ରାଷ୍ଟ୍ରପତିଙ୍କୁ ମିଳୁଥିବା ସୁବିଧା

ବିଶ୍ୱର ସବୁଠୁ ପ୍ରଭାବଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ହେବା କେବଳ ମର୍ଯ୍ୟାଦାଜନକ ନୁହେଁ, ଏଥିସହିତ ପର୍ଯ୍ୟାପ୍ତ ସୁବିଧା ଓ ଲାଭ ମିଳିଥାଏ। ରାଷ୍ଟ୍ରପତିଙ୍କୁ ୪ ଲକ୍ଷ ଡଲାର ବାର୍ଷିକ ବେତନ, ବାସଭବନ ସାଙ୍ଗକୁ ବ୍ୟକ୍ତିଗତ ବିମାନ ଓ ହେଲିକପ୍ଟର ଯୋଗାଇ ଦିଆଯାଇଥାଏ।

ହ୍ବାଇଟ୍‌ ହାଉସ୍‌: ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ବାଇଟ୍‌ ହାଉସ୍‌ ୫୫ ହଜାର ବର୍ଗଫୁଟରେ ନିର୍ମିତ ୬ ମହଲା ବିଶିଷ୍ଟ ଭବ୍ୟ ଅଟ୍ଟାଳିକା, ଯେଉଁଥିରେ ୧୩୨ ପ୍ରକୋଷ୍ଠ, ୩୫ ବାଥ୍‌ରୁମ୍‌ ଓ ୨୩ ଫାୟାରପ୍ଲେସ୍‌ ରହିଛି। ଏହାବ୍ୟତୀତ ସେଠାରେ ଏକ ଟେନିସ୍‌ କୋର୍ଟ, ବୋଲିଂ ଟ୍ରାକ୍‌ ଓ ଫାମିଲି ମୁଭି ଥିଏଟର, ଜଗିଂ ଟ୍ରାକ୍‌ ଓ ସୁଇମିଂ ପୁଲ୍‌ ରହିଛି। ସେଠାରେ ୫ ଜଣ ପୂର୍ଣ୍ଣକାଳୀନ ସେଫ୍‌, ଜଣେ ସୋସିଆଲ ସଚିବ, ଜଣେ କାଲିଗ୍ରାଫରଙ୍କ ସମେତ ଅନେକ ଫ୍ଲୋରିଷ୍ଟ, ଆଟେଣ୍ଡାଣ୍ଟ ଓ ସହାୟକ ରହିଛନ୍ତି।
ବ୍ଲେୟାର ହାଉସ୍‌: ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ଥିବା ଷ୍ଟେଟ୍‌ ଗେଷ୍ଟ ହାଉସ୍‌ର ନାଁ ବ୍ଲେୟାର ହାଉସ୍‌। ଏହା ହ୍ବାଇଟ୍‌ ହାଉସ୍‌ଠାରୁ ବଡ଼। ୭୦ ହଜାର ବର୍ଗଫୁଟ ସ୍ଥାନରେ ଥିବା ଏହି ହାଉସ୍‌ରେ ଅତିଥି ଓ କର୍ମଚାରୀମାନଙ୍କ ଲାଗି ୨୦ରୁ ଅଧିକ ବେଡ୍‌ରୁମ୍‌, ୩୫ ବାଥ୍‌ରୁମ୍‌, ୪ ଡାଇନିଂ ପ୍ରକୋଷ୍ଠ, ଜିମ୍‌, ଫ୍ଲାଓ୍ବାର ଶପ୍‌ ଓ ହେୟାର ସେଲୁନ୍‌ ସମେତ ୧୧୯ ପ୍ରକୋଷ୍ଠ ରହିଛି।
କ୍ୟାମ୍ପ୍‌ ଡାଭିଡ୍‌: ରାଷ୍ଟ୍ରପତିଙ୍କ ପାଇଁ ଉଦ୍ଦିଷ୍ଟ ଏହି ଶୈଳନିବାସ ମେରିଲ୍ୟାଣ୍ଡ ପାର୍ବତ୍ୟାଞ୍ଚଳରେ ୧୨୮ ଏକର ଜମିରେ ଅବସ୍ଥିତ। ୧୯୩୫ରେ ଏହା ସ୍ଥାପିତ ହୋଇଥିଲା ଓ ଫ୍ରାଙ୍କଲିନ୍‌ଙ୍କ ପରେ ସମସ୍ତ ରାଷ୍ଟ୍ରପତି ଏହାକୁ ବ୍ୟବହାର କରିଛନ୍ତି।
ଏୟାରଫୋର୍ସ ଓ୍ବାନ୍‌: ଆମେରିକା ରାଷ୍ଟ୍ରପତି ବ୍ୟବହାର କରୁଥିବା ବିମାନର ନାମ ଏୟାରଫୋର୍ସ ଓ୍ବାନ୍‌। ଇଲେକ୍ଟ୍ରୋମ୍ୟାଗ୍‌ନେଟିକ୍‌ ପଲ୍ସରୁ ସୁରକ୍ଷା ପାଇଁ ଏହି ବିମାନରେ ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଏଥିରେ ଅତ୍ୟାଧୁନିକ ସୁରକ୍ଷା ଯୋଗାଯୋଗ ଉପକରଣ ରଖାଯାଇଛି। ଏୟାରଫୋର୍ସ ଓ୍ବାନ୍‌ ଆକାଶରେ ଥାଇ ଇନ୍ଧନ ଭରିପାରେ।
ମେରାଇନ୍‌ ଓ୍ବାନ୍‌: ରାଷ୍ଟ୍ରପତିଙ୍କ ବ୍ୟବହାର ପାଇଁ ୫ଟି ଏକାପ୍ରକାର ହେଲିକପ୍ଟର ରହିଛି, ଯାହା ମେରାଇନ୍‌ ଓ୍ବାନ୍‌ ଭାବେ ପରିଚିତ। ଏପରିକି ଇଞ୍ଜିନ ବିଫଳ ହେଲେ ମଧ୍ୟ ଏହା ୧୫୦ ମାଇଲ୍‌ରୁ ଅଧିକ ବେଗରେ ଗତି କରିଥାଏ। ଉକ୍ତ ହେଲିକପ୍ଟରରେ ଆଣ୍ଟି-ମିସାଇଲ ସିଷ୍ଟମ ସାଙ୍ଗକୁ ବାଲିଷ୍ଟିକ୍‌ ଅସ୍ତ୍ର ରହିଛି।
ଦି ବିଷ୍ଟ: ରାଷ୍ଟ୍ରପତି ବ୍ୟବହାର କରୁଥିବା କାର୍‌ ନାଁ ଦି ବିଷ୍ଟ। ଏହା ବିଶ୍ୱର ସବୁଠୁ ନିରାପଦ କାର୍‌। କେବଳ ଏହାର ଡୋର୍‌ ଆର୍ମଡ ପ୍ଲେଟ ନୁହେଁ, କେମିକାଲ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ଏହା ୧୦୦ ପ୍ରତିଶତ ସିଲ୍‌ ହୋଇପାରିବ। ଓ୍ବିଣ୍ଡୋରେ ୫ ସ୍ତରର ଗ୍ଲାସ୍‌ ଓ ପଲିକର୍ବୋନେଟ୍‌ ରହିଛି। କାର୍‌ ଭିତରେ ଅକ୍କିଜେନ୍‌ ସିଲିଣ୍ଡର, ଅଗ୍ନି ନିର୍ବାପନ ବ୍ୟବସ୍ଥା ସହ ବ୍ଲଡ୍‌ ବ୍ୟାଙ୍କ ଅଛି।
ସିକ୍ରେଟ ସର୍ଭିସ୍‌: ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ମିଳିଥାଏ। ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ରହିଛି ସିକ୍ରେଟ ସର୍ଭିସ୍‌।
ବେତନ: ଆମେରିକା ରାଷ୍ଟ୍ରପତି କ୍ଷମତାରେ ଥିବାବେଳେ ତାଙ୍କୁ ୪ ଲକ୍ଷ ଡଲାର ବେତନ ମିଳିଥାଏ। ଏହା ବ୍ୟତୀତ ପ୍ରମୋଦ ଭତ୍ତା ବାବଦକୁ ୧୯,୦୦୦ ଡଲାର, ବାର୍ଷିକ ବ୍ୟୟ ଭତ୍ତା ୫୦,୦୦୦ ଡଲାର ଏବଂ ଅଣଟିକସଯୋଗ୍ୟ ଭ୍ରମଣ ଭତ୍ତା ୧ ଲକ୍ଷ ଡଲାର ମିଳିଥାଏ।
ଅବସରକାଳୀନ ସୁବିଧା: ଅବସର ପରେ ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ବାର୍ଷିକ ୨ ଲକ୍ଷ ଡଲାର ପେନ୍‌ସନ ମିଳିଥାଏ। ମୃତ୍ୟୁ ପରେ ସେମାନଙ୍କ ବିଧବା ପତ୍ନୀଙ୍କୁ ବାର୍ଷିକ ୧ ଲକ୍ଷ ଡଲାର ଭତ୍ତା ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ଦେଖାଯାଉଥିବା ତାରା ଜିଅନ୍ତା ଅଟନ୍ତି? ସତ ଜାଣିଲେ ଚମକି ପଡିବେ…

ଆକାଶରେ ଚମକୁଥିବା ପ୍ରତ୍ୟେକ ତାରା ପଛରେ ଆଶ୍ଚର୍ଯ୍ୟଜନକ ରହସ୍ୟ ଲୁଚି ରହିଛି। ରାତିରେ ଆପଣ ଯେଉଁ ତାରାସବୁ ଦେଖନ୍ତି, ତାହା ହୁଏତ ସେଗୁଡ଼ିକର ବର୍ତ୍ତମାନ ନୁହେଁ ବରଂ…

ଆନ୍ଦୋଳନକୁ ଓହ୍ଲାଇଲେ Gen-Z କୃଷକ, କଲେ ଏହି ୨ ଦାବି; ବଢିଲା ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ, ୨୯।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୁଧବାରକୃଷକମାନଙ୍କର ପ୍ରଦର୍ଶନ ଜାରି ରହିଛି। ‘କିଷାନ କ୍ରାନ୍ତି ପଦଯାତ୍ରା’ ଭୋପାଳରେ ପହଞ୍ଚିସାରିଛି ଏବଂ ବର୍ତ୍ତମାନ ଆନ୍ଦୋଳନରତ କୃଷକମାନେ ଭୋପାଳରେ ମୁଖ୍ୟମନ୍ତ୍ରୀ…

ଚାଇନାକୁ ବଡ଼ ଝଟକା ଦେଲେ ଟ୍ରମ୍ପ; କାହିଁକି ଏହି ନିଷ୍ପତ୍ତି ନେଲା ଟ୍ରମ୍ପ ପ୍ରଶାସନ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକା ଏପରି ଏକ ନିଷ୍ପତ୍ତି ନେଇଛି ଯାହା ଚାଇନା ପାଇଁ ଏକ ଆଘାତ ସୃଷ୍ଟି କରୁଛି। ଟ୍ରମ୍ପ ପ୍ରଶାସନ ଚାଇନାରୁ ଆମଦାନି ହେଉଥିବା କିଛି ପ୍ରଯୁକ୍ତିବିଦ୍ୟା…

‘ରାହୁଲ ଗାନ୍ଧୀଙ୍କୁ ବିବାହ ପାଇଁ ମନାନ୍ତୁ’, କାହାକୁ ଏମିତି ଅନୁରୋଧ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୨୯।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନରୁ ଚର୍ଚ୍ଚାକୁ ଆସିଥିବା ମହମ୍ମଦ ଇରଫାନ ସୋସିଆଲ ମିଡ଼ିଆରେ ବେଶ ଛାଇ ହୋଇ ରହିଛନ୍ତି। ଜନ୍ତର-ମନ୍ତରରେ ପ୍ରଦର୍ଶନ ସମୟର ତାଙ୍କର…

ଜାପାନରେ ଭୟଙ୍କର ଭୂମିକମ୍ପ: ୧୩ ମୃତ ଅନେକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଟୋକିଓ,୨୯।୭: ମଙ୍ଗଳବାର, ଜୁଲାଇ ୨୮ରେ ଜାପାନର ଦକ୍ଷିଣ-ପଶ୍ଚିମ ଭାଗରେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ଅନୁଯାୟୀ, ଶକ୍ତିଶାଳୀ ଭୂମିକମ୍ପ ପରେ ପ୍ରଥମେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ…

ଜିଲାପାଳଙ୍କ ବଡ଼ ସୂଚନା: ଗଞ୍ଜାମ ଲକ୍ଷ୍ୟ ନିକେତନ ଭଳି ପ୍ରଶିକ୍ଷଣ ଏବେ ପଞ୍ଚାୟତସ୍ତରରେ, ଛାତ୍ରୀଛାତ୍ରଙ୍କୁ…

ଛତ୍ରପୁର, ୨୯।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ) : ଭାରତବର୍ଷରେ ପ୍ରଶାସନିକ ସେବା ଗୌରବମୟ ଏବଂ ଉଚ୍ଚକୋଟୀ ଚାକିରି ଭାବେ ପରିଚିତ ଅଟେ। ଏହାକୁ ପାଇବାକୁ ହେଲେ ଆଶାୟୀ…

ମୋଦି ସରକାରଙ୍କୁ ଚେତାବନୀ: ସାବଧାନ ହୋଇଯାଅ ନଚେତ୍‌…

ନୂଆଦିଲ୍ଲୀ,୨୯।୭: ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ (AIMIM) ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପେପର ଲିକ ବିରୋଧୀ ବିଲ ସମ୍ପର୍କରେ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ ସରକାରଙ୍କୁ…

ଏତେ ଟଙ୍କା ବକେୟା ପଡିଛି ବିଦ୍ୟୁତ୍‌ ବିଲ: ବନ୍ଦ ହେଲା ପାଣି ପମ୍ପ, ସମସ୍ୟାର ସମାଧାନ ନ ହେଲେ…

ମୋହନା, ୨୯।୭( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ପାନୀୟ ଜଳ ସଙ୍କଟ ଆଶଙ୍କା। ବକେୟା ବିଦ୍ୟୁତ୍‌ ବିଲ ପୈଠ ନହେବାରୁ ପଞ୍ଚାୟତର ପାନୀୟ ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri