ନିୟମିତ ହେଉନି ବିଇଏମ୍‌ସି ସାଧାରଣ ବୈଠକ

ବ୍ରହ୍ମପୁର ଅଫିସ,୧୩।୫: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ସାଧାରଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଗତ ବର୍ଷର ପୌର ନିର୍ବାଚନ ପରେ ନୂଆ ପରିଷଦ ଗଠନର ବର୍ଷେ ବିତିଛି ଓ ଏହି ସମୟ ଭିତରେ ଏହାକୁ ମିଶାଇ ମାତ୍ର ୩ଟି ସାଧାରଣ ବୈଠକ ହୋଇଥିବାରୁ ୱାର୍ଡଗୁଡ଼ିକର ସମସ୍ୟା ନେଇ ଆଲୋଚନା ହୋଇପାରୁ ନ ଥିବା ଦର୍ଶାଇ କେତେକ କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ବୈଠକର ଦିନକ ପୂର୍ବରୁ ଏଜେଣ୍ଡା ଦିଆଯାଇଥିବାରୁ ନିର୍ବାଚିତ ପ୍ରତିନିଧିମାନେ ଆଲୋଚନା ପାଇଁ ପ୍ରସ୍ତୁତ ହୋଇପାରୁନଥିବା ସଂଗୀନ ଅଭିଯୋଗ କରାଯାଇଥିଲା। ନିୟମ ପ୍ରକାରେ ପ୍ରତି ମାସେ ବା ଦୁଇ ମାସରେ ସାଧାରଣ ବୈଠକ ପାଇଁ ଦାବି କରାଯାଇଥିଲା। ମେୟର ସଂଘମିତ୍ରା ଦଳେଇ ଅଧ୍ୟକ୍ଷତା କରିଥିଲେ। ଏମ୍‌ପି ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ଉପସ୍ଥିତ ଥିଲେ। ମହାନଗରର ସର୍ବାଙ୍ଗୀନ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ପ୍ରକାର ସହଯୋଗ କରୁଛନ୍ତି। ତେଣୁ ଦଳମତ ନିର୍ବିଶେଷରେ କର୍ପୋରେଟରମାନେ ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଏମ୍‌ପି ଓ ବିଧାୟକ ଆହ୍ବାନ ଦେଇଥିଲେ।
ପ୍ରାରମ୍ଭରେ ଗତ ଡିସେମ୍ବର ୨୩ର ସାଧାରଣ ବୈଠକ ଏବଂ ଚଳିତ ବର୍ଷ ମାର୍ଚ୍ଚ ୨୯ରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକର କାର୍ଯ୍ୟାବଳୀ ଦୃଢ଼ୀକରଣ କରାଯାଇଥିଲା। ବହୁ କୋଟି ଟଙ୍କା ବ୍ୟୟରେ କରାଯାଉଥିବା ବେଢ଼ା ବନ୍ଧ ପୁନରୁଦ୍ଧାର ଏବଂ ଆଧୁନିକୀକରଣ ଦ୍ୱାରା ଆଗାମୀ ଦିନରେ ଏହା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ। ତେଣୁ ଅନ୍ଧପସରା ରୋଡ ଠାରୁ ବେଢ଼ା ବନ୍ଧ ପର୍ଯ୍ୟନ୍ତ ଥିବା ମାତ୍ର ୧୦ ଫୁଟିଆ ରାସ୍ତାକୁ ଓସାରିଆ କରାଯିବା ନିମନ୍ତେ ଘରୋଇ ଜମି ଅଧିଗ୍ରହଣ କରାଯିବାର ନିଷ୍ପତ୍ତି ନିଆଯାଇଛି। ଏହାର ଡିଟେଲ ରିପୋର୍ଟ ସପ୍ତାହକ ମଧ୍ୟରେ ପ୍ରସ୍ତୁତ କରିବାକୁ ବିଇଏମସି ଇଞ୍ଜିନିୟର ଓ ଅନ୍ୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ବିଭିନ୍ନ ପୋଖରୀ ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇଛି। ତେବେ ପୁରାତନ କମାପଲ୍ଲୀ ପୋଖରୀ ପ୍ରତି ଅଣଦେଖା କରାଯାଇଥିବା ୩୨ନଂ ବିଜେଡି କର୍ପୋରେଟର ସୁରେନ୍ଦ୍ର ମହାରଣା ଅଭିଯୋଗ କରିଥିଲେ। ପ୍ରାୟ ୫୦ ଲକ୍ଷ ଟଙ୍କାର ଯୋଜନାକୁ କାହିଁକି କାର୍ଯ୍ୟକାରୀ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ପୁଣି ରି’ଟେଣ୍ଡର ହେବ ଏବଂ କମାପଲ୍ଲୀ ବନ୍ଧ ଆଧୁନିକୀକରଣ କରାଯିବା ବୋଲି ମେୟର ଓ କମିଶନର ଜେ. ସୋନାଲ ଉତ୍ତର ରଖିଥିଲେ। ଅନ୍ୟପକ୍ଷରେ ପୌର ଗେଷ୍ଟ ହାଉସ ପଛପଟେ ଥିବା ବିସ୍ତୃତ ଜମି ପଡ଼ିଆ ପଡ଼ିଛି। ସେଠାରେ ନିଗମ ପକ୍ଷରୁ ମିଶନ ଶକ୍ତି ହବ୍‌ ନିର୍ମାଣ ପାଇଁ ସୁରେନ୍ଦ୍ର ଆଉ ଏକ ଦାବି କରିଥିଲେ। ଏସ୍‌ଏଚ୍‌ଜିର ପ୍ରସ୍ତୁତ ସମସ୍ତ ସାମଗ୍ରୀର କାରବାର ନିମନ୍ତେ ବଜାର ଖୋଲାଯିବାକୁ ସେ ପ୍ରସ୍ତାବ ଦେଇଥିଲେ। ଏହା ଉପରେ ବିଚାର କରାଯିବା ବୋଲି ମେୟର ଓ କମିଶନର ସୂଚାଇଥିଲେ। ଗତ ମାସ ଗୁଡ଼ିକର ଆୟ ଓ ବ୍ୟୟ ରିପୋର୍ଟ ବୈଠକରେ ଉପସ୍ଥାପିତ କରାଯାଇଥିଲା। ଟେବୁଲ ଏଜେଣ୍ଡାରେ ବିଭିନ୍ନ ପ୍ରସଙ୍ଗ ଉଠିଥିଲା। ପୌର ସଂସ୍ଥାର ଐତିହ୍ୟ ଗେଷ୍ଟ ହାଉସ (ଅତିଥି ଭବନ)କୁ ଦୁଇବର୍ଷ ତଳେ ସରକାରୀ ପରିଚାଳନା ସମୟରେ ଘରୋଇ ମାଲିକାନାକୁ ଦିଆଯାଇଥିବା ଲିଜ୍‌ ବାତିଲ ଲାଗି ଭାଜପା କର୍ପୋରେଟର ପ୍ରଦୀପ ଶତପଥୀ ଦାବି କରିଥିଲେ। ଏହାକୁ ବିଜେଡି କର୍ପୋରେଟର ସୁରେନ୍ଦ୍ର ମହାରଣା ଓ ଅନ୍ୟମାନେ ସମର୍ଥନ କରିଥିଲେ। ଲିଜ୍‌ଧାରୀ ଗେଷ୍ଟ ହାଉସ ନାମ ବଦଳାଇଥିବା ଏବଂ ଚୁକ୍ତିନାମା ଖିଲାପ କରୁଥିବା ବିରୋଧୀ ଓ ଶାସକ ଦଳ ଜନପ୍ରତିନିଧି ଅଭିଯୋଗ ବାଢ଼ିଥିଲେ। ତେବେ ଏହା ଉପରେ ମେୟର ଓ କମିଶନର ଟିପ୍ପଣୀ ଦେଇନଥିଲେ। ବିଭିନ୍ନ ପ୍ରସଙ୍ଗରେ ତ୍ରିପତି ପାତ୍ର, ପ୍ରଶାନ୍ତ ପଟ୍ଟନାୟକ, ବନିତା ସାହୁ, ସନ୍ଧ୍ୟାରାଣୀ ଶୁକ୍ଲ, ମମତା ପାତ୍ର, ନୀଳକଣ୍ଠ ସାହୁ, ଧୀରେଶ ସାବତ, ନରସିଂହ ସେଠୀ, ବବି ନାୟକ, ସମୀର ମିଶ୍ର, ଗୀତାରାଣୀ ପଣ୍ଡା, ଟି. କିଶୋର ପ୍ରମୁଖ ଆଲୋଚନା କରିଥିଲେ। ଡେପୁଟି ମେୟର ବିବେକ ରେଡି ଏବଂ ବିଇଏମ୍‌ସିର ଅଧିକାରୀ ଓ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?