ଶ୍ରେଷ୍ଠ ବନ୍ଧୁ

ସମାଜରେ ଆମ ସମସ୍ତଙ୍କର ନିହାତି ଅନ୍ତରଙ୍ଗ ବନ୍ଧୁଟିଏ ଥିବ। ଯେଉଁ ବନ୍ଧୁ ପାଖରେ ମନର ଅକୁହା କଥା ଯେତେ ପ୍ରକାଶ କରିଦେଲେ ନିଜକୁ ହାଲକା ଲାଗେ। ବିପଦରେ ପଡ଼ିଥିଲା ବେଳେ ଯିଏ ସବୁ ପ୍ରତିଘାତ ଡେଇଁ ସାହାଯ୍ୟ କରିବାକୁ ଧାଇଁ ଆସେ, ହତାଶା ମନରେ ବଞ୍ଚିବାର ନୂତନ ରାହା ଓ ସାହସ ଭରିଦିଏ ତାକୁ ଆମେ ବିପଦର ବନ୍ଧୁ ବୋଲି ଭାବି ଥାଉ। ଆଜିର ସମାଜରେ ବେଳେ ବେଳେ ଦେଖାଯାଏ ବନ୍ଧୁ ବନ୍ଧୁ ମଧ୍ୟରେ ବିଶ୍ୱାସ ଘାତକତା; ଯାହା ଆଗରେ ବିଶ୍ୱାସରେ ସବୁ କଥା କହିଥିବ ସେଇ ବନ୍ଧୁ ହିଁ ଆମର ସର୍ବନାଶ କରିଦିଏ ତା’ ନିଜ ସ୍ବାର୍ଥ ଲାଗି । ସେତେବେଳେ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ ଏ ଦୁନିଆରେ ଆମେ ସତରେ କାହାକୁ ପ୍ରକୃତ ବନ୍ଧୁ ବା ଶ୍ରେଷ୍ଠ ବନ୍ଧୁ ବୋଲି ଭାବିବା। ଏ ବନ୍ଧୁକୁ ନେଇ ବିଶିଷ୍ଟ ସାହିତି୍ୟକ ମନୋଜ ଦାସ, ଗୋଟେ ଗଳ୍ପ ଉପସ୍ଥାପନ କରିଥିଲେ। ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି କଥା ପ୍ରସଙ୍ଗରେ ତାଙ୍କ ତରୁଣ ପୁତ୍ରଙ୍କୁ ଦିନେ କହିଲେ,”ବାବୁ, ସମାଜରେ ପ୍ରତିଷ୍ଠା ହାସଲ କରିବା ଉତ୍ତମ, ବିତ୍ତ ସଞ୍ଚୟ କରିବା ମଧ୍ୟ ମନ୍ଦ ନୁହେଁ, କିନ୍ତୁ ଜୀବନରେ ଯଦି ଜଣେ, ଦୁଇ ଜଣ ଉତ୍ତମ ବନ୍ଧୁ ଲାଭ କରିପାରିବୁ, ତେବେ ତାହା ହିଁ ହେବ ଜୀବନ ସାୟାହ୍ନରେ ସବୁଠାରୁ ବଡ଼ ଆଶ୍ୱସ୍ତି।“ ତରୁଣ ପୁତ୍ର ହସି ଉତ୍ତର ଦେଲା,‘ଜଣେ ଦୁଇ ଜଣ? ମୋର ଅଛନ୍ତି ଶହେ ବନ୍ଧୁ!’ ପିତା ଗମ୍ଭୀର ହୋଇ କହିଲେ, ମୋତେ ଆସି ଷାଠିଏ ହେଲା। ଜୀବନରେ ମାତ୍ର ଦେଢ଼ ଜଣ ବନ୍ଧୁ ଲାଭ କରିଛି। ତୋତେ ମିଳିଗଲେଣି ଶହେ ବନ୍ଧୁ? ସଗର୍ବ ହାସ୍ୟ ଉତ୍ତର ଦେଲା ପୁତ୍ର,‘ହଁ, ବାପା ଏମିତି କିଛି ତ୍ୟାଗ ନାହିଁ, ଯାହା ସେମାନେ ମୋ ପାଇଁ ତ୍ୟାଗ ନ କରିବେ।’‘ବେଶ୍‌, ଟିକିଏ ପରୀକ୍ଷା କରି ଦେଖାଯାଉ’ କହିଲେ ବାପା। ପରଦିନ ରାତିରେ ସେ ଗୋଟାଏ ବଡ଼ ଟୋକେଇରେ କିଛି ଲୁଗା ଭର୍ତ୍ତିକରି ତହିଁ ଉପରେ କିଞ୍ଚିତ ଲାଲରଙ୍ଗ ଛିଟିକାଇ ଦେଇ ପୁଅକୁ କହିଲେ, ”ଯାହାକୁ ତୁ ଶହେ ଭିତରୁ ସବୁଠାରୁ ବିଶ୍ୱସ୍ତ ବନ୍ଧୁ ମନେକରୁ, ପ୍ରଥମେ ତା’ପାଖକୁ ଯାଇ କହିବୁ କି ଘଟଣା କ୍ରମେ ତୁ ଗୋଟାଏ ମଣିଷ ମାରି ପକାଇଛୁ। ରାଜାଙ୍କ ସିପାହିମାନେ ତୋତେ ଅନୁସରଣ କରୁଥିବା ସମ୍ଭବ। ଟୋକେଇରେ ମୃତଦେହ ସହ ତୋତେ ବନ୍ଧୁଟି ଯେମିତି ନିଜ ଘରେ ଲୁଚାଇ ରଖିବେ ରାତିକ ପାଇଁ।“
ତରୁଣ ଅନ୍ଧାର ରାତିରେ ତା’ର ସର୍ବଶ୍ରେଷ୍ଠ ବନ୍ଧୁଟିର ଘରେ ପହଞ୍ଚି ଦରଜା ପାଖରେ ଠିଆ ହୋଇ ସେହି ଆବେଦନ କଲା। ବନ୍ଧୁ ଚମକି ପଡ଼ି ଉତ୍ତର ଦେଲା, ”ଆରେ, ତୋ ପାଇଁ ମୁଁ କ’ଣ ଏତକ କରନ୍ତି ନାହିଁ ? ଅସୁବିଧା ହେଲା, ଆଜି ଆମ ଘରେ କୁଣିଆ ଅଛନ୍ତି। “ ବାସ, ବନ୍ଧୁ ଦରଜା ବନ୍ଦକରି ଦେଲା। ଶ୍ରେଷ୍ଠବନ୍ଧୁ ତାଲିକାରେ ଥିବା ପରବର୍ତ୍ତୀ ଯୁବକ ପାଖକୁ ଯାଇ ସେ ଶରଣ ଭିକ୍ଷା କରନ୍ତେ ସେ କହିଲା,”ବନ୍ଧୁ ବୋଲି କ’ଣ ତୋ ଅପରାଧ ଘୋଡ଼ାଇବି? ଏଠାରୁ ଶୀଘ୍ର ଚାଲିଯାଆ।“ ତରୁଣ ହେଲା ତୃତୀୟ ବନ୍ଧୁର ଦ୍ବାରସ୍ଥ। ବନ୍ଧୁ ଖୁସ୍‌ ମିଜାଜରେ ଥିଲେ। କହିଲେ,”ଆରେ ତୁ ଏମିତି ଛାନିଆ ହେଉଛୁ କାହିଁକି? ସିପାହି ଧରିନେଇ କରିବ ବା କ’ଣ? ତୋ ପ୍ରଭାବଶାଳୀ ବାପା ଲଢ଼ିବେ ନାହିଁ ? ଖୁବ୍‌ ବେଶି ହେଲେ ତତେ ଫାଶୀ ହେବ। ଆମେ କ’ଣ ଜାକଜମକରେ, ତୋ ସମ୍ମାନ ଜଗି, ତୋ ଶ୍ରାଦ୍ଧୋତ୍ସବ କରିବା ନାହିଁ ? ହେଉ, ଶୁଭରାତ୍ରି।“ ଦରଜା ବନ୍ଦ ହେଲା। କ୍ଳାନ୍ତ ଶ୍ରାନ୍ତ ହତାଶ ତରୁଣ ଯାଇ ବାପାଙ୍କ ଆଗରେ କାନ୍ଦି ପକାଇ ସବୁ କହିଲା। ”ବ୍ୟସ୍ତ ହୁଅନା ପୁଅ। ତୋ ଆଗରେ ରହିଛି ଦୀର୍ଘ ଜୀବନ। ଆଶା, ଜଣେ ଦୁଇଜଣ ସଚ୍ଚା ବନ୍ଧୁ ତୋ କପାଳରେ ଯୁଟିବେ। ବେଶ୍‌ ଆଗାମୀ କାଲି ମୋ ବନ୍ଧୁଙ୍କ ପରୀକ୍ଷା କରିବା।“ ଯାହାକୁ ଭଦ୍ରଲୋକ ଅଧା ବନ୍ଧୁ ବୋଲି ମନେ କରୁଥିଲେ, ତରୁଣ ଆଦ୍ୟ ରାତ୍ରିରେ ରକ୍ତାକ୍ତ ଦିଶୁଥିବା ଟୋକେଇ ମୁଣ୍ଡେଇ ତାଙ୍କ ପାଖରେ ପହଞ୍ଚି ସମାନ ଅଭିନୟ କରନ୍ତେ, ସେ ଜଣକ ସଙ୍ଗେ ସଙ୍ଗେ ତରୁଣକୁ ଆଶ୍ରୟ ଦେବାକୁ ପ୍ରସ୍ତୁତ ହେଲେ। କିନ୍ତୁ ତରୁଣ କୌଣସି ଯୁକ୍ତିରେ ଚାଲି ଆସିଲା। ତହିଁ ପରଦିନ ପିତାଙ୍କ ନିର୍ଦ୍ଦେଶରେ ସେ ଯାଇ ତାଙ୍କର ପୂର୍ଣ୍ଣ ବନ୍ଧୁଙ୍କ ଦ୍ୱାରଦେଶରେ ପହଞ୍ଚିଲା। ଯୋଗାଯୋଗ ଏମିତି, ସେଦିନ ସତକୁ ସତ ସେ ମୁଲକରେ ଏକ ହତ୍ୟାକାଣ୍ଡ ଘଟିଥାଏ ଏବଂ ମୃତଦେହ ସହ ପଳାତକ ଅପରାଧୀକୁ ସିପାହିମାନେ ଖୋଜୁଥାନ୍ତି। ଏକଥା ଗୃହସ୍ବାମୀ ଜାଣିଥିଲେ। ତଥାପି ସେ ତତ୍‌କ୍ଷଣାତ୍‌ ତରୁଣକୁ ଘରେ ଲୁଚାଇ ଟୋକେଇକୁ ଉଦ୍ୟାନରେ ପୋତିବାର ବ୍ୟବସ୍ଥା କଲେ। ପରେ ପରେ ସଦଳବଳ ସିପାହି ସର୍ଦ୍ଦାର ତାଙ୍କ ଘରେ ପହଞ୍ଚି କହିଲେ କି, ହତ୍ୟାକାରୀ ତରୁଣଟିଏ ତାଙ୍କ ଘରେ ଆଶ୍ରୟ ନେଇଛି ବୋଲି ସେମାନେ ସୂଚନା ପାଇଛନ୍ତି। ତାକୁ ଗିରଫ ନ କଲେ ସେମାନେ ଯିବେ ନାହିଁ; ଘର ତଲାସ କରିବେ। ଗୃହସ୍ବାମୀ ତତ୍‌କ୍ଷଣାତ୍‌ ନିଜ ସୁପୁତ୍ରକୁ ସିପାହି ଦଳ ହାତରେ ଅର୍ପଣ କରି କହିଲେ,”ତୁମେମାନେ ଯାହାକୁ ଖୋଜୁଚ ଏହି ଜଣକ ସେହି ଯୁବକ। ସେ କିଛି ଅପରାଧ କରିନାହିଁ। ତେବେ ସେ କଥା ମୁଁ ଆଗାମୀକାଲି ବୁଝିବି।“ ସିପାହି ସର୍ଦ୍ଦାର ଭଦ୍ରଲୋକଙ୍କ ପୁଅକୁ ଆପାତତଃ ଗିରଫ କରି ନେଇଗଲେ। ପ୍ରଭାତରେ ପିତାଙ୍କ ପାଖକୁ ଆସି ତରୁଣ କହିଲା,”ବାପା, ମୋର ମୋହମୁକ୍ତି ହେଲା। ପ୍ରକୃତ ବନ୍ଧୁର ସ୍ବରୂପ ଜାଣିଲି।“ ଅବଶ୍ୟ ଏ ଗଳ୍ପର ପଟଭୂମି ଦୁଇଶହ ବର୍ଷ ତଳର ସମାଜ ଓ ପରିବେଶ। ଏହାର ଆକ୍ଷରିକ ବାସ୍ତବତା ନୁହେଁ, ମର୍ମ ହିଁ ଆମର ଧ୍ୟେୟ । ସାମାଜିକ ଜୀବନରେ ବନ୍ଧୁ ଅପରିହାର୍ଯ୍ୟ। କିନ୍ତୁ କିଏ ଆମର ଶ୍ରେଷ୍ଠ ବନ୍ଧୁ? ଶ୍ରୀମା, ବନ୍ଧୁଙ୍କ ଉପରେ ଗୋଟେ ସୁନ୍ଦର ଉତ୍ତର ଦେଇଥିଲେ। ଆମର ଯିଏ ଶ୍ରେଷ୍ଠ ବନ୍ଧୁ, ସିଏ ଆମର ସବୁଠୁ ଉତ୍ତମ ଗୁଣ ଯୋଗୁ ଆମକୁ ଭଲପାଏ। କିନ୍ତୁ ଭଲପାଏ ବୋଲି ତା’ ରୁଚି ଅନୁସାରେ ଆମ ବ୍ୟକ୍ତିତ୍ୱ ବଦଳିବା ଚାହିଁ, ସେଭଳି ଦାବି ତା’ର ନ ଥାଏ। ଗଳ୍ପଟିରେ କହିବା ବାହୁଲ୍ୟ, ଶେଷ ଶ୍ରେଣୀର ବନ୍ଧୁ ହିଁ ସମସ୍ତଙ୍କ ପାଇଁ ମୂଲ୍ୟବାନ, କିନ୍ତୁ ସେଭଳି ବନ୍ଧୁ ଆଜିର ସମାଜରେ ମିଳିବା ବଡ଼ କଷ୍ଟକର। ପ୍ରକୃତରେ ଆମକୁ ହତାଶା ନ କଲା ଭଳି ବନ୍ଧୁ କାହାକୁ ଭାବିବା? ଶ୍ରୀମା’ଙ୍କ ଉତ୍ତର, ଏକମାତ୍ର ଭଗବାନ,‘ଯାବତୀୟ କରୁଣାର ଉତ୍ସ’। ସେ ହିଁ ଏକମାତ୍ର ସଚ୍ଚା ବନ୍ଧୁ, ଭଲ ସମୟରେ ଓ ଖରାପ ସମୟରେ ବନ୍ଧୁ। ସିଏ ହିଁ ଠିକ ବୁଝନ୍ତି,… ଏବଂ ସେ ଆମ ପ୍ରୟୋଜନ ବେଳେ ସର୍ବଦା ଉପସ୍ଥିତ ରହି ଯେକୌଣସି ମାଧ୍ୟମରେ ସାହାଯ୍ୟର ହାତ ବଢ଼ାନ୍ତି। ଏହାର ପ୍ରମାଣ ଆମେ ଅନେକ ଥର ଅନୁଭବ କରିଥାଉ । ‘ବନ୍ଧୁ ଯାହାର ପରମେଶ୍ୱର, ତା’ର ଆଉ ବା କାହାକୁ ଡର’।

ପ୍ରତିମା ବିଶ୍ୱାଳ
ଜଗତ୍‌ସିଂହପୁର
ମୋ:୯୭୭୬୨୯୦୦୮୪


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଛେଦ ହେଉଛି, ଥଇଥାନ ହେଉନି: ଜୀବନ ଜୀବିକା ଦୁର୍ବିଷହ

ବରଗଡ଼,୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ସହରରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏହି ଉଚ୍ଛେଦ ଅଭିଯାନରେ ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ୱାର୍ଡରେ ଜବରଦଖଲକୁ…

କର୍ମଫଳର ଜୀବନଚକ୍ର

ମଣିଷର ଭାବନା ଏବଂ ଜ୍ଞାନର ଗହନ କଥାକୁ ବୁଝାଇବା ପାଇଁ ପୁରାଣରେ ଅନେକ ଅବଧାରଣା ରହିଛି। ମଣିଷ ଚିନ୍ତାଧାରାରେ ଈଶ୍ୱର ଅଛନ୍ତି ଏବଂ ତାହାର ଧାରଣା ଅଛି…

ପାଣିପାଗ ବିଭାଗର ଆଲର୍ଟ, ୧୦ରେ ବଙ୍ଗୋପସାଗରରେ ବଡ଼ ଲଘୁଚାପ!

ଭୁବନେଶ୍ୱର,୭ା୫(ବନ୍ଦନା ସେଠୀ): ଆସନ୍ତା ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ୟୁରୋପିଆନ୍‌ ମଡେଲ ଆକଳନ କରିଛି। ସେହିଭଳି ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ…

ପିଏଙ୍କ ହତ୍ୟା ପରେ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ, ସିଧା କହିଦେଲେ ହତ୍ୟାକାରୀ…ପଶ୍ଚିମବଙ୍ଗରେ ଚହଳ

କୋଲକାତା,୭।୫: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ନିର୍ୱାଚନୀ ବିଜୟ ମଧ୍ୟରେ, ଏକ ଚାଞ୍ଚଲ୍ୟକର ଅପରାଧ ଘଟିଛି। ଏହି ଘଟଣାରେ, ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା କରାଯାଇଥିବା ସୂଚନା…

କଫି ଚାଷ ସମ୍ୱନ୍ଧୀୟ ବ୍ଲକ ସ୍ତରୀୟ କର୍ମଶାଳା , ଯୋଗଦେଲେ ଚାଷୀ

ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚା ପରିସର ମଧ୍ୟରେ କଫି ଚାଷ ସମ୍ୱନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବ୍ଲକର…

ରାଜ୍ୟରେ ଘନେଇଲାଣି ପେଟ୍ରୋଲ, ଡିଜେଲ ଅଭାବ

ଗତ ଫେବୃଆରୀ ୨୮ରୁ ଇରାନ୍‌ ସହ ଆମେରିକାର ଓ ଇସ୍ରାଏଲର ଯୁଦ୍ଧ ପରଠାରୁ ସାରା ବିଶ୍ୱରେ ଅର୍ଥନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି। ବିଶେଷକରି ଆରବ ଦେଶଗୁଡ଼ିକରୁ…

ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ: ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ଗୁଳି କରି ହତ୍ୟା, ବାଜିଛି ୩ ରାଉଣ୍ଡ ଗୁଳି

କୋଲକାତା,୬।୫: ପଶ୍ଚିମବଙ୍ଗରୁ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହକାରୀ (PA) ଚନ୍ଦ୍ରନାଥ ରଥଙ୍କୁ…

ବିଶ୍ବରେ ଚହଳ! ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, ହର୍ମୁଜ୍‌ ନ ଖୋଲିଲେ ବୋମାମାଡ଼…

ଓ୍ବାଶିଂଟନ,୬ା୫: ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଇରନକୁ ଧମକ ଦେଇଛନ୍ତି। ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ନ ଖୋଲିରେ ଅଧିକ ବୋମାମାଡ଼ ହେବ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri