୍ଟ ଷ୍ଟୋର ଭାଲ୍ୟୁ ଶପିଂ, ଡେଷ୍ଟିନେସନ ଓ ସୁବିଧାଜନକ ଶପିଂ ଫର୍ମାଟକୁ ସମ୍ପ୍ରସାରିତ କରିଛି। ସେହିଭଳି ଚଳିତ ‘ବେଷ୍ଟିଭାଲ୍‌ ସେଲ୍‌’ରେ ଏକ୍ସକ୍ଲୁସିଭ୍‌ ଅଫର ଓ ଡିଲ୍‌ ସାଙ୍ଗକୁ ବ୍ୟାଙ୍କ ଟାଏଅପ୍‌ସ ଓ ଦୀପାବଳି ସାମଗ୍ରୀ ଏବଂ ଜେନେରାଲ୍‌ ମର୍ଚ୍ଚାଣ୍ଡାଇଜ୍‌ ଉପରେ ସ୍ବତନ୍ତ୍ର ରିହାତି ସୁବିଧା ଦିଆଯାଉଛି। ଏ ସମ୍ପର୍କରେ ରିଲାଏନ୍ସ ରିଟେଲ୍‌ର ସିଇଓ (ଗ୍ରୋସେରି) ଦାମୋଦର ମଲ୍ଲ କହିଛନ୍ତି, ଚଳିତ ବେଷ୍ଟିଭାଲ୍‌ ସେଲ୍‌ରେ ଗ୍ରାହକଙ୍କୁ ଅତୁଳନୀୟ ମୂଲ୍ୟ ସୁବିଧା ପ୍ରଦାନ କରୁଛୁ। ଆମର କ୍ରେତାମାନେ ବିଭିନ୍ନ ବର୍ଗରେ ୮୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଦିୱାଲି ସ୍ପେଶିଆଲ ଡିଲ୍‌ରୁ ମଧ୍ୟ ଦିୟା, କ୍ୟାଣ୍ଡେଲ, ଉପହାର, ମିଠା, ସ୍ନାକ୍‌ସ ଓ ରଙ୍ଗୋଲି ଆଦି ମଧ୍ୟ ବାଛିପାରିବେ। ଗ୍ରାହକମାନଙ୍କର ସମସ୍ତ ପାର୍ବଣ ଆବଶ୍ୟକତାକୁ ଏହା ପୂରଣ କରିବ। ଏହା ସହିତ ସେମାନେ ଭାରତୀୟ ମିଠାଇ ଓ ଡ୍ରାଏ ଫ୍ରୁଟ୍‌ ଗିଫ୍‌ଟ ପ୍ୟାକ୍‌ରେ ୫୦% ପର୍ଯ୍ୟନ୍ତ ରିହାତି ସୁବିଧା ମଧ୍ୟ ପାଇପାରିବେ। ସେହିଭଳି ଜିଓମାର୍ଟର ସିଇଓ ସନ୍ଦୀପ ଭରଗାଣ୍ଟିି କହିଛନ୍ତି, ଆମେ ଆମର କ୍ରସ୍‌ କାଟେଗୋରି ସମ୍ପ୍ରସାରଣର ସଫଳତା ନେଇ ବହୁତ ଉତ୍ସାହୀ ଅଛୁ, ଯାହାକୁ ସାରା ଦେଶରେ ଗ୍ରହଣ କରାଯାଇଛି। ଆମେ ଅଣ ଗ୍ରୋସେରି ବର୍ଗରେ ଗତ ୧୫ଦିନ ମଧ୍ୟରେ ବିକ୍ରିରେ ୩ଗୁଣା ବୃଦ୍ଧି ପରିଲକ୍ଷିତ କରିଛୁ। ବିଶେଷକରି ସାମଗ୍ରିକ କ୍ଷେତ୍ରରେ ଆମେ ଆଶାଠାରୁ ଅଧିକ ସଫଳତା ହାସଲ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri