ବଙ୍ଗୀୟ ମହିଳା ଗ୍ୟାଙ୍ଗ୍‌ର ୯ ଗିରଫ

ଭୁବନେଶ୍ୱର,୩।୬(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରର ବିଭିନ୍ନ ମଲ୍‌ରେ ସ୍ମାର୍ଟ ଉପାୟରେ ଚୋରି କରୁଥିଲା ବଙ୍ଗୀୟ ମହିଳା ଗ୍ୟାଙ୍ଗ୍‌। ଲଜ୍‌ ଓ ହୋଟେଲରେ ରହିବା ସହ ମଲ୍‌ରୁ ମଲ୍‌ ବୁଲି ଚତୁରତାର ସହ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଚୋରାଇ ନେଉଥିବା ଏହି ଆନ୍ତଃରାଜ୍ୟ ର଼୍ୟାକେଟ ଶେଷରେ ଧରାପଡିଛି। ୧୩ଜଣିଆ ଗ୍ୟାଙ୍ଗ୍‌ର ୯ଜଣଙ୍କୁ କମିଶନରେଟ ପୋଲିସ ଗିରଫ କରିବା ପରେ ର଼୍ୟାକେଟର ପର୍ଦ୍ଦଫାଶ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲା ବିଜାପୁର ଥାନା ଅନ୍ତର୍ଗତ ହାଲିସର ଗ୍ରାମର ଲବୁନି ସମନ୍ଦର (୩୪), ଶୁକ୍ଳା ବଣିକ (୩୦), ମଞ୍ଜରୀ ଚକ୍ରବର୍ତ୍ତୀ (୩୨), ଅମ୍ରିତା ରଏ (୪୦), ବୈଶାଖୀ ମିର୍ଦ୍ଧା (୨୩), ପୁତୁଲ ଦେବ ମହାନ୍ତି (୩୫), ମାଳତି ଦାସ (୩୪), ରୂପା ମିର୍ଦ୍ଧା (୩୨) ଓ ମୌସୁମୀ ଦତ୍ତ (୩୧)। ସେମାନଙ୍କ ନିକଟରୁ ପୋଲିସ ପ୍ରାୟ ୨ ଲକ୍ଷ ଟଙ୍କାର ହର୍ଲିକ୍ସ, ବିଭିନ୍ନ ପ୍ରକାର କସ୍‌ମେଟିକ୍‌ ଆଦି ସାମଗ୍ରୀ ଜବତ କରିଛି। ଗୁରୁବାର ରାତିରେ ଗିରଫ ପରେ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ଗ୍ୟାଙ୍ଗର ଆଉ ୪ଜଣ ଫେରାର ଥିବାରୁ ସେମାନଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ଜୋନ-୫ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି। ଏଥିସହ ଏହି ମହିଳାମାନେ ଯଦି ଅନ୍ୟ କୌଣସି ମଲ୍‌ରେ ଚୋରି କରିଥିବା ପ୍ରମାଣ ଥିବ ତା’ହେଲେ ଏତଲା ଦେବାକୁ ସେ ଅପିଲ କରିଛନ୍ତି।
ସାୟାରେ ପ୍ୟାକେଟ୍‌, ସ୍ମାର୍ଟ ତରିକାରେ ଚୋରି
ଗିରଫ ମହିଳାମାନେ ଶାଢ଼ି, ଲେଗିନ୍ସ, କୁର୍ତି ଆଦି ପୋଷାକ ପିନ୍ଧି ଚୋରି କରିବାକୁ ଯାଆନ୍ତି। ଅଧିକାଂଶ ମହିଳା ଶାଢ଼ି ପିନ୍ଧି ଚୋରି କରିବାକୁ ପସନ୍ଦ କରିଥାନ୍ତି। ଏଥିପାଇଁ ସେମାନେ ପିନ୍ଧୁଥିବା ସାୟା ଓ ଅନ୍ୟ ପୋଷାକରେ ବ୍ୟାଗ୍‌ ଭଳି ପ୍ୟାକେଟ କରିଥାନ୍ତି। ସେମାନେ ଚୋରି କରୁଥିବା ସାମଗ୍ରୀକୁ ଉକ୍ତ ପ୍ୟାକେଟ୍‌ରେ ଭର୍ତ୍ତି କରିଦିଅନ୍ତି। ଲେଗିନ୍ସ ପିନ୍ଧିଥିବା ମହିଳାମାନେ ଅଣ୍ଟାରେ ଭିଡିଦିଅନ୍ତି ଚୋରି ସାମଗ୍ରୀ। ଏପରିକି କିଛି ମହିଳା ଜଙ୍ଘ ମଝିରେ ମଧ୍ୟ ସାମଗ୍ରୀକୁ ଜାକି ଦିଅନ୍ତି। ସେମାନେ ଲମ୍ବା ଶାଢ଼ିକୁ ଚତୁରତାର ସହ ଘୋଡ଼େଇ ସମସ୍ତ କର୍ମଚାରୀଙ୍କ ଆଗରେ ନେଇଯାଆନ୍ତି। ସେମାନେ ଚୋରୁ କରୁଥିବା ମଲ୍‌ରୁ ଅଳ୍ପ ଟଙ୍କାର ସାମଗ୍ରୀ କିଣିଥାନ୍ତି। ତାହାର ବିଲ୍‌ ସିକ୍ୟୁରିଟି ଗାର୍ଡଙ୍କୁ ଜଣେ ଦେଖାଇବା ସମୟରେ ଅନ୍ୟମାନେ ଖସି ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri