Odisha Elections 2024
Posted inଜାତୀୟ

୪ ବର୍ଷର ପୁଅକୁ ନିର୍ମମ ଭାବେ ହତ୍ୟା କଲେ ମା’, କାରଣ ଜାଣିଲେ…

ବେଙ୍ଗାଲୁରୁ,୯।୧: ଉତ୍ତର ଗୋଆର କଲଙ୍ଗୁଟ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମା’ ନିଜର ୪ ବର୍ଷର ପୁଅକୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। କାରଣ ସେ ଚାହୁଁ ନ ଥିଲେ ଯେ ତାଙ୍କ ପୁଅ ତାଙ୍କ ବାପାଙ୍କୁ ଭେଟନ୍ତୁ। ଅଭିଯୁକ୍ତ ମା’ଙ୍କୁ ସୋମବାର (ଜାନୁଆରୀ ୮) ପୋଲିସ ଗିରଫ କରିଛି। ସୁଚାନା ସେଥ ନାମକ ଅଭିଯୁକ୍ତ ମହିଳା ଜଣଙ୍କ ବେଙ୍ଗାଲୁରୁର ଏଆଇ ଷ୍ଟାର୍ଟଅପରେ ସିଇଓ ଭାବରେ କାର୍ଯ୍ୟ କରନ୍ତି।

ଅଭିଯୁକ୍ତ ମହିଳା ପ୍ରଥମେ ଗୋଆରେ ନିଜର ୪ ବର୍ଷର ପୁଅକୁ ହତ୍ୟା କରିବା ପରେ ସେ ତାଙ୍କ ମୃତଦେହକୁ ଏକ ବ୍ୟାଗରେ ରଖି ବେଙ୍ଗାଲୁରୁକୁ ପଳାଇ ଯାଉଥିବା ବେଳେ କର୍ନାଟକ ପୋଲିସ ଗିରଫ କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରଠାରୁ ଉତ୍ତେଜନା ଲାଗି ରହିଛି। ପୋଲିସ ଅଭିଯୁକ୍ତ ମହିଳାଙ୍କୁ ପଚରାଉଚରା କରୁଛି।

ଗୋଆ ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ମହିଳା ଏହି ଭୟଙ୍କର ଅପରାଧ କରିଛନ୍ତି ଯାହା ଫଳରେ ତାଙ୍କ ପୁଅ ତାଙ୍କ ପୂର୍ବ ସ୍ବାମୀଙ୍କୁ ଭେଟି ପାରିବେ ନାହିଁ। ୨୦୧୦ରେ ସୁଚାନା ତାଙ୍କ ପୂର୍ବତନ ସ୍ବାମୀଙ୍କୁ ବିବାହ କରିଥିଲେ। ୨୦୧୯ରେ ଅଭିଯୁକ୍ତ ମହିଳା ତାଙ୍କ ପୁଅକୁ ଜନ୍ମ ଦେଇଥିଲେ। ତେବେ ତାଙ୍କ ସ୍ବାମୀଙ୍କ ସହ ବିବାଦ ପରେ ୨୦୨୦ରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା। ସେତେବେଳେ କୋର୍ଟ କହିଥିଲେ ଯେ ଶିଶୁର ପିତା ତାଙ୍କୁ ପ୍ରତି ରବିବାର ଭେଟି ପାରିବେ। ସୁଚାନା ଏହାକୁ ନେଇ ଆଦୌ ଖୁସି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଜମ୍ମୁ-କଶ୍ମୀରରେ ଦୁଇ ଦୁଇଟି ବଡ଼ ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ,୧୯।୫:ନିର୍ବାଚନ ପୂର୍ବରୁ ଜମ୍ମୁକଶ୍ମୀରରେ ହୋଇଛି ବଡ଼ ଆତଙ୍କବାନୀ ଆକ୍ରମଣ। ରବିବାର ଅନନ୍ତନାଗ ଓ ସୋପିଆନରେ ଦୁଇ ଦୁଇ ଥର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଗୁଳିକରି...

୮୮୮୯ କୋଟି ଟଙ୍କା ଜବତ କଲାଣି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୮ା୫: ଲୋକ ସଭା ନିର୍ବାଚନ ପଞ୍ଚମ ପର୍ଯ୍ୟାୟ ଏବଂ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ୨୦୨୪ ର ପାଇଁ ୨ ଦିନ ବାକି ଅଛି।...

ଚାର୍ ଧାମ ମନ୍ଦିର ନିକଟରେ ରିଲ୍ ଶୁଟିଂ କରିବା ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ନୂଆଦିଲ୍ଲୀ,୧୮।୫: ଚାର୍ ଧାମ ମନ୍ଦିର ନିକଟରେ ଭିଡିଓ ଏବଂ ରିଲ୍ ଶୁଟିଂ କରିବା ଉପରେ ଉତ୍ତରାଖଣ୍ଡ ପୋଲିସ ପ୍ରତିବନ୍ଧକ ଲଗାଇଛି। ଚାର ଧାମ ତୀର୍ଥସ୍ଥାନ ଅବସ୍ଥିତ...

”ଜ୍ୟୋତିଷ ହାତ ଦେଖି କହିଥିଲେ ତୁମେ ପ୍ରଧାନମନ୍ତ୍ରୀ ହେବ”: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୮।୫: ଦେଶର ଏବେ ଲୋକ ସଭା ନିର୍ବାଚନର ପରିବେଶ ବେଶ ସରଗରମ ରହିଛି। ସାତଟି ପର୍ଯ୍ୟାୟ ମଧ୍ୟରୁ ଚାରିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହାରି...

POK ଭାରତର ଅଛି ଆଉ ରହିବ, ଆମେ ତାକୁ ଛଡ଼ାଇ ଆଣିବୁ; ପାକିସ୍ତାନକୁ ନେଇ ଗର୍ଜିଲେ ଶାହା…

ଝାନ୍‌ସୀ,୧୮।୫: ଲୋକ ସଭା ନିର୍ବାଚନ ମଧ୍ୟରେ ପୁଣିଥରେ ପାକିସ୍ତାନ ଅଧିକୃତ କଶ୍ମୀରକୁ ନେଇ ବଡ଼ ବୟାନ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ପିଓକେ ଭାରତର...

ଆପଣ ‘ଜେଲ୍‌ର ଖେଳ’ ଖେଳୁଛନ୍ତି; କାଲି ସବୁ ନେତାଙ୍କୁ ନେଇ ଭାଜପା ମୁଖ୍ୟାଳୟ ଘେରିବାକୁ ଆସୁଛି: ମୋଦିଙ୍କୁ କହିଲେ କେଜ୍‌ରିଓ୍ବାଲ…

ନୂଆଦିଲ୍ଲୀ,୧୮।୫: ଏଏପି ଏମ୍‌ପି ସ୍ବାତୀ ମାଲିଓ୍ବାଲଙ୍କୁ ମାରପିଟ୍‌ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପିଏ ବିଭବ କୁମାରଙ୍କୁ ଗିରଫ କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ...

ଚା’ ବାଲାର ପୁଅ ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୁଁ ଗର୍ବିତ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୮।୫: ଲୋକ ସଭା ନିର୍ବାଚନ ମଧ୍ୟରେ ​​କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀ ବଡ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ଉପରେ ସେ ପ୍ରତିକ୍ରିୟା...

ହୁଗୁଳି ଆସନରୁ ମମତାଙ୍କ ବଡ଼ କାର୍ଡ; ଭାଜପାକୁ ଟକ୍କର ଦେବେ ରଚନା ବାନାର୍ଜୀ 

କୋଲକାତା,୧୮।୫: ପଶ୍ଚିମବଙ୍ଗର ହୁଗୁଳି ଆସନରେ ହେବ ଜୋରଦାର ଲଢ଼େଇ। ଲୋକ ସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ବଙ୍ଗାଳୀ ଫିଲ୍ମଜଗତର ଦୁଇ ଲୋକପ୍ରିୟ ଅଭିନେତ୍ରୀ ମୁହାଁମୁହିଁ ହେବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri