ମତ୍ସ୍ୟଜୀବୀଙ୍କ ବଦଳରେ ବଙ୍ଗୀୟ ଲୋକଙ୍କୁ ମିଳୁଛି ସବ୍‌ସିଡି

ପାରାଦୀପ,୨୦।୧୨(ଶରତ ରାଉତ): କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶାର ପାରମ୍ପରିକ ମତ୍ସ୍ୟଜୀବୀଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା କରିଛନ୍ତି। କିନ୍ତୁ ଉକ୍ତ ଯୋଜନାରେ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ବଦଳରେ ଅଣପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି। ଜଗତ୍‌ସିଂହପୁର ଜିଲା କୁଜଙ୍ଗ ମତ୍ସ୍ୟବିଭାଗ କାର୍ଯ୍ୟାଳୟରେ ଏପରି ଘଟଣାକୁ ନେଇ ମତ୍ସ୍ୟଜୀବୀମାନେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମତ୍ସ୍ୟବିଭାଗ, ଜଗତ୍‌ସିଂହପୁର ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି।
ବିଶ୍ୱାଳୀ ଗ୍ରାମର ମଥୁରାନନ୍ଦ ତରାଇ, ରଞ୍ଜନ ମାଝୀ, ଯୋଗେନ୍ଦ୍ର ସାମଲଙ୍କ ସମେତ ଶତାଧିକ ମତ୍ସ୍ୟଜୀବୀଙ୍କ ଅଭିଯୋଗ ଅନୁଯାୟୀ, ସରକାରଙ୍କ ପକ୍ଷରୁ ଆସୁଥିବା ସହାୟତା ରାଶିକୁ ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କୁ ଦିଆଯିବା ବଦଳରେ ବଙ୍ଗୀୟ ଲୋକଙ୍କୁ ଦିଆଯାଉଛି। ଯେଉଁ ବଙ୍ଗୀୟ ଲୋକଙ୍କୁ ଦିଆଯାଇଛି ସେମାନଙ୍କ ଜାତି ସାଧାରଣ (ଜେନେରାଲ)ବୋଲି ଦର୍ଶାଯାଇଛି। ଏଭଳି ଦୁର୍ନୀତି ସମ୍ପର୍କରେ ତଦନ୍ତ କରି ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜନସୂଚନା ଆଇନ ଜରିଆରେ ତଥ୍ୟ ମଗାଯାଇଥିଲା। କୁଜଙ୍ଗ ମତ୍ସ୍ୟବିଭାଗ ଜନସୂଚନା ଅଧିକାରୀ ଜ୍ୟୋତିପ୍ରକାଶ ଆଚାର୍ଯ୍ୟଙ୍କ ଚିଠି (ନଂ. ୩୩୦୫) ଅନୁଯାୟୀ, ମତ୍ସ୍ୟଜୀବୀଙ୍କ ଜୀବିକା ନିର୍ବାହ ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷରେ ୫୨ ଲକ୍ଷ ୬୦ହଜାର ଟଙ୍କା ପ୍ରଦାନ କରାଯାଇଛି। ସେଥିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରିହାତି ଅର୍ଥ ୨୬ ଲକ୍ଷ ୩୦ ହଜାର ଟଙ୍କା ଲେଖାଏଁ ରହିଛି। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ୮୪ ଲକ୍ଷ ୩୨ହଜାର ଟଙ୍କା ମତ୍ସ୍ୟଜୀବୀଙ୍କୁ ଦିଆଯାଇଛି। ଏଥିରେ ୨୦୨୧-୨୨ର ୪୩ ଜଣ ମତ୍ସ୍ୟଜୀବୀଙ୍କ ନାମ ରହିଛି। ସେହି ତାଲିକାରେ ୧୨ ଜଣ ବଙ୍ଗୀୟ ଲୋକଙ୍କ ନାମ ଅଛି। ଅଠରବାଙ୍କୀ ମୂଷାଡିଆ ବସ୍ତିର ଅନିମେଶ ମଣ୍ଡଳଙ୍କ ଜାତି ସାଧାରଣ ହୋଇଥିତ୍ବାବେଳେ ଡଙ୍ଗା ଜାଲ ବାବଦରେ ୫ ଲକ୍ଷ ୪୩ ହଜାର ଟଙ୍କା ଦିଆଯାଇଛି। ସେଥିରେ ସବ୍‌ସିଡି ବାବଦରେ ୨ ଲକ୍ଷ ୧୭ ହଜାର ୨୦୦ ଟଙ୍କା ଦିଆଯାଇଛି। ଏପରି ୧୭୮ ଅଣପାରମ୍ପରିକ ମତ୍ସ୍ୟଜୀବୀଙ୍କ ନାମ ୨୦୨୧ ରୁ ୨୦୨୪ ବର୍ଷ ମଧ୍ୟରେ ଥିବା ସୂଚନା ଅଧିକାର ତଥ୍ୟରୁ ଜଣାପଡ଼ିଛି। ଏ ସମ୍ପର୍କରେ ସହକାରୀ ମତ୍ସ୍ୟ ଅଧିକାରୀ ତୁଷାରକାନ୍ତ ମହାପାତ୍ରଙ୍କ ସହ ମୋବାଇଲ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଉଠାଇ ନଥିଲେ। ଏ ପ୍ରସଙ୍ଗରେ ଆଲୋଚନା ପାଇଁ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଘଟଣା ସମ୍ପର୍କରେ ପଚାରିବାରୁ ମହାପାତ୍ର ଟିକିଏ ଆସୁଛି ବୋଲି କହି ଏକ ସ୍କୁଟି ଧରି ବଜାରକୁ ପଳାଇଥିଲେ। ୨ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ସେ କାର୍ଯ୍ୟାଳୟକୁ ଆସି ନ ଥିଲେ। ଏ ସମ୍ପର୍କରେ ଜନସୂଚନା ଅଧିକାରୀ ଆଚାର୍ଯ୍ୟଙ୍କୁ ପଚାରିବାରୁ ଯେଉଁମାନେ ଅନଲାଇନରେ ଆବେଦନ କରିଥିଲେ,ସେମାନେ ତାଙ୍କ ଜାତି ଦର୍ଶାଇ ନାହାନ୍ତି। ସେଥିପାଇଁ ଜାତି ସାଧାରଣ ଦର୍ଶାଇ ଋ଼ଣ ଓ ସବ୍‌ସିଡି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?