Posted inଜାତୀୟ

କୋଭିଡ୍‌ ଟେଷ୍ଟରେ ସହଯୋଗ ନ କରିବାରୁ ନାବାଳକଙ୍କୁ ନିସ୍ତୁକ ମାଡ଼ ଦେଲେ ଅଧିକାରୀ

ବେଙ୍ଗାଲୁରୁ, ୨୪।୫ : କୋଭିଡ୍‌-୧୯ ଟେଷ୍ଟବେଳେ ସହଯୋଗ କରୁ ନ ଥିବା ଜଣେ ନାବାଳକଙ୍କୁ ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଲିକା (ବିବିଏମ୍‌ପି)ର ଦୁଇ ଅଧିକାରୀ ନିସ୍ତୁକ ମାଡ଼ ମାରିଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଜଣେ ବିବିଏମ୍‌ପି ଅଧିକାରୀ ନାମ ପ୍ରକାଶ ନ କରିବା ସର୍ତ୍ତରେ ଘଟଣାଟି ଚିକପେଟ ନିର୍ବାଚନ ମଣ୍ଡଳିର ନଗରାଥପେଟ ଅଞ୍ଚଳରେ ଘଟିଥିବା ସ୍ପଷ୍ଟ କରିଛନ୍ତି।

ଭାଇରାଲ ଭିଡିଓରେ ଜଣେ ଅଧିକାରୀ ନାବାଳକଙ୍କ ହାତକୁ ଧରିଥିବାବେଳେ ଅନ୍ୟ ଜଣେ ଅଧିକାରୀ ପୀଡ଼ିତଙ୍କ ମୁହଁ ଓ ବେକକୁ ମାରିଚାଲିଛନ୍ତି। ନାବାଳକ ତଳେ ପଡ଼ିବା ପରେ ମଧ୍ୟ ଦୁଇ ଅଧିକାରୀ ଛାଡ଼ି ନ ଥିଲେ। ଘଟଣାସ୍ଥଳରେ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ମଧ୍ୟ ସାଥୀ କର୍ମଚାରୀଙ୍କୁ ରୋକି ନ ଥିଲେ। ନିରୁପାୟ ବାଳକଙ୍କୁ ବିବିଏମ୍‌ପି ଅଧିକାରୀଙ୍କ କବଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।

ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ବିବିଏମ୍‌ପି କମିଶନର ଗୌରବ ଗୁପ୍ତା। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟେଷ୍ଟ କରିବା ପାଇଁ ଲୋକଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଦରମା ହେବ ଦୁଇଗୁଣା

ନୂଆଦିଲ୍ଲୀ,୬ ।୫: ରାଜଧାନୀ ଦିଲ୍ଲୀରେ ଖୁବଶୀଘ୍ର ବିଧାୟକଙ୍କ ଦରମା ବଢିଯାଇପାରେ । ଦିଲ୍ଲୀ ବିଧାନସଭାର ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜରୀ ପ୍ରଦାନ କରିଛନ୍ତି । ଏବେ...

ରାଜସ୍ଥାନ ଅନ୍ନଦାତା ଦିଲ୍ଲୀ ମୁହାଁ: ମୁକାବିଲା ପାଇଁ ହରିୟାଣା ସୀମାରେ ବଜ୍ର ବାହନ-୩ କମ୍ପାନୀ ଫୋର୍ସ

ନୂଆଦିଲ୍ଲୀ,୧୩।୧୨: କୃଷି ଆଇନ ନେଇ ଅନ୍ନଦାତାଙ୍କ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି। ଇତିମଧ୍ୟରେ ରାଜସ୍ଥାନର ଚାଷୀ ସଂଗଠନ ଜୟପୁରରୁ ଦିଲ୍ଲୀ ହୋଇଛନ୍ତି। ସେମାନଙ୍କୁ ଅଟକାଇବା ପାଇଁ...

ଏବେ ବି ଆଇସିୟୁରେ ଅଛନ୍ତି ସୁରସମ୍ରାଜ୍ଞୀ ଲତା ମଙ୍ଗେସ୍‌କର, ଆରୋଗ୍ୟ କାମନା କଲେ ପ୍ରଶଂସକ

ମୁମ୍ବାଇ: ଭାରତରତ୍ନ ତଥା ସୁରସମ୍ରାଜ୍ଞୀ ଲତା ମଙ୍ଗେସକର ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ...

କମଲନାଥଙ୍କୁ ଦଳବଦଳ ଭୟ

ଭୋପାଳ,୨୯ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ କେବଳ କେନ୍ଦ୍ରୀୟ ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିନାହିଁ, ବରଂ ଏହାର ପ୍ରଭାବ ରାଜ୍ୟ ସ୍ତରରେ ମଧ୍ୟ...

ରକ୍ଷାବନ୍ଧନରେ ଉତ୍ତର-ପୂର୍ବ ଭଉଣୀମାନଙ୍କୁ ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମଣିପୁରକୁ ଏକ ନୂତନ ଉପହାର ଦେଇଛନ୍ତି। ପ୍ରତି ଘରକୁ ଜଳ ଯୋଗାଣ ମିଶନ ଆଧାରରେ ମୋଦି ଭିଡିଓ କନ୍‌ଫରେନ୍ସିଂ...

ପାର୍ଲାମେଣ୍ଟରେ ବଢ଼ିଲା କର୍ନାଟକ ତାତି

ନଆଦିଲ୍ଲୀ,୧୦ା୭(ପି.ଟି.): କର୍ନାଟକର ମୋଟ ୧୭ ବିଧାୟକ ଅଦ୍ୟାବଧି ଇସ୍ତଫା ଦେଇଥିବାବେଳେ ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଅଡ଼ୁଆରେ ପଡ଼ିଛନ୍ତି। ଏହି ତାତିର ଉଷ୍ମତା...

ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କୁ ମିଳିବ ଆଇପ୍ୟାଡ

ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୁବ୍‌ଶୀଘ୍ର ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କୁ ଆଇପ୍ୟାଡସ୍‌ ଯୋଗାଇ ଦିଆଯିବ। ଏମାନେ ଲାଟେଷ୍ଟ ଟେକ୍ନୋଲୋଜି ସହ ଅପ୍‌ଡେଟ୍‌...

ବିନା ଦୋଷରେ ୨୦ ବର୍ଷ ଜେଲରେ ବିତିଲା

ଲଳିତପୁର,୬।୩: ବିନା ଦୋଷରେ ଜଣେ ଲୋକଙ୍କୁ ୨୦ ବର୍ଷ ଜେଲରେ ବିତାଇବାକୁ ପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଲଳିତପୁରରେ ଘଟିଛି। ୧୬ ବର୍ଷ...

Advertisement
Archives

Model This Week