ରାଷ୍ଟ୍ରପତିଙ୍କୁ ମିଳୁଥିବା ସୁବିଧା

ବିଶ୍ୱର ସବୁଠୁ ପ୍ରଭାବଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ହେବା କେବଳ ମର୍ଯ୍ୟାଦାଜନକ ନୁହେଁ, ଏଥିସହିତ ପର୍ଯ୍ୟାପ୍ତ ସୁବିଧା ଓ ଲାଭ ମିଳିଥାଏ। ରାଷ୍ଟ୍ରପତିଙ୍କୁ ୪ ଲକ୍ଷ ଡଲାର ବାର୍ଷିକ ବେତନ, ବାସଭବନ ସାଙ୍ଗକୁ ବ୍ୟକ୍ତିଗତ ବିମାନ ଓ ହେଲିକପ୍ଟର ଯୋଗାଇ ଦିଆଯାଇଥାଏ।

ହ୍ବାଇଟ୍‌ ହାଉସ୍‌: ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ବାଇଟ୍‌ ହାଉସ୍‌ ୫୫ ହଜାର ବର୍ଗଫୁଟରେ ନିର୍ମିତ ୬ ମହଲା ବିଶିଷ୍ଟ ଭବ୍ୟ ଅଟ୍ଟାଳିକା, ଯେଉଁଥିରେ ୧୩୨ ପ୍ରକୋଷ୍ଠ, ୩୫ ବାଥ୍‌ରୁମ୍‌ ଓ ୨୩ ଫାୟାରପ୍ଲେସ୍‌ ରହିଛି। ଏହାବ୍ୟତୀତ ସେଠାରେ ଏକ ଟେନିସ୍‌ କୋର୍ଟ, ବୋଲିଂ ଟ୍ରାକ୍‌ ଓ ଫାମିଲି ମୁଭି ଥିଏଟର, ଜଗିଂ ଟ୍ରାକ୍‌ ଓ ସୁଇମିଂ ପୁଲ୍‌ ରହିଛି। ସେଠାରେ ୫ ଜଣ ପୂର୍ଣ୍ଣକାଳୀନ ସେଫ୍‌, ଜଣେ ସୋସିଆଲ ସଚିବ, ଜଣେ କାଲିଗ୍ରାଫରଙ୍କ ସମେତ ଅନେକ ଫ୍ଲୋରିଷ୍ଟ, ଆଟେଣ୍ଡାଣ୍ଟ ଓ ସହାୟକ ରହିଛନ୍ତି।
ବ୍ଲେୟାର ହାଉସ୍‌: ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ଥିବା ଷ୍ଟେଟ୍‌ ଗେଷ୍ଟ ହାଉସ୍‌ର ନାଁ ବ୍ଲେୟାର ହାଉସ୍‌। ଏହା ହ୍ବାଇଟ୍‌ ହାଉସ୍‌ଠାରୁ ବଡ଼। ୭୦ ହଜାର ବର୍ଗଫୁଟ ସ୍ଥାନରେ ଥିବା ଏହି ହାଉସ୍‌ରେ ଅତିଥି ଓ କର୍ମଚାରୀମାନଙ୍କ ଲାଗି ୨୦ରୁ ଅଧିକ ବେଡ୍‌ରୁମ୍‌, ୩୫ ବାଥ୍‌ରୁମ୍‌, ୪ ଡାଇନିଂ ପ୍ରକୋଷ୍ଠ, ଜିମ୍‌, ଫ୍ଲାଓ୍ବାର ଶପ୍‌ ଓ ହେୟାର ସେଲୁନ୍‌ ସମେତ ୧୧୯ ପ୍ରକୋଷ୍ଠ ରହିଛି।
କ୍ୟାମ୍ପ୍‌ ଡାଭିଡ୍‌: ରାଷ୍ଟ୍ରପତିଙ୍କ ପାଇଁ ଉଦ୍ଦିଷ୍ଟ ଏହି ଶୈଳନିବାସ ମେରିଲ୍ୟାଣ୍ଡ ପାର୍ବତ୍ୟାଞ୍ଚଳରେ ୧୨୮ ଏକର ଜମିରେ ଅବସ୍ଥିତ। ୧୯୩୫ରେ ଏହା ସ୍ଥାପିତ ହୋଇଥିଲା ଓ ଫ୍ରାଙ୍କଲିନ୍‌ଙ୍କ ପରେ ସମସ୍ତ ରାଷ୍ଟ୍ରପତି ଏହାକୁ ବ୍ୟବହାର କରିଛନ୍ତି।
ଏୟାରଫୋର୍ସ ଓ୍ବାନ୍‌: ଆମେରିକା ରାଷ୍ଟ୍ରପତି ବ୍ୟବହାର କରୁଥିବା ବିମାନର ନାମ ଏୟାରଫୋର୍ସ ଓ୍ବାନ୍‌। ଇଲେକ୍ଟ୍ରୋମ୍ୟାଗ୍‌ନେଟିକ୍‌ ପଲ୍ସରୁ ସୁରକ୍ଷା ପାଇଁ ଏହି ବିମାନରେ ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଏଥିରେ ଅତ୍ୟାଧୁନିକ ସୁରକ୍ଷା ଯୋଗାଯୋଗ ଉପକରଣ ରଖାଯାଇଛି। ଏୟାରଫୋର୍ସ ଓ୍ବାନ୍‌ ଆକାଶରେ ଥାଇ ଇନ୍ଧନ ଭରିପାରେ।
ମେରାଇନ୍‌ ଓ୍ବାନ୍‌: ରାଷ୍ଟ୍ରପତିଙ୍କ ବ୍ୟବହାର ପାଇଁ ୫ଟି ଏକାପ୍ରକାର ହେଲିକପ୍ଟର ରହିଛି, ଯାହା ମେରାଇନ୍‌ ଓ୍ବାନ୍‌ ଭାବେ ପରିଚିତ। ଏପରିକି ଇଞ୍ଜିନ ବିଫଳ ହେଲେ ମଧ୍ୟ ଏହା ୧୫୦ ମାଇଲ୍‌ରୁ ଅଧିକ ବେଗରେ ଗତି କରିଥାଏ। ଉକ୍ତ ହେଲିକପ୍ଟରରେ ଆଣ୍ଟି-ମିସାଇଲ ସିଷ୍ଟମ ସାଙ୍ଗକୁ ବାଲିଷ୍ଟିକ୍‌ ଅସ୍ତ୍ର ରହିଛି।
ଦି ବିଷ୍ଟ: ରାଷ୍ଟ୍ରପତି ବ୍ୟବହାର କରୁଥିବା କାର୍‌ ନାଁ ଦି ବିଷ୍ଟ। ଏହା ବିଶ୍ୱର ସବୁଠୁ ନିରାପଦ କାର୍‌। କେବଳ ଏହାର ଡୋର୍‌ ଆର୍ମଡ ପ୍ଲେଟ ନୁହେଁ, କେମିକାଲ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ଏହା ୧୦୦ ପ୍ରତିଶତ ସିଲ୍‌ ହୋଇପାରିବ। ଓ୍ବିଣ୍ଡୋରେ ୫ ସ୍ତରର ଗ୍ଲାସ୍‌ ଓ ପଲିକର୍ବୋନେଟ୍‌ ରହିଛି। କାର୍‌ ଭିତରେ ଅକ୍କିଜେନ୍‌ ସିଲିଣ୍ଡର, ଅଗ୍ନି ନିର୍ବାପନ ବ୍ୟବସ୍ଥା ସହ ବ୍ଲଡ୍‌ ବ୍ୟାଙ୍କ ଅଛି।
ସିକ୍ରେଟ ସର୍ଭିସ୍‌: ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ମିଳିଥାଏ। ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ରହିଛି ସିକ୍ରେଟ ସର୍ଭିସ୍‌।
ବେତନ: ଆମେରିକା ରାଷ୍ଟ୍ରପତି କ୍ଷମତାରେ ଥିବାବେଳେ ତାଙ୍କୁ ୪ ଲକ୍ଷ ଡଲାର ବେତନ ମିଳିଥାଏ। ଏହା ବ୍ୟତୀତ ପ୍ରମୋଦ ଭତ୍ତା ବାବଦକୁ ୧୯,୦୦୦ ଡଲାର, ବାର୍ଷିକ ବ୍ୟୟ ଭତ୍ତା ୫୦,୦୦୦ ଡଲାର ଏବଂ ଅଣଟିକସଯୋଗ୍ୟ ଭ୍ରମଣ ଭତ୍ତା ୧ ଲକ୍ଷ ଡଲାର ମିଳିଥାଏ।
ଅବସରକାଳୀନ ସୁବିଧା: ଅବସର ପରେ ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ବାର୍ଷିକ ୨ ଲକ୍ଷ ଡଲାର ପେନ୍‌ସନ ମିଳିଥାଏ। ମୃତ୍ୟୁ ପରେ ସେମାନଙ୍କ ବିଧବା ପତ୍ନୀଙ୍କୁ ବାର୍ଷିକ ୧ ଲକ୍ଷ ଡଲାର ଭତ୍ତା ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଫର୍ନିଆରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା

କାଲିଫର୍ନିଆ,୬।୧୦: ଆମେରିକାର କାଲିଫର୍ନିଆରେ ଜଣେ ୨୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲରେ ହତ୍ୟା କରାଯାଇଥିବା ଜଣାପଡିଛି।...

ଦିବ୍ୟାଙ୍ଗ କେନ୍ଦ୍ର ଉପରେ ରୁଷିଆର ମିଶାଇଲ ମାଡ, ଦବିଗଲେ ୨୬୭ ଲୋକ

ଖାର୍କିବ,୧୨ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଏପର୍ଯ୍ୟନ୍ତ ଜାରି ରହିଥିବା ବେଳେ ବେଳକୁ ବେଳ ବଢି ଚାଲିଛି ନିରିହ ଜନତାଙ୍କ ମୃତ୍ୟୁ ସଂଖ୍ୟା ।...

ଆମେରିକାରେ ଥମୁନି ବନ୍ଧୁକ କାରବାର, ବର୍ଷକ ଭିତରେ ଜବତ ହେଲାଣି ୬୫୪୨ ବନ୍ଧୁକ

ଓ୍ବାଶିଂଟନ,୨୦ା୨: ଫିଲାଡେଲଫିଆ ବିମାନବନ୍ଦର ଦେଇ ଗତବର୍ଷ ଉଡ଼ାଣ କରିଥିବା ଜଣେ ମହିଳା ତାଙ୍କ ବ୍ୟାଗରେ ସ୍ନାକ୍ସ, ଔଷଧ ଏବଂ ଫୋନ ପ୍ୟାକ୍‌ କରିଥିଲେ। ସେ ବ୍ୟାଗରେ...

ଆତଙ୍କବାଦୀ ଆକ୍ରମଣ: ୫୬ରୁ ଅଧିକଙ୍କ ମୃତ୍ୟୁ

ନିୟାମେ,୩।୧: ନାଇଜରରେ ଆତଙ୍କବାଦୀ ଆକ୍ରମଣରେ ୫୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି...

ଗୁରୁଦ୍ୱାରାରେ ଆତଙ୍କବାଦୀ ଆକ୍ରମଣ…

କାବୁଲ, ୨୦।୬ : ଆଫଗାନିସ୍ତାନରେ ଗୁରୁଦ୍ୱାର ଆତଙ୍କବାଦୀ ଆକ୍ରମଣ ଘଟିଛି। ପାଜୋକ ନ୍ୟୁଜର ଏକ ରିପୋର୍ଟ ସୋସିଆଲ ମିଡିଆରେ ଉଲ୍ଲେଖ କରିଛି ଯେ, ଆକ୍ରମଣ ପରେ...

ଖେତରୁ ମିଳିଲା ସ୍ପେସ୍‌ଏକ୍ସ ରକେଟ୍‌

ଇଫର୍ତ୍ତା, ୪ା୪: ଗତ ସପ୍ତାହରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ପେସ୍‌ଏକ୍ସ ରକେଟ ଫାଲ୍‌କନ୍‌-୯ ଆମେରିକାର ପୂର୍ବ ଓ୍ବାଶିଂଟନ୍‌ ରାଜ୍ୟର ଏକ ଖେତରେ ପଡ଼ିଥିବା ଜଣାଯାଇଛି। ଆମେରିକା ଉଦ୍ୟୋଗପତି...

ଆମେରିକା-ଦକ୍ଷିଣ କୋରିଆ ସାମରିକ ଅଭ୍ୟାସ ନେଇ ଭୟଭୀତ କିମ୍‌, ବନ୍ଦ କରିବାକୁ ଜାତିସଂଘରେ କଲେ ଦାବି…

ପ୍ୟୋଙ୍ଗୟାଙ୍ଗ,୫।୩ : ମାର୍ଚ୍ଚ ୧୩ ରୁ ୨୩ ପର୍ଯ୍ୟନ୍ତ ଆମେରିକା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ହୋଇଥିବା ସାମରିକ ଅଭ୍ୟାସକୁ ନେଇ ଉତ୍ତର କୋରିଆର ଏକଛତ୍ରବାଦୀ...

କିଭଳି ସୁଧୁରିବ ଦେଶର ଅର୍ଥବ୍ୟବସ୍ଥା, ନୂଆବର୍ଷ ବାର୍ତ୍ତାରେ ଶ୍ରୀଲଙ୍କା ରାଷ୍ଟ୍ରପତି ଦେଲେ ସୂଚନା…

କଲମ୍ବୋ,୧।୧ : ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ରବିବାର କହିଛନ୍ତି ଯେ ନଗଦ ଅର୍ଥରାଶି ପାଇଁ ୨୦୨୩ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ କାରଣ ତାଙ୍କ...

Advertisement
Archives

Model This Week