ବ୍ରହ୍ମପୁର ବିଧାୟକଙ୍କୁ ମିଳୁନି ମନ୍ତ୍ରୀ ପଦ

ବ୍ରହ୍ମପୁର ଅଫିସ,୩।୫: ଗଞ୍ଜାମ ଜିଲାର ୧୩ ନିର୍ବାଚନ ମଣ୍ଡଳୀ ମଧ୍ୟରେ ବ୍ରହ୍ମପୁରର ଗୁରୁତ୍ୱ ରହିଛି। ମହାନଗର ନିଗମର ସମୁଦାୟ ୪୨ ୱାର୍ଡରୁ ୩୬ ୱାର୍ଡକୁ ନେଇ ଗଠନ ହୋଇଛି ବିଧାନସଭା କ୍ଷେତ୍ର। ୧୯୯୦ ରୁ ୨୦୧୯ ସୁଦ୍ଧା ହୋଇଛି ୭ ନିର୍ବାଚନ। ସବୁ ନିର୍ବାଚନରେ ଅଣ କଂଗ୍ରେସ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ତନ୍ମଧ୍ୟରୁ ୯୦ ନିର୍ବାଚନରେ ତତ୍କାଳୀନ ଜନତା ଦଳରୁ ସ୍ବର୍ଗତ ବିନାୟକ ମହାପାତ୍ର ଓ ୯୫ ନିର୍ବାଚନରେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଜିତିଥିଲେ। ପରର୍ତ୍ତେୀ ୨୦୦୦ରୁ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଚ୍ୟାଉ ପଟ୍ଟନାୟକ ଲଗାତର ଏହି ଆସନରୁ ୪ଥର ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ବିଜେଡିରୁ ଜିତିଛନ୍ତି ବିକ୍ରମ କୁମାର ପଣ୍ଡା। ବିଧାନସଭାକୁ କ୍ରମାନ୍ବୟରେ ନିର୍ବାଚିତ ଉପରୋକ୍ତ ୭ ଜଣଙ୍କ ମଧ୍ୟରୁ କେହି ରାଜ୍ୟ ମଣ୍ଡଳରେ ସ୍ଥାନ ପାଇନାହାନ୍ତି। ତେଣୁ ଅଣ କଂଗ୍ରେସ ଶାସନରେ ବ୍ରହ୍ମପୁରକୁ ଅଣଦେଖା କରାଯାଇଥିବା ରାଜନୈତିକ ବିଶ୍ଲେଷକ ଚର୍ଚ୍ଚା କରୁଛନ୍ତି। କଂଗ୍ରେସ ଶାସନରେ ୧୯୫୭ ନିର୍ବାଚନରେ ବିଧାୟକ ହୋଇଥିବା ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ମୁଖ୍ୟ ବିଚାରପତି ସ୍ବର୍ଗତ ଲିଙ୍ଗରାଜ ପାଣିଗ୍ରାହୀ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। ସେ ଗୃହ ଓ ଶିକ୍ଷା ସମେତ ଅନ୍ୟ ବିଭାଗ ପାଇଥିଲେ। ପରବର୍ତ୍ତୀ ସ୍ଥିତିରେ ସ୍ବର୍ଗତ ବିନାୟକ ଆଚାର୍ଯ୍ୟ ୧୯୬୭-୭୧ ଓ ୭୪ ନିର୍ବାଚନରେ ଲଗାତର କଂଗ୍ରେସ ବିଧାୟକ ହୋଇଥିଲେ। ସଦାଶିବ ତ୍ରିପାଠୀଙ୍କ ପରେ ବିରୋଧୀ ଦଳ ନେତା ହେବା ସହ ନନ୍ଦିନୀ ଶତପଥୀଙ୍କ ଦୁଇ ସରକାରରେ କ୍ୟାବିନେଟ ପାହ୍ୟା ପାଇ ଗୁରୁତ୍ୱପୂର୍ଣ୍ଣ ଅର୍ଥ, ଶିକ୍ଷା ଓ ଅନ୍ୟ ବିଭାଗ ପାଇଥିଲେ। ୧୯୭୬ ଶେଷ ବେଳକୁ ସ୍ବଳ୍ପ କାଳ ରାଜ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ। ସେହିପରି ୧୯୮୦ ନିର୍ବାଚନରେ ବ୍ରହ୍ମପୁରରୁ କଂଗ୍ରେସ ବିଧାୟକ ହୋଇଥିବା କୃଷ୍ଣଚରଣ ପଟ୍ଟନାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରଥମ ସରକାରରେ ୨ ବର୍ଷ ମନ୍ତ୍ରୀ ହୋଇଥିଲେ। ୧୯୮୫ ନିର୍ବାଚନରେ ତତ୍କାଳୀନ ଯୁବ କଂଗ୍ରେସ ନେତା ଶିବ ଶଙ୍କର ସାହାଣୀ ବିଧାୟକ ନିର୍ବାଚିତ ହୋଇଥିଲେ। ସେ ଏହି ବିଧାନସଭା କ୍ଷେତ୍ରର ଶେଷ କଂଗ୍ରେସ ବିଧାୟକ। ପରବର୍ତ୍ତୀ ସମୟରେ କଂଗ୍ରେସର ସ୍ଥିତି ଦୋହଲି ଯାଇଛି ଏବଂ କଂଗ୍ରେସରୁ କେହି ଜିତିପାରୁ ନାହାନ୍ତି।
୧୯୯୦ ନିର୍ବାଚନରେ ଜନତା ଦଳରୁ ବିଧାୟକ ହୋଇଥିବା ଅବସରପ୍ରାପ୍ତ ପୋଲିସ ଅଧିକାରୀ ବିନାୟକ ମହାପାତ୍ରଙ୍କୁ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ପରିଷଦରେ ସାମିଲ କରାଯାଇନଥିଲା। ୯୫ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ସଂଖ୍ୟା ଗରିଷ୍ଠ ସତ୍ତ୍ୱେ ଚ୍ୟାଉ ପଟ୍ଟନାୟକ ବ୍ରହ୍ମପୁରରୁ ଜନତା ଦଳ ବିଧାୟକ ହୋଇଥିଲେ। ପେଶାରେ ଭେଷଜ ଡ଼ାକ୍ତର ଚ୍ୟାଉ ପଟ୍ଟନାୟକ ୨୦୦୦ ରୁ ୧୪ ମଧ୍ୟରେ ଲଗାତର ୪ ଥର ବିଜେଡି ଟିକେଟରେ ଲଢ଼ି ବିଧାୟକ ହୋଇଥିବା ସତ୍ତ୍ୱେ ନବୀନ ପଟ୍ଟନାୟକଙ୍କ ସରକାରରେ ଥରେ ବି ମନ୍ତ୍ରୀ ପଦ ପାଇନଥିଲେ। ୨୦୧୯ ନିର୍ବାଚନରେ ସେ ବିଜେଡି ଟିକେଟରୁ ବଞ୍ଚିିତ ହେଲେ। ପୂର୍ବ ନିର୍ବାଚନ ଗୁଡ଼ିକର ତାଙ୍କ ମୁଖ୍ୟ ତଥା କଂଗ୍ରେସ ପ୍ରତିଦ୍ୱନ୍ଦ୍ୱି ବିକ୍ରମ ପଣ୍ଡା ବିଜେଡିରେ ଯୋଗଦେଇ ବିଧାୟକ ହୋଇଛନ୍ତି। ସୂଚନାଯୋଗ୍ୟ, ବିଜୁ ବାବୁଙ୍କ ଜନତା ଦଳ ଏବଂ ନବୀନ ପଟ୍ଟନାୟକଙ୍କ ପ୍ରଥମ ସରକାରରେ କୋଦଳା ବିଧାୟକ ରାମକୃଷ୍ଣ ପଟ୍ଟନାୟକ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। ମାତ୍ର ୨ ବର୍ଷରେ ସେ ମନ୍ତ୍ରୀ ଓ ବିଜେଡିରୁ ତଡ଼ା ଖାଇଲେ। ବର୍ତ୍ତମାନର ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ୨୦୦୦ ରୁ ୨୦୧୪ ମଧ୍ୟରେ ୪ ଥର କ୍ୟାବିନେଟ ମନ୍ତ୍ରୀ ହେବା ସହ ୧୯ ନିର୍ବାଚନରେ ବାଚସ୍ପତି ହୋଇଥିଲେ। ବିଭିନ୍ନ କାରଣରୁ ସେ ଇସ୍ତଫା ଦେଇଛନ୍ତି। ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଅରୁଖ ଏବେ ବାଚସ୍ପତି ଅଛନ୍ତି। ପୂର୍ବରୁ ସେ ଏକାଧିକ ଥର କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ଚିକିଟି ବିଧାୟିକା ଉଷା ଦେବୀ ମଧ୍ୟ ଏକାଧିକ ଥର କ୍ୟାବିନେଟ ମନ୍ତ୍ରୀ ହେବାର ତଥ୍ୟ ରହିଛି। ଏବେ ଗୁରୁତ୍ୱପୂର୍ଣ୍ଣ ଗୃହ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱରେ ଅଛନ୍ତି। ଗତ କିଛିମାସ ତଳେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନବୀନ ସରକାରରେ ଶ୍ରମ ମନ୍ତ୍ରୀ (ସ୍ବାଧୀନ) ହୋଇଛନ୍ତି। ଗୋପାଳପୁରରୁ ୩ ଥର ବିଧାୟକ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ୨୦୧୪ରେ ଗଠିତ ସରକାରରେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୧୯ ନିର୍ବାଚନ ବେଳେ ସେ ଜିଲାର ସାଙ୍ଗଠନିକ ସଭାପତି ଥିଲେ। ୨୦୨୦ ଡିସେମ୍ବର ଶେଷ ବେଳକୁ ସେ ଦଳରୁ ବହିଷ୍କୃତ ହୋଇଛନ୍ତି। ଏବେ ସ୍ବାଧୀନ ବିଧାୟକ ଭାବେ ଗଣନା ହେଉଛନ୍ତି। ବିଜେଡି ସରକାରରେ ବ୍ରହ୍ମପୁର ସମେତ ଛତ୍ରପୁର, ଖଲ୍ଲିକୋଟ, କବିସୂର୍ଯ୍ୟନଗର, ଆସିକା, ସୋରଡ଼ା ଆଦି ବିଧାୟିକା ଓ ବିଧାୟକ ମନ୍ତ୍ରୀ ହୋଇନାହାନ୍ତି। ଅନ୍ୟପକ୍ଷରେ ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସୁଛି ଏବଂ ଜିଲାର ବିଜେଡି ବିଧାୟକଙ୍କ ମଧ୍ୟରୁ କିଏ ପୁଣି ଟିକେଟ ପାଇବ ଓ କାହାର କଟିବ ସେନେଇ ଚର୍ଚ୍ଚା ଜୋର ଧରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri