Posted inଜାତୀୟ

ଟିଏମ୍‌ସି କାର୍ଯ୍ୟାଳୟରେ ବୋମା ଭିଡୁଥିବା ବେଳେ ଦୁର୍ଘଟଣା ଘଟିଛି: ଭାଜପା

କୋଲକାତା,୨୬।୩: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୩୦ଟି  ବିଧାନସଭା ଆସନ ପାଇଁ ଶନିବାର ମତଦାନ ହେବ। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ପଶ୍ଚିମବଙ୍ଗ ବଙ୍କୁରା ଜିଲାର ଜୋୟପୁର ସ୍ଥିତ ଟିଏମ୍‌ସି ପାର୍ଟି ଅଫିସରେ ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୩ ଜଣ ଟିଏମ୍‌ସି କର୍ମୀ ଆହତ ହୋଇଥିବା ଜଣାପଡିଛି। ବିସ୍ଫୋରଣ ପାଇଁ ବାମପନ୍ଥୀ ଏବଂ କଂଗ୍ରେସକୁ ଦାୟୀ କରିଛି ଟିମ୍‌ସି। ହେଲେ ଭାଜପା ବିସ୍ଫୋରଣ ପାଇଁ ଟିଏମ୍‌ସିକୁ ଦାୟୀ କରିଛି। ଦଳୀୟ କାର୍ଯ୍ୟାଳୟରେ ଟିଏମ୍‌ସି କର୍ମୀ ବୋମା ଭିଡୁଥିବା ବେଳେ ଦୁର୍ଘଟଣା ଘଟିଥିବା ଭାଜପା ପକ୍ଷରୁ କୁହାଯାଇଛି। ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆହତ କର୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲାଭରମ ଯୋଗୁ ଓଡ଼ିଶାର ୧୦୦୨ ପରିବାର ପ୍ରଭାବିତ ହେବେ

ନୂଆଦିଲ୍ଲୀ, ୩ା୨: ଆନ୍ଧ୍ର ପ୍ରଦେଶରେ ନିର୍ମାଣାଧୀନ ବହୁମୁଖୀ ନଦୀବନ୍ଧ ପୋଲାଭରମ ପ୍ରକଳ୍ପ ଯୋଗୁ ଓଡ଼ିଶାର ଅନୂ୍ୟନ ୧୦୦୨ ପରିବାର ପ୍ରଭାବିତ ହେବେ। ସେଥିରୁ ୯୦୩ ପରିବାର...

ପାହାଡ଼ରୁ ଏବେ ବି ଖସୁଛି ପଥର, ଅଟକିଛି ଉଦ୍ଧାର କାର୍ଯ୍ୟ

କିନ୍ନୌର, ୧୨।୮: ହିମାଚଳ ପ୍ରଦେଶର କିନ୍ନୌର ଜିଲାରେ ଘଟିଥିବା ଭୂସ୍ଖଳନ ସ୍ଥାନରୁ ଆହୁରି ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଫଳରେ ୧୪ରେ ପହଞ୍ଚିଛି ମୃତ୍ୟୁ...

ଭାବି ସ୍ବାମୀଙ୍କୁ ମାତାଲ୍‌ ଅବସ୍ଥାରେ ଦେଖି ବିବାହ କରିବାକୁ ମନା କଲେ କନ୍ୟା

ଲକ୍ଷ୍ନୌ,୧୧।୧୧: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ବରଯାତ୍ରୀ ବି ବାଣ ଫୁଟାଇ କନ୍ୟା ଘର ପାଖରେ ପହଞ୍ଚିଥିଲେ। କିନ୍ତୁ କନ୍ୟା ବରକୁ ଦେଖି ବିବାହ...

ମୋ’ ଉପରେ ଚଳିବନି ଇଡି, ସିବିଆଇ ଚାପ: ରାହୁଲ

ନୂଆଦିଲ୍ଲୀ,୧୦ା୨: ଉତ୍ତରପ୍ରଦେଶରେ ଚଳିତମାସରେ ସମସ୍ତ ୭୦ଟି ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ର ଏହାର ଫଳାଫଳ ଆସିବ। ବର୍ତ୍ତମାନ ଜୋର୍‌ଦାର...

ମୃତ କର୍ମଚାରୀଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ରିଲାଏନ୍ସ

ନୂଆଦିଲ୍ଲୀ,୪।୬: ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଆତ୍ମୀୟଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି। କିଏ ନିଜ ବାପାମା’ଙ୍କୁ...

ଥାଓ୍ବରଚନ୍ଦ କର୍ନାଟକର ନୂଆ ରାଜ୍ୟପାଳ

ବେଙ୍ଗାଲୁରୁ,୬।୭: ମୋଦି କ୍ୟାବିନେଟର ସମ୍ପ୍ରସାରଣ ପୂର୍ବରୁ ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି କରିଛନ୍ତି।...

ଆମ ନେତାଙ୍କୁ ଆକ୍ରମଣ ପଛରେ ଶାହାଙ୍କ ହାତ: ମମତା

କୋଲକତା,୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ନିକଟରେ ତାଙ୍କ ଭଣଜା ଅଭିଷେକ...

କର୍ନାଟକ ମନ୍ତ୍ରିମଣ୍ଡଳର ହେଲା ସମ୍ପ୍ରସାରଣ

ବେଙ୍ଗାଲୁରୁ,୨୦।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମଙ୍ଗଳବାର କରାଯାଇଛି। ଏଥିରେ ୧୭ ଜଣ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ଜୁଲାଇ ୨୬ ତାରିଖରେ...

Advertisement
Archives

Model This Week