Posted inଜାତୀୟ

ବେଙ୍ଗାଲୁରୁ ବାସୋପଯୋଗୀ ଶ୍ରେଷ୍ଠ ସହର ତାଲିକା ଶୀର୍ଷରେ

ନୂଆଦିଲ୍ଲୀ,୪।୩: ବାସୋପଯୋଗୀ ଶ୍ରେଷ୍ଠ ସହର ତାଲିକା ମଧ୍ୟରେ ବେଙ୍ଗାଲୁରୁ ଶୀର୍ଷରେ ରହିଛି। କେନ୍ଦ୍ରୀୟ ଆବାସ ଓ ସହର ବ୍ୟାପାର ପକ୍ଷରୁ ଇଜି ଅଫ୍‌ ଲିଭିଙ୍ଗ୍‌ ଇଣ୍ଡେକ୍ସ୍‌ ର଼୍ୟାଙ୍କିଙ୍ଗ୍‌-୨୦୨୦ ଜାରି କରାଯାଇଛି। ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ବେଙ୍ଗାଲୁରୁ ୧୦ ଲକ୍ଷରୁ ଅଧିକ ଲୋକ ବାସ କରୁଥିବା ସହର ମଧ୍ୟରେ ଏକ ନମ୍ବରରେ ରହିଛି। ଏହାପଛକ୍‌ୁ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଯଥାକ୍ରମେ ପୁଣେ ଏବଂ ଅହମଦାବାଦ ରହିଛି। ତେବେ ରାଜଧାନୀ ଦିଲ୍ଲୀ ଦେଶର ଶ୍ରେଷ୍ଠ ବାସୋପଯୋଗୀ ସହର ମଧ୍ୟରେ ସ୍ଥାନ ହାସଲ କରି ପାରିନାହିଁ। ଦିଲ୍ଲୀ ୧୩ ତମ ସ୍ଥାନରେ ରହିଛି।
ଏଥିରେ ଦେଶର ୧୧୧ଟି ସହରକୁ ବିଚାର ପରିସରଭୁକ୍ତ କରାଯାଇଥିଲା। ସେହିପରି ଶିମଲା ୧୦ ଲକ୍ଷରୁ କମ୍‌ ଲୋକ ବାସ କରୁଥିବା ସହର ମଧ୍ୟରେ ଶୀର୍ଷରେ ରହିଛି। ଏହା ପଛକୁ ତାଲିକାର ଦ୍ୱିତୀୟ ସ୍ଥାନରେ ଭୁବନେଶ୍ୱର, ତୃତୀୟ ସ୍ଥାନରେ ସିଲଭାସା ସହର ରହିଛି। ଇନ୍ଦୋର ମ୍ୟୁନିସପାଲ ପରଫର୍ମନାନ୍ସ୍‌ ଇଣ୍ଡେକ୍ସ୍‌ ତଥା ସ୍ବଚ୍ଛ ସହର ଭାବେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ସହର ମଧ୍ୟରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଇନ୍ଦୋର ପଞ୍ଚମ ଥର ପାଇଁ ଶ୍ରେଷ୍ଠ ସ୍ବଚ୍ଛ ସହରର ମାନ୍ୟତା ହାସଲ କରିଛି। ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ସରକାରଙ୍କ ପକ୍ଷରୁ ମ୍ୟୁନିସପାଲ ପରଫର୍ମନାନ୍ସ୍‌ ଇଣ୍ଡେକ୍ସ୍‌ ତାଲିକା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରୁ ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଇ ଅଟୋ…

ଦିଗପହଣ୍ଡି,୨୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାସପୁର ନିକଟ ନୂଆ ଜଲମରା ବ୍ରିଜ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ସ୍କୁଟି (ନଂ. ଓଡ଼ି୩୨ ଏମ…

ଥରିଲା ଆଫଗାନିସ୍ତାନ: ଭାରତ, ପାକିସ୍ତାନରେ ଝଟ୍‌କା

କାବୁଲ/ନୂଆଦିଲ୍ଲୀ,୨୭ା୬: ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଶନିବାର ରାତିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୨ ଥିବା ନ୍ୟାଶନାଲ ସେଣ୍ଟର ଫର୍‌…

ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ଯୁବ କଂଗ୍ରେସ…

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅସନ୍ତୋଷ, ଆନ୍ଦୋଳନ ଥମିବାର ନାଁ ନେଉ ନାହିଁ। ଏହି କ୍ରମରେ ଶନିବାର ବରଗଡ଼ ଜିଲା ଯୁବ କଂଗ୍ରେସ ପକ୍ଷରୁ…

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ, ପାଚେରି ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ପୁରୁଷୋତ୍ତମପୁର,୨୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବ୍ଲକ ତଥା ହିଞ୍ଜିଳୀଥାନା ଅନ୍ତର୍ଗତ ଅନ୍ତରିଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଶର୍‌ବଦେଇ ଯାଇଥିବା ଋଷିକୂଲ୍ୟା…

ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସହଯୋଗ କାମନା

ଭଞ୍ଜନଗର,୨୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ଭଞ୍ଜନଗର ଶାଖାର ୪ର୍ଥ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି…

ଯାତ୍ରୀଙ୍କୁ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଫେରାଇଲେ ଡ୍ରାଇଭର, ପ୍ରଶଂସା କରି ଲୋକେ କହିଲେ…

ପୁରୀ,୨୭ା୬(ଅଜିତ କୁମାର ମହାନ୍ତି): କାର୍‌ରେ ଯାତ୍ରୀ ଛାଡ଼ିଯାଇଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଭର୍ତ୍ତି…

ବ୍ରାଉନସୁଗାର ଜବତ: ମହିଳାଙ୍କ ସମେତ ୪ ଜଣଙ୍କୁ ବାନ୍ଧିଲା ପୋଲିସ

ବଞ୍ଚୋ/ହାଟଡିହୀ/ଛେନାପଦୀ,୨୭ା୬(ପ୍ରଦୋଷ ବିଶ୍ୱାଳ/ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଏବଂ ଆନନ୍ଦପୁର ଏସ୍‌ଡିପିଓ ଚଢ଼ାଉ କରି ୧୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏଥିରେ…

ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ : ପୋଲିସର ତଦନ୍ତ ଜାରି

ଛତ୍ରପୁର,୨୭।୬ ଦିଲ୍ଲୀପ ସାମଲ : ଚମାଖଣ୍ଡି ଥାନା ଅଧୀନ କାଳିଆବାଲି ଛକ ନିକଟସ୍ଥ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri