Posted inଖେଳ

୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ-୧୧ ଘୋଷଣା: ଦଳରେ ସ୍ଥାନ ପାଇଲେ ଭାରତର ୨ ଖେଳାଳି

ନୂଆଦିଲ୍ଲୀ,୧।୧: ୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ ସ୍ଥାନ ପାଇ ନାହାଁନ୍ତି। ଏହି ଦଳର ଅଧିନାୟକ ଭାବେ ଭାରତର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କୁ ନିଯୁକ୍ତ କରାଯାଇଛି। ଏହି ଦଳ କ୍ରିକେଟ ଅଷ୍ଟ୍ରେଲିଆ ଦ୍ୱାରା ମନୋନୀତ ହୋଇଛି।
ପ୍ରତିବର୍ଷ ଶେଷରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପ୍ରତ୍ୟେକ ଫର୍ମାଟରେ ଶ୍ରେଷ୍ଠ ଦଳ ଚୟନ କରେ। ଏଥିରେ ସମଗ୍ର ବିଶ୍ୱରୁ ୧୧ଜଣ ଉଲ୍ଲେଖନୀୟ ପ୍ରଦର୍ଶନକାରୀ ଖେଳାଳିଙ୍କୁ ମନୋନୀତ କରାଯାଇଛି । ବର୍ତ୍ତମାନ ଘୋଷଣା ହୋଇଥିବା ଦଳ ଆଇସିସି ଦ୍ୱାରା ମନୋନୀତ ହୋଇନାହିଁ, ବରଂ ଏହା କ୍ରିକେଟ ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ ଟେଷ୍ଟ ଇଲେଭେନ ଅଟେ।

କ୍ରିକେଟ ଅଷ୍ଟ୍ରେଲିଆ ଭାରତରୁ ଦୁଇ ଖେଳାଳି, ଶ୍ରୀଲଙ୍କାରୁ ଜଣେ, ଇଂଲଣ୍ଡରୁ ତିନି ଜଣ, ଦକ୍ଷିଣ ଆଫ୍ରିକାରୁ ଜଣେ, ନ୍ୟୁଜିଲାଣ୍ଡରୁ ଦୁଇ ଜଣ ଏବଂ ଅଷ୍ଟ୍ରେଲିଆର ଦୁଇ ଜଣ ଶ୍ରେଷ୍ଠ ଟେଷ୍ଟ ଏକାଦଶରେ ଚୟନ କରିଛନ୍ତି। ପାକିସ୍ତାନର କୌଣସି ଖେଳାଳି ଏହି ଦଳରେ ସାମିଲ ହୋଇନାହାନ୍ତି।

କ୍ରିକେଟ ଅଷ୍ଟ୍ରେଲିଆ ଦଳରେ ଭାରତର ଯଶସ୍ବୀ ଜଶସ୍ବୀ ଏବଂ ଇଂଲଣ୍ଡର ବେନ ଡକେଟ ଓପନର୍‌ ଭାବରେ ମନୋନୀତ ହୋଇଛନ୍ତି। ଇଂଲଣ୍ଡର ଜୋ ରୁଟ୍‌ ତିନି ନମ୍ବରରେ ଅଛି। ଏହା ପରେ ନ୍ୟୁଜିଲାଣ୍ଡର ରାଚିନ ରବିନ୍ଦ୍ର ଚତୁର୍ଥ ସ୍ଥାନରେ ଏବଂ ଇଂଲଣ୍ଡର ହ୍ୟାରି ବ୍ରୁକ ପଞ୍ଚମ ସ୍ଥାନରେ ଅଛନ୍ତି। ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ ଷଷ୍ଠ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆର ଆଲେକ୍ସ କେରେ ଉଇକେଟ କିପର ହୋଇଛନ୍ତି। ଦ୍ରୁତ ବୋଲିଂରେ ନ୍ୟୁଜିଲାଣ୍ଡର ମ୍ୟାଚ ହେନେରୀ, ଭାରତର ଜସପ୍ରିତ ବୁମ୍‌ରା ଏବଂ ଅଷ୍ଟ୍ରେଲିଆର ଜୋଶ ହାଜଲେଉଡ ଅଛନ୍ତି। ସ୍ପିନର ହେଉଛନ୍ତି ଦକ୍ଷିଣ ଆଫ୍ରିକାର କେଶବ ମହାରାଜ।

ସମସ୍ତେ ଟେଷ୍ଟ କ୍ରିକେଟ ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତେବେ ଅଷ୍ଟ୍ରେଲିଆର ବର୍ତ୍ତମାନର ଟେଷ୍ଟ ଅଧିନାୟକ ପ୍ୟାଟ କମିନ୍ସ ମଧ୍ୟ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଥିଲେ, କିନ୍ତୁ ସେ ଏହି ଦଳରେ ମନୋନୀତ ହୋଇନାହାଁନ୍ତି।
୨୦୨୪ର କ୍ରିକେଟ ଅଷ୍ଟ୍ରେଲିଆର ଶ୍ରେଷ୍ଠ ଏକାଦଶ – ଯଶସ୍ବୀ ଜଶସ୍ବୀ , ବେନ ଡକେଟ, ଜୋ ରୁଟ, ରାଚିନ ରବିନ୍ଦ୍ର, ହ୍ୟାରି ବ୍ରୁକ, କାମିଣ୍ଡୁ ମେଣ୍ଡିସ, ଆଲେକ୍ସ କେରି (ଉଇକେଟ କିପର), ମ୍ୟାଟ ହେନେରୀ, ଜସପ୍ରୀତ ବୁମ୍‌ରା (ଅଧିନାୟକ), ଜୋଶ ହାଜଲେଉଡ ଏବଂ କେଶବ ମହାରାଜ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri