ହିତାଧିକାରୀଙ୍କୁ ମିଳୁନି ଚାଉଳ, ଗହମ

ଚଣ୍ଡିଖୋଲ,୧୪ା୧(ଡି.ଏନ୍‌.ଏ.): ଚାଉଳକୁ ନେଇ ରାଜନୀତିକରଣ କରାଯାଉଛି। ଭାଜପା ଓ ବିଜେଡି ଚାଉଳ କାହାର, କିଏ ଦଉଛି ସେଥିନେଇ କଳି ଲାଗିବାରେ ବ୍ୟସ୍ତ। ଏପଟେ ପ୍ରକୃତ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ଗହମ ପାଉଛନ୍ତି କି ନାହିଁ ସେଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି କିମ୍ବା ଏହାର ତଦାରଖ କରାଯାଉନାହିଁ। ୨୦୨୨ମେ’ରୁ ଗହମ ଆସିବା ବନ୍ଦ ହେବା ପରେ ଯେଉଁ ହିତାଧିକାରୀଙ୍କ ରାଶନକାର୍ଡରେ ଗହମ ଉଲ୍ଲେଖ ରହିଛି ସେମାନେ ଅଦ୍ୟାବଧି ମେ’ ଓ ଜୁନ୍‌ ୨ ମାସର ଗହମ କି ଚାଉଳ ପାଇନାହାନ୍ତି। ସେ ଗହମ କୁଆଡ଼େ ଗଲା ସେ ସମ୍ପର୍କରେ ମଧ୍ୟ ଖୋଜ ଖବର ନାହିଁ। ଯୋଗାଣ ବିଭାଗର ଅଧିକାରୀମାନେ ସ୍ପଷ୍ଟଭାବେ କହି ପାରୁନାହାନ୍ତି ହିତାଧିକାରୀଙ୍କୁ ଗହମ ମିଳିବ କି ନାହିଁ। ଏଥି ସହିତ ଡିସେମ୍ବର ମାସର ଚାଉଳ ମଧ୍ୟ ଏପର୍ଯ୍ୟନ୍ତ ଦିଆଯାଇ ନ ଥିବା ସୂଚନା ମିଳିଛି। ଯାଜପୁର ଜିଲା ବଡ଼ଚଣା ବ୍ଲକରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ସରକାରୀ ହିସାବ ଅନୁଯାୟୀ, ଏଠାରେ ହିତାଧିକାରୀଙ୍କ ନିମନ୍ତେ ପ୍ରତ୍ୟେକ ମାସରେ ୧ଲକ୍ଷ ୧୭୦ କୁଇଣ୍ଟାଲ ଚାଉଳ ଓ ୨ ହଜାର ୫୧୭ କୁଇଣ୍ଟାଲ ଗହମର ଆବଶ୍ୟକତା ରହିଛି। ୨୦୨୨ ମେ’ ଓ ଜୁନ୍‌ ମାସ ଗହମ ହିତାଧିକାରୀଙ୍କୁ ଦିଆଯାଇ ନ ଥିଲା। ସେଥିମଧ୍ୟରୁ ଅର୍ଦ୍ଧାଧିକ ହିତାଧିକାରୀ ଗହମ ପାଇଥିବା ବେଳେ ଅଗଷ୍ଟ ଓ ସେପ୍ଟେମ୍ବରରେ ଅଧାଅଧି ହିତାଧିକାରୀ ଗହମ ପାଇଲେ ନାହିଁ। ମୋଟ୍‌ ୨ ମାସର ଗହମ ଗାଏବ୍‌ ହୋଇଗଲା, ଯାହାକି ୫ ହଜାର କୁଇଣ୍ଟାଲରୁ ଅଧିକ ହେବ। ଏଥିସହିତ ଚାଉଳ ପାଇବାରେ ହିତାଧିକାରୀ ସମସ୍ୟା ଭୋଗୁଛନ୍ତି। ଅକ୍ଟୋବର ଓ ନଭେମ୍ବରରେ ଖାଦ୍ୟ ନିଗମ ତରଫରୁ ୨୦ତାରିଖ ପରେ ରିଟେଲରଙ୍କୁ ଚାଉଳ ଯୋଗାଇ ଦିଆଗଲା। ପିଏସ୍‌ଓ ମେଶିନ ମାଧ୍ୟମରେ ସେମାନେ ଚାଉଳ ବାଣ୍ଟିବାକୁ ନିର୍ଦ୍ଦେଶନାମା ଥିବାବେଳେ ୨୫ ତାରିଖରୁ ସମ୍ପୃକ୍ତ ୱେବ୍‌ ପୋର୍ଟାଲ ସାଇଟ୍‌କୁ ବନ୍ଦ କରିଦିଆଗଲା। ଯେଉଁଥି ପାଇଁ ବଡ଼ଚଣା ବ୍ଲକ୍‌ର ଶାଳପଡ଼ା, ଦର୍ପଣ, ନଳୀପୁର, ବିକ୍ରମତିରଣ, ବରଦା ଭଳି ବହୁ ପଞ୍ଚୟତର ହିତାଧିକାରୀ ଚାଉଳ ପାଇବାରୁ ବଞ୍ଚତ୍ତ ହେଲେ। ଅଦ୍ୟାବଧି ସେମାନେ ଅକ୍ଟୋବରରୁ ଚାଉଳ ପାଇ ନାହାନ୍ତି। ଏପଟେ ଭାରତୀୟ ଖାଦ୍ୟ ନିଗମ ପଣ୍ୟାଗାରରେ ଚାଉଳ ଗଚ୍ଛିତ ନ ଥିବାରୁ ରିଟେଲରଙ୍କୁ ପରିବହନ ଠିକାଦାର ଚାଉଳ ଦେଉନାହାନ୍ତି। ଯେଉଁଥି ପାଇଁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ୨ ମାସର ଗହମ ଗାଏବ ହେବା ଓ ଅକ୍ଟୋବରରୁ ଅଦ୍ୟାବଧି ଚାଉଳ ନ ମିଳିବା ନେଇ କେହି ସମୀକ୍ଷା କରୁ ନାହାନ୍ତି କିମ୍ବା ଏ ସମ୍ପର୍କରେ ସ୍ପଷ୍ଟ ମତ ଦେଉନାହାନ୍ତି। ଏ ସମ୍ପର୍କରେ ବଡ଼ଚଣା ବ୍ଲକ ଯୋଗାଣ ଅଧିକାରୀ ବିଶ୍ୱଜିତ୍‌ ମିଶ୍ରଙ୍କୁ ପଚାରିବାରେ ସେ କୁହନ୍ତି, ସରକାରଙ୍କ ତରଫରୁ ଏ ପର୍ଯ୍ୟନ୍ତ ୨ ମାସର ଗହମ ଆସିନାହିଁ। ତା’ ବଦଳରେ ଚାଉଳ ଦିଆଯିବକି ନାହିଁ ସେ ସମ୍ପର୍କିତ ନିର୍ଦ୍ଦେଶନାମା ମଧ୍ୟ ଦିଆଯାଇ ନାହିଁ। ଚାଉଳ ନ ପାଇବା ଘଟଣା ନେଇ ସେ ପ୍ରକାଶ କରିଛନ୍ତି ଯେ, କେତେକ ପଞ୍ଚାୟତରେ ଏଭଳି ଅସୁବିଧା ସୃଷ୍ଟି ହେଉଥିବା ଜଣାପଡ଼ିଛି। ଯେଉଁ ରିଟେଲରଙ୍କ ନିକଟରେ ଅଧିକ କାର୍ଡ ରହିଛି ସେମାନେ ବାଣ୍ଟିପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri