ଉପକାରୀ ଅଖରୋଟ

ମସ୍ତିଷ୍କକୁ ସୁସ୍ଥ ରଖିବାରେ ଓ୍ବାଲନଟ୍‌ ବା ଅଖରୋଟର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥାଏ। କେବଳ ମସ୍ତିଷ୍କ କାହିଁକି ସମ୍ପୂର୍ଣ୍ଣ ଶରୀର ପାଇଁ ବି ଏହା ବେଶ୍‌ ଉପକାରୀ। କାରଣ ଏଥିରେ ଭରି ରହିଥାଏ ପ୍ରୋଟିନ୍‌, ଭିଟାମିନ୍‌, ଆଇରନ୍‌, କ୍ୟାଲସିୟମ୍‌, କପର୍‌, ଫସ୍‌ଫରସ୍‌, ମ୍ୟାଗ୍‌ନେସିୟମ୍‌, ଓମେଗା-୩ ଫ୍ୟାଟି ଏସିଡ୍‌ ସମେତ ଆହୁରି ଅନେକ ଗୁଣକାରୀ ପୋଷକ ତତ୍ତ୍ୱ। ସେଥିପାଇଁ ଅଖରୋଟ ଖାଇବା ଶରୀର ପକ୍ଷେ ଉପକାରୀ ହୋଇଥାଏ। ତେବେ ଏହାକୁ ଖାଇବାର ସଠିକ୍‌ ଶୈଳୀ ହେଉଛି, ରାତିସାରା ଏହାକୁ ପାଣିରେ ଭିଜେଇ ସକାଳୁ ଖାଲିପେଟରେ ଖାଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଯେମିତିକି: ଡାଇବେଟିସ୍‌ ରୋଗୀ ପ୍ରତିଦିନ ଯଦି କିଛି ମାତ୍ରାରେ ଅଖରୋଟ ଖାଆନ୍ତି, ତା’ହେଲେ ତାଙ୍କର ବ୍ଲଡ୍‌ ସୁଗାର ନିୟନ୍ତ୍ରଣରେ ରହିଥାଏ। ଆଉ ଯଦି ଡାଇବେଟିସ୍‌ ନ ହୋଇଥିବା ରୋଗୀ ଏହାକୁ ଖାଆନ୍ତି, ତା’ହେଲେ ସେମାନଙ୍କଠାରେ ଭବିଷ୍ୟତରେ କେବେ ଟାଇପ୍‌-୨ ଡାଇବେଟିସ୍‌ ହେବାର ସମ୍ଭାବନା ମଧ୍ୟ ନଥାଏ। କୋଷ୍ଠକାଠିନ୍ୟ ସମସ୍ୟାରୁ ଉପଶମ ଦେବା ସହ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବି ଏହା ସହାୟକ ହୋଇଥାଏ। କେବଳ ସେତିକି ନୁହେଁ ପ୍ରତିଦିନ ଗୋଟିଏରୁ ଦୁଇଟି ଅଖରୋଟ ଖାଇଲେ ଶରୀରର ଓଜନ ନିୟନ୍ତ୍ରଣରେ ରହିବା ସହ ରାତିରେ ନିଦ ମଧ୍ୟ ଭଲ ହୋଇଥାଏ। ଏହାଛଡ଼ା କୁହାଯାଏ, ନାରୀଟିଏ ଗର୍ଭବତୀ ଥିବା ସମୟରେ ନିୟମିତ କିଛି କିଛି ଅଖରୋଟ ଖାଇଲେ ଗର୍ଭରେ ଥିବା ଶିଶୁଟିର ମସ୍ତିଷ୍କ ବିକାଶରେ ଅନେକ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଗତ କିଛି ବର୍ଷ ଧରି ପୃଥିବୀର ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଯାଉଛି। ଏହାର ପ୍ରଭାବ ଭାରତ ଏବଂ ଓଡ଼ିଶାରେ ମଧ୍ୟ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri