Posted inଖେଳ

ଶୁଟିଂରେ ଭାରତକୁ ଶ୍ରେଷ୍ଠ ସଫଳତା

ହାଙ୍ଗଝୋ, ୩୦।୯ (ପି.ଟି.): ଚଳିତ ଏସିଆନ ଗେମ୍ସର ଶୁଟିଂ ରେଞ୍ଜରେ ଭାରତୀୟ ଶୁଟରମାନେ ଅତ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ଏଥର ଶୁଟିଂରେ ଭାରତକୁ ଶ୍ରେଷ୍ଠ ସଫଳତା ମିଳିଛି। ଭାରତର ଯୁବ ଶୁଟରମାନେ ପ୍ରତିପକ୍ଷ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇ ଶୁକ୍ରବାର ୨ଟି ସ୍ବର୍ଣ୍ଣ ଓ ୩ ରୌପ୍ୟ ପଦକ ହାସଲ କରିଛନ୍ତି। ଫଳରେ କୌଣସି ଗୋଟିଏ ସଂସ୍କରଣରେ ଏଥର ଶୁଟରମାନେ ସର୍ବାଧିକ ପଦକ ହାସଲରେ ରେକର୍ଡ କରିଛନ୍ତି। ଗତ ୬ ଦିନରେ ଭାରତୀୟ ଶୁଟରମାନେ ୧୮ଟି ପଦକ ହାସଲ କରି ସାରିଛନ୍ତି। ଏହା ମଧ୍ୟରେ ୬ ସ୍ବର୍ଣ୍ଣ ଓ ୭ ରୌପ୍ୟ ପଦକ ସାମିଲ। ଏହା ପୂର୍ବରୁ ୨୦୦୬ ଦୋହା ଏସିଆନ ଗେମ୍ସରେ ଭାରତ ଶୁଟିଂରୁ ସର୍ବାଧିକ ୧୪ ପଦକ ପାଇଥିଲା। ଏଥର ଏହାକୁ ଅତିକ୍ରମ କରିଯାଇଛି। ଶୁକ୍ରବାର ଅନୁଷ୍ଠିତ ମହିଳା ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ଭାରତର ପଲକ ଗୁଲିଆ ସ୍ବର୍ଣ୍ଣ ଓ ଇଶା ସିଂ ରୌପ୍ୟ ପଦକ ପାଇଛନ୍ତି। ସେହିପରି ମହିଳା ୧୦ ମିଟର ଏୟାର ପିସ୍ତଲ ଦଳଗତ ଇଭେଣ୍ଟରେ ପଲକ, ଇଶା ଓ ଦିବ୍ୟା ଥାଡିଗୋଲ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ୫୦ ମିଟର ରାଇଫଲ ୩ ପୋଜିଶନ୍ସର ଦଳଗତ ବିଭାଗରେ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ସ୍ବପ୍ନିଲ କୁସାଲେ ଓ ଅଖିଲ ଶେଓରନ ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ୨୨ ବର୍ଷୀୟ ଐଶ୍ୱର୍ଯ୍ୟ ପୁରୁଷ ରାଇଫଲ ୩ ପୋଜିଶନ୍ସ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ଶୁଟିଂ, ଟେନିସ, ସ୍କ୍ବାଶ୍‌ ଓ ଆଥଲେଟିକ୍ସକୁ ମିଶାଇ ୬ଷ୍ଠ ଦିବସରେ ଭାରତକୁ ମୋଟ ୮ଟି ପଦକ ମିଳିଛି।
ଭାରତର ଦୁଇ ଟିନ୍‌ଏଜ୍‌ ଶୁଟର ପଲକ ଓ ଇଶା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଓ୍ବାନ୍‌-ଟୁ ଫିନିଶ୍‌ କରି ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନିରାଶ କରିଥିଲେ। ଶୀର୍ଷସ୍ଥାନ ପାଇଁ ଦୁଇ ଭାରତୀୟ ପରସ୍ପରକୁ ଚ୍ୟାଲେଞ୍ଜ ଦେଇଥିଲେ। ମାତ୍ର ଶେଷରେ ୧୭ ବର୍ଷୀୟା ପଲକ ବାଜି ମାରିଥିଲେ। ”ସେଠାରେ କାହା ସହିତ ପ୍ରତିଦ୍ୱନ୍ଦ୍ୱିତା ନ ଥିଲା। ମୋର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ମୁଁ ନିଜେ। ମୁଁ ସବୁବେଳେ ନିଜସହ ଲଢ଼େଇ କରିଥାଏ“ ବୋଲି ସ୍ବର୍ଣ୍ଣ ଜିତିବା ପରେ ପଲକ ପ୍ରକାଶ କରିଥିଲେ। ଏଥିରେ ପାକିସ୍ତାନର ତଲତ କିଶ୍ମାଲା ବ୍ରୋଞ୍ଜ ପଦକ ପାଇଥିଲେ। ସିନିୟର ବିଭାଗରେ ପଲକଙ୍କ ପାଇଁ ଏହାଥିଲା ବଡ଼ ପ୍ରତିଯୋଗିତାରେ ପ୍ରଥମ ଅନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ। ଫାଇନାଲ୍ସରେ ସେ ଗେମ୍ସ ରେକର୍ଡ ସହ ୨୪୨.୧ ପଏଣ୍ଟ ଶୁଟ୍‌ କରିଥିଲେ। ଇଶା ୨୩୯.୭ ପଏଣ୍ଟ ଶୁଟ୍‌ କରି ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ଗତ ବୁଧବାର ଇଶା ୨୫ ମିଟର ପିସ୍ତଲରେ ମଧ୍ୟ ରୌପ୍ୟ ପଦକ ପାଇଥିଲେ। ୫୦ ମିଟର ରାଇଫଲ ଆରେନାରେ ମଧ୍ୟ ଭାରତୀୟ ମାର୍କ୍ସମ୍ୟାନଙ୍କ ଚମକ ଦେଖିବାକୁ ମିଳିଥିଲା। ପୁରୁଷ ୩ ପୋଜିଶନ ଟିମ୍‌ର ସଦସ୍ୟ ଐଶ୍ୱର୍ଯ୍ୟ ୫୯୧, ସ୍ବପ୍ନିଲ ୫୯୧ ଓ ଶେଓରନ ୫୮୭ ପଏଣ୍ଟ ଶୁଟ୍‌ କରିଥିଲେ। ଫଳରେ ଭାରତୀୟ ଦଳ ୧୭୬୯ ବିଶ୍ୱରେକର୍ଡ ସ୍କୋର ସହ ସ୍ବର୍ଣ୍ଣ ପଦକ ପାଇଥିଲା। ଚାଇନା ୧୭୬୩ ଓ ଦକ୍ଷିଣ କୋରିଆ ୧୭୪୮ ପଏଣ୍ଟ ସହିତ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିଲା। ପୂର୍ବ ବିଶ୍ୱ ରେକର୍ଡ ପଏଣ୍ଟ ଅପେକ୍ଷା ଭାରତୀୟମାନେ ଅଧିକ ୮ ପଏଣ୍ଟ ଶୁଟ୍‌ କରିଥିଲେ। ପୁରୁଷ ୫୦ ମିଟର ରାଇଫଲ ୩ ପୋଜିଶନ ବ୍ୟକ୍ତିଗତ ଇଭେଣ୍ଟରେ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର ଅଳ୍ପକେ ସ୍ବର୍ଣ୍ଣ ପଦକ ମିସ୍‌ କରିଥିଲେ। ସେ ୪୫୯.୭ ପଏଣ୍ଟ ପାଇଥିବାବେଳେ ଚାଇନାର ଡୁ ଲିନ୍‌ସୁ ୪୬୦.୬ ପଏଣ୍ଟ ସହିତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ୧୮ ବର୍ଷୀୟା ଇଶା ୫୭୯, ପଲକ ୫୭୭ ଓ ଦିବ୍ୟା ୫୭୫ ଏହିପରି ମୋଟ ୧୭୩୧ ପଏଣ୍ଟ ଶୁଟ୍‌ କରି ରୌପ୍ୟ ପଦକ ପାଇଥିଲେ। ୧୭୩୬ ପଏଣ୍ଟ ସହିତ ଚାଇନା ସ୍ବର୍ଣ୍ଣ ପଦକ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?