ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗର ପ୍ରୀତିପନ୍ନା ବେହେରା ଏବଂ ଇତିହାସରେ ସାଗର ପ୍ରଧାନ ଟପ୍ପର ହୋଇଛନ୍ତି।

ସୂଚନା ଯୋଗ୍ୟ, କରୋନା ପରଠୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବିଭିନ୍ନ ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶ ହୋଇ ପାରୁ ନ ଥିଲା। ଯାହାକୁ ନେଇ ଅଭିଭାବକ ଏବଂ ଛାତ୍ରୀଛାତ୍ରମାନେ ବିଭିନ୍ନ ସମୟରେ ଅସନ୍ତୋଷ ବ୍ୟକ୍ତ କରୁଥିଲେ।

କିନ୍ତୁ ଚଳିତ ବର୍ଷ ସ୍ନାତକ ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ପ୍ରକାଶିତ ପାଇଁ ପଦକ୍ଷେପ ନିଆଯାଇଥିଲା। ଏଥିପାଇଁ ବିଶବିଦ୍ୟାଳୟ କୁଳପତି ଡ ଗୀତାଞ୍ଜଳୀ ଦାସ ଏବଂ କଣ୍ଟ୍ରୋଲର ଡ ସତ୍ୟ ନାରାୟଣ କୁଣ୍ଡୁ ଷଷ୍ଠ ସେମିଷ୍ଟାର ପରୀକ୍ଷା ସରୁସରୁ ମୂଲ୍ୟାଙ୍କନ ପାଇଁ ପଦକ୍ଷେପ ନେଇଥିଲେ। ଫଳରେ ମଙ୍ଗଳବାର ପରୀକ୍ଷା ଫଳ ପ୍ରକାଶିତ ହୋଇଛି।

କଳାରେ ୯୬.୮୨ ପ୍ରତିଶତ ଛାତ୍ରୀଛାତ୍ର ପାସ ହୋଇଥିବା ବେଳେ ବାଣିଜ୍ୟରେ ୮୮.୯୦ ପ୍ରତିଶତ ଛାତ୍ରୀ ଛାତ୍ର ପାସ ହୋଇଛନ୍ତି । ଏଥିସହ ବିଜ୍ଞାନରେ ୯୩.୮୬ ପ୍ରତିଶତ ଛାତ୍ରୀଛାତ୍ର ପାସ ହୋଇଛନ୍ତି । ସେହିପରି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଛାତ୍ରୀ ପ୍ରିତିପନ୍ନା ବେହେରା ବିଶ୍ୱବିଦ୍ୟାଳୟସ୍ତରରେ ଟପ୍ପର ହୋଇଥିବା ବେଳେ ଇତିହାସରେ ଏହି କଲେଜର ସାଗର ପ୍ରଧାନ ଟପ୍ପର ହୋଇଛନ୍ତି ।

ଏଥିସହ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଦ୍ୱିତୀୟ ସ୍ଥାନରେ ଛାବାଲି ଅଭିଳାଷା ପ୍ରସର୍ନଶ୍ରୀୟା ଥିବା ବେଳେ ତୃତୀୟସ୍ଥାନରେ ଭାରତୀ ନାଇକ, ଚତୁର୍ଥ ସ୍ଥାନରେ ସଂଘମିତ୍ରା ନାଇକ, ପଞ୍ଚମରେ ପୂଜା ପାତ୍ର, ଷଷ୍ଠରେ ଅଙ୍କିତା ରାଉତ, ସପ୍ତମରେ ରୂପାଲି ବରାଡ, ଅଷ୍ଟମରେ ରାଜେଶ ବେହେରା, ନବମରେ ସୁନିଲ ପ୍ରଧାନ, ଯୁଗ୍ମ ଦଶମ ସ୍ଥାନରେ ଦୀପକ ବିଷୋୟୀ ଓ ଶିବାନୀ ନାଇକ ଅଛନ୍ତି। ସମସ୍ତ ଛାତ୍ରୀଛାତ୍ର କେଏସ୍‌ୟୁବି କଲେଜର।

ଏଥିସହ ଅର୍ଥନୀତିରେ ଏହି ମହାବିଦ୍ୟାଳୟର ଅଶ୍ୱିନୀ କୁମାର ମହାପାତ୍ର ଦଶମ ସ୍ଥାନରେ ଅଛନ୍ତି। ପରୀକ୍ଷା ଫଳ ଘୋଷଣା ପରେ ସମସ୍ତ କୃତୀ ଛାତ୍ରୀଛାତ୍ରଙ୍କୁ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଡ ରବିନ୍ଦ୍ର ମିଶ୍ର, ବିଦେଶୀ ରାଉତ, ସୀମାଞ୍ଚଳ ବେହେରା, ଅଧ୍ୟାପିକା ଜ୍ୟୋତ୍ସ୍ନା ରାଣୀ ଦାସ, ଗଣଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ ବିକେ ପ୍ରଧାନ,
ଅଧ୍ୟାପିକା ବାସନ୍ତୀ ଜାନି, ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପିକା ଅନିତା ମହାପାତ୍ର, ପ୍ରଜ୍ଞା ପରମିତା ଦାସ, ଅଧ୍ୟାପକ ବିଜୟ ମଲ୍ଲିକ କୃତୀ ଛାତ୍ରୀଛାତ୍ରଙ୍କ ସଫଳତାରେ ଖୁସିବ୍ୟକ୍ତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ସେହିପରି ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗରେ ସୁଜତା ପରିଡ଼ା ଟପ୍ପର ହୋଇଛନ୍ତି। ସନ୍ତୋସିନୀ ସ୍ବାଇଁ, ରାଣୀ ଡାକୁଆ ଯୁଗ୍ମ ଭାବେ ଏହି ବିଭାଗର ଦଶମ ସ୍ଥାନରେ ରହିଛନ୍ତି। ବଟନିରେ ସଂକଳ୍ପ ମହାନ୍ତି ଦଶମ ସ୍ଥାନରେ ଥିବା ବେଳେ କେମିଷ୍ଟ୍ରିରେ ପ୍ରଜ୍ଞା ମହାନ୍ତି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଗଣିତରେ କିରଣ କୁମାରୀ ସାହୁ ଷଷ୍ଠ ସ୍ଥାନରେ ଅଛନ୍ତି। ଫିଜିକ୍ସରେ ସ୍ବାଗତିକା ଆଚାର୍ଯ୍ୟ ପଞ୍ଚମ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri