ନ୍ୟାୟ ଦାବିରେ ଥାନା ଘେରାଉ

ସାତମାଇଲ, ୧୧।୧୦(ଡି.ଏନ୍‌.ଏ.): ହିନ୍ଦୋଳ ବ୍ଲକ ବାଲିମୀସ୍ଥିତ କ୍ୟାପିଟାଲ ଟ୍ରଷ୍ଟ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଏଜେଣ୍ଟ ତଥା ଖୋର୍ଦ୍ଧା ଜିଲା ମୁକ୍ତାପୁର ଅଞ୍ଚଳର ଅଜିତ ମହାପାତ୍ର (୨୪)ଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ରହସ୍ୟ ଖୋଲୁନାହିଁ। ପୁଅର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନ ଥିବା ପରିବାର ଲୋକେ ନ୍ୟାୟ ଦାବିରେ ସୋମବାର ଅପରାହ୍ନ ୨ଟାରୁ ରାତି ୭ଟା ଯାଏ ଥାନା ଘେରିଥିଲେ। ଥାନାଧିକାରୀଙ୍କ ପକ୍ଷରୁ ନିରପେକ୍ଷ ତଦନ୍ତର ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ସୂଚନାଯୋଗ୍ୟ, ଅଜିତ୍‌ ୩ ବର୍ଷ ହେଲା ସମ୍ପୃକ୍ତ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତମାସ ୨୦ ତାରିଖରେ ସେ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ସହକର୍ମୀମାନେ ସୂଚନା ଦେଇଥିଲେ। ଘର ଲୋକେ ପହଞ୍ଚତ୍ ବାଲିମୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ହସ୍ତାନ୍ତର କରିଥିଲା। ତେବେ ଅଜିତ୍‌ଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବାପା ରାମଚନ୍ଦ୍ର ମହାପାତ୍ର। ତାଙ୍କ କହିବା କଥା, ଯଦି ପୁଅ ଗାମୁଚ୍ଛା ଲଗାଇ ଆତ୍ମହତ୍ୟା କରିଥିଲେ; ତେବେ ତାଙ୍କ ମୃତଦେହକୁ ଡାକ୍ତରଖାନା ନେବା ବଦଳରେ କାହିଁକି ବାରଣ୍ଡାରେ ଶୁଆଇ ଦିଆଯାଇଥିଲା। ତେଣୁ ଏଥିରେ ନିଶ୍ଚୟ କିଛି ରହସ୍ୟ ରହିଛି। ପୋଲିସ ନିରପେକ୍ଷ ତଦନ୍ତ କଲେ ଏହାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ରାମଚନ୍ଦ୍ର କହିଛନ୍ତି। ଅପରପକ୍ଷେ ପୋଲିସ ମୃତ ଯୁବକଙ୍କ ପରିବାରକୁ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିବା ସତ୍ତ୍ୱେ ଏଥିରେ ସନ୍ତୁଷ୍ଟ ହୋଇ ନ ଥିଲେ ପରିବାର ସଦସ୍ୟ। ସେମାନେ ଏହାକୁ ସନ୍ଦେହ କରିବା ସହ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଏଥିସହ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ଲାଇ ଡିଟେକ୍ଟ ଟେଷ୍ଟ କରିବା, ଉପଯୁକ୍ତ ଅନୁସନ୍ଧାନ କରି କମ୍ପାନୀଠାରୁ କ୍ଷତିପୂରଣ ପ୍ରଦାନ ଦିଗରେ ସହାୟତା କରିବାକୁ ସେମାନେ ଦାବି କରିଛନ୍ତି। ପୋଲିସ ଦାବିପତ୍ର ଗ୍ରହଣ କରି ନିର୍ଭର ପ୍ରତିଶ୍ରୁତି ଦେବାପରେ ପରିବାର ଲୋକ ଧାରଣାରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri