ହିତାଧିକାରୀଙ୍କୁ ମିଳୁନି ଚାଉଳ, ଗହମ

ଚଣ୍ଡିଖୋଲ,୧୪ା୧(ଡି.ଏନ୍‌.ଏ.): ଚାଉଳକୁ ନେଇ ରାଜନୀତିକରଣ କରାଯାଉଛି। ଭାଜପା ଓ ବିଜେଡି ଚାଉଳ କାହାର, କିଏ ଦଉଛି ସେଥିନେଇ କଳି ଲାଗିବାରେ ବ୍ୟସ୍ତ। ଏପଟେ ପ୍ରକୃତ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ଗହମ ପାଉଛନ୍ତି କି ନାହିଁ ସେଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି କିମ୍ବା ଏହାର ତଦାରଖ କରାଯାଉନାହିଁ। ୨୦୨୨ମେ’ରୁ ଗହମ ଆସିବା ବନ୍ଦ ହେବା ପରେ ଯେଉଁ ହିତାଧିକାରୀଙ୍କ ରାଶନକାର୍ଡରେ ଗହମ ଉଲ୍ଲେଖ ରହିଛି ସେମାନେ ଅଦ୍ୟାବଧି ମେ’ ଓ ଜୁନ୍‌ ୨ ମାସର ଗହମ କି ଚାଉଳ ପାଇନାହାନ୍ତି। ସେ ଗହମ କୁଆଡ଼େ ଗଲା ସେ ସମ୍ପର୍କରେ ମଧ୍ୟ ଖୋଜ ଖବର ନାହିଁ। ଯୋଗାଣ ବିଭାଗର ଅଧିକାରୀମାନେ ସ୍ପଷ୍ଟଭାବେ କହି ପାରୁନାହାନ୍ତି ହିତାଧିକାରୀଙ୍କୁ ଗହମ ମିଳିବ କି ନାହିଁ। ଏଥି ସହିତ ଡିସେମ୍ବର ମାସର ଚାଉଳ ମଧ୍ୟ ଏପର୍ଯ୍ୟନ୍ତ ଦିଆଯାଇ ନ ଥିବା ସୂଚନା ମିଳିଛି। ଯାଜପୁର ଜିଲା ବଡ଼ଚଣା ବ୍ଲକରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ସରକାରୀ ହିସାବ ଅନୁଯାୟୀ, ଏଠାରେ ହିତାଧିକାରୀଙ୍କ ନିମନ୍ତେ ପ୍ରତ୍ୟେକ ମାସରେ ୧ଲକ୍ଷ ୧୭୦ କୁଇଣ୍ଟାଲ ଚାଉଳ ଓ ୨ ହଜାର ୫୧୭ କୁଇଣ୍ଟାଲ ଗହମର ଆବଶ୍ୟକତା ରହିଛି। ୨୦୨୨ ମେ’ ଓ ଜୁନ୍‌ ମାସ ଗହମ ହିତାଧିକାରୀଙ୍କୁ ଦିଆଯାଇ ନ ଥିଲା। ସେଥିମଧ୍ୟରୁ ଅର୍ଦ୍ଧାଧିକ ହିତାଧିକାରୀ ଗହମ ପାଇଥିବା ବେଳେ ଅଗଷ୍ଟ ଓ ସେପ୍ଟେମ୍ବରରେ ଅଧାଅଧି ହିତାଧିକାରୀ ଗହମ ପାଇଲେ ନାହିଁ। ମୋଟ୍‌ ୨ ମାସର ଗହମ ଗାଏବ୍‌ ହୋଇଗଲା, ଯାହାକି ୫ ହଜାର କୁଇଣ୍ଟାଲରୁ ଅଧିକ ହେବ। ଏଥିସହିତ ଚାଉଳ ପାଇବାରେ ହିତାଧିକାରୀ ସମସ୍ୟା ଭୋଗୁଛନ୍ତି। ଅକ୍ଟୋବର ଓ ନଭେମ୍ବରରେ ଖାଦ୍ୟ ନିଗମ ତରଫରୁ ୨୦ତାରିଖ ପରେ ରିଟେଲରଙ୍କୁ ଚାଉଳ ଯୋଗାଇ ଦିଆଗଲା। ପିଏସ୍‌ଓ ମେଶିନ ମାଧ୍ୟମରେ ସେମାନେ ଚାଉଳ ବାଣ୍ଟିବାକୁ ନିର୍ଦ୍ଦେଶନାମା ଥିବାବେଳେ ୨୫ ତାରିଖରୁ ସମ୍ପୃକ୍ତ ୱେବ୍‌ ପୋର୍ଟାଲ ସାଇଟ୍‌କୁ ବନ୍ଦ କରିଦିଆଗଲା। ଯେଉଁଥି ପାଇଁ ବଡ଼ଚଣା ବ୍ଲକ୍‌ର ଶାଳପଡ଼ା, ଦର୍ପଣ, ନଳୀପୁର, ବିକ୍ରମତିରଣ, ବରଦା ଭଳି ବହୁ ପଞ୍ଚୟତର ହିତାଧିକାରୀ ଚାଉଳ ପାଇବାରୁ ବଞ୍ଚତ୍ତ ହେଲେ। ଅଦ୍ୟାବଧି ସେମାନେ ଅକ୍ଟୋବରରୁ ଚାଉଳ ପାଇ ନାହାନ୍ତି। ଏପଟେ ଭାରତୀୟ ଖାଦ୍ୟ ନିଗମ ପଣ୍ୟାଗାରରେ ଚାଉଳ ଗଚ୍ଛିତ ନ ଥିବାରୁ ରିଟେଲରଙ୍କୁ ପରିବହନ ଠିକାଦାର ଚାଉଳ ଦେଉନାହାନ୍ତି। ଯେଉଁଥି ପାଇଁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ୨ ମାସର ଗହମ ଗାଏବ ହେବା ଓ ଅକ୍ଟୋବରରୁ ଅଦ୍ୟାବଧି ଚାଉଳ ନ ମିଳିବା ନେଇ କେହି ସମୀକ୍ଷା କରୁ ନାହାନ୍ତି କିମ୍ବା ଏ ସମ୍ପର୍କରେ ସ୍ପଷ୍ଟ ମତ ଦେଉନାହାନ୍ତି। ଏ ସମ୍ପର୍କରେ ବଡ଼ଚଣା ବ୍ଲକ ଯୋଗାଣ ଅଧିକାରୀ ବିଶ୍ୱଜିତ୍‌ ମିଶ୍ରଙ୍କୁ ପଚାରିବାରେ ସେ କୁହନ୍ତି, ସରକାରଙ୍କ ତରଫରୁ ଏ ପର୍ଯ୍ୟନ୍ତ ୨ ମାସର ଗହମ ଆସିନାହିଁ। ତା’ ବଦଳରେ ଚାଉଳ ଦିଆଯିବକି ନାହିଁ ସେ ସମ୍ପର୍କିତ ନିର୍ଦ୍ଦେଶନାମା ମଧ୍ୟ ଦିଆଯାଇ ନାହିଁ। ଚାଉଳ ନ ପାଇବା ଘଟଣା ନେଇ ସେ ପ୍ରକାଶ କରିଛନ୍ତି ଯେ, କେତେକ ପଞ୍ଚାୟତରେ ଏଭଳି ଅସୁବିଧା ସୃଷ୍ଟି ହେଉଥିବା ଜଣାପଡ଼ିଛି। ଯେଉଁ ରିଟେଲରଙ୍କ ନିକଟରେ ଅଧିକ କାର୍ଡ ରହିଛି ସେମାନେ ବାଣ୍ଟିପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?