୨ ବର୍ଷ ହେଲାଣି ବିଦ୍ୟୁତ କେବୁଲ ସଂଯୋଗ ପାଇଁ ଦାବି କରୁଛନ୍ତି ହିତାଧିକାରୀ: ପୂରଣ ହେଉନି..

କେସିଙ୍ଗା,୬।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଟିଡିପିଏଲ ଅଧୀନସ୍ଥ ବାଲସି, ମଶାଣିବନ୍ଧ, କାଣ୍ଡେଲ ସମେତ ବ୍ଲକର ବିଭିନ୍ନ ଗ୍ରାମରେ ଦୁଇ ବର୍ଷରୁ ଉଦ୍ଧର୍‌ବ ହେଲା ନୂଆ ଖମ୍ବ ଓ କେବୁଲ ତାର ଟାଣି ଗାଁ ଗାଁରେ ପୋତା ଯାଇଛି। ବର୍ଷା ଋତୁରେ ପ୍ରବଳ ପବନରେ ବିଦ୍ୟୁତ ଖୁଣ୍ଟ ଓ ତାର ଛିଣ୍ଡି ଯାଇ ଦିନ ଦିନ ଧରି ବିଦ୍ୟୁତ ସେବା ବନ୍ଧ ରହୁଥିଲା ଏହାକୁ ଦୃଷ୍ଟିରେ ରଖି ଟିଡିପିଏଲ ପକ୍ଷରୁ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ନୂତନ ଖମ୍ବ ଓ କେବୁଲ ଟଣାଯାଇଛି। ପ୍ରବଳ ଲଘୁଚାପଜନିତ ବର୍ଷା ଓ ପବନରେ କେବୁଲ ଓ ବକ୍ସର ନଟ ବୋଲଟ ଖସି ଯାଇ ଝୁଲି ରହିଛି।
ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ପଚାରିଲେ କହୁଛନ୍ତି, ଠିକାଦାର ଜାଣିବ ଆମେ କିଛି କହି ପାରିବୁ ନାହିଁ ବୋଲି କହୁଛନ୍ତି। ପ୍ରତ୍ୟେକ ଗ୍ରାମରେ ପ୍ରାୟ ୪୦ରୁ ୫୦ବର୍ଷ ହେଲାଣି ଖୋଲା ବିଦ୍ୟୁତ ତାର ଟଣା ଯାଇ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। ବର୍ତ୍ତମାନ ଅଧିକାଂଶ ଗ୍ରାମରେ ଖୋଲା ବିଦ୍ୟୁତ ତାର ସଂଯୋଗ ହୋଇଥିବାରୁ ଲୋକେ ଚୋରାରେ ବିଦ୍ୟୁତ ସଂଯୋଗ କରି ନେଉଥିବା ଦେଖିବାକୁ ମିଳୁଛି। ଏହି ସବୁ ସମସ୍ୟା ରୋକିବାକୁ ବିଦ୍ୟୁତ ବିଭାଗ ପକ୍ଷରୁ କେବୁଲ ସଂଯୋଗ ଦାରା ପ୍ରତ୍ୟେକ ହିତାଧିକାରୀଙ୍କ ଘରକୁ ଗୋଟିଏ ଖମ୍ବର ବକ୍ସରୁ ପାଞ୍ଚ ଜଣକୁ ସଂଯୋଗ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ଆଜି ଦିଆ ହେବ କାଲି ଦିଆଯିବ ବୋଲି ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ କେବୁଲ ଦ୍ୱାରା ବିଦ୍ୟୁତ ସଂଯୋଗ ଦିଆଯାଇନାହି। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ କିଛି ଦିନ ପରେ କେବୁଲ ସଂଯୋଗ ଦିଆଯିବ ବୋଲି ପ୍ରକାଶ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

JPSC ପରୀକ୍ଷା ହେରଫେର ମାମଲାରେ EDର ଏଣ୍ଟ୍ରି; ଆସୁ ଆସୁ ନେଲା ବଡ଼ ଆକ୍ସନ

ନୂଆଦିଲ୍ଲୀ,୧୦।୮: ଝାଡ଼ଖଣ୍ଡରେ JPSCର 14ତମ ପ୍ରିଲିମିନାରୀ ଟେଷ୍ଟ (PT) ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ପରୀକ୍ଷାରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପଦକ୍ଷେପ ନେଇଛି।…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ଝାଡ଼ଖଣ୍ଡ ବିଧାନସଭା ଘେରାଓ ପୂର୍ବରୁ ରାଞ୍ଚିରେ କଡ଼ା ହେଲା ସୁରକ୍ଷା ବ୍ୟବସ୍ଥା

ରାଞ୍ଚି,୧୦।୮: ଛାତ୍ରଙ୍କ ପ୍ରତିବାଦ ଏବଂ ବିଧାନସଭା ଘେରାଉ ଡାକରା ପରେ, ବିଧାନସଭାକୁ ଯାଉଥିବା ରାସ୍ତାରେ ସୁରକ୍ଷା ବଳୟ ସ୍ଥାପନ କରାଯାଇଛି, ଯାହା ଫଳରେ ବିକ୍ଷୋଭକାରୀମାନେ ସେହି ସ୍ଥାନରେ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କାର୍‌-ମୋଟରସାଇକେଲ ମୁହାଁମୁହିଁ, ୨ ଭାଇ ଗୁରୁତର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଜ କାର୍‌ରେ ନେଇ…

ପଟାଙ୍ଗି,୧୦ା୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଗିର୍ଲିଗୁଡ଼ା ଛକ ନିକଟରେ ମାରୁତି କାର୍‌ ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ କାର୍‌ରେ…

ଆମେରିକାକୁ ଖୋଲା ଧମକ ଦେଇ କଡ଼ା ଭାଷାରେ ଇରାନ କହିଲା, ‘ଆମ ମାଟିରେ ପାଦ ରଖିଲେ, ଆମେ ତୁମର ଗୋଡ଼ କାଟି ଦେବୁ’

ତେହରାନ,୧୦।୮: ଇରାନ ଏବଂ ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇରାନ ସେନା ୱାଶିଂଟନକୁ ଏକ କଡ଼ା ଚେତାବନୀ ଦେଇଛି। ଇରାନ ସେନାର ସ୍ଥଳସେନାର କମାଣ୍ଡର ବ୍ରିଗେଡିୟର…

ବନ୍ଦ ହେବ ଯୁଦ୍ଧ! ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲାଯିବାକୁ ଟ୍ରମ୍ପ ଆଗ୍ରହୀ; ଆମେରିକା ପରମାଣୁ ପ୍ରସଙ୍ଗକୁ ସ୍ଥଗିତ ରଖିବାକୁ ଇଚ୍ଛୁକ

ଓ୍ବାଶିଂଟନ,୧୦।୮: ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ଖୋଲିବା ନେଇ ଇରାନ ଏବଂ ଓମାନ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତଥାପି, ଇରାନ ସ୍ପଷ୍ଟ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri