ନିୟମିତ ହେଉନି ବିଇଏମ୍‌ସି ସାଧାରଣ ବୈଠକ

ବ୍ରହ୍ମପୁର ଅଫିସ,୧୩।୫: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ସାଧାରଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଗତ ବର୍ଷର ପୌର ନିର୍ବାଚନ ପରେ ନୂଆ ପରିଷଦ ଗଠନର ବର୍ଷେ ବିତିଛି ଓ ଏହି ସମୟ ଭିତରେ ଏହାକୁ ମିଶାଇ ମାତ୍ର ୩ଟି ସାଧାରଣ ବୈଠକ ହୋଇଥିବାରୁ ୱାର୍ଡଗୁଡ଼ିକର ସମସ୍ୟା ନେଇ ଆଲୋଚନା ହୋଇପାରୁ ନ ଥିବା ଦର୍ଶାଇ କେତେକ କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ବୈଠକର ଦିନକ ପୂର୍ବରୁ ଏଜେଣ୍ଡା ଦିଆଯାଇଥିବାରୁ ନିର୍ବାଚିତ ପ୍ରତିନିଧିମାନେ ଆଲୋଚନା ପାଇଁ ପ୍ରସ୍ତୁତ ହୋଇପାରୁନଥିବା ସଂଗୀନ ଅଭିଯୋଗ କରାଯାଇଥିଲା। ନିୟମ ପ୍ରକାରେ ପ୍ରତି ମାସେ ବା ଦୁଇ ମାସରେ ସାଧାରଣ ବୈଠକ ପାଇଁ ଦାବି କରାଯାଇଥିଲା। ମେୟର ସଂଘମିତ୍ରା ଦଳେଇ ଅଧ୍ୟକ୍ଷତା କରିଥିଲେ। ଏମ୍‌ପି ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ଉପସ୍ଥିତ ଥିଲେ। ମହାନଗରର ସର୍ବାଙ୍ଗୀନ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ପ୍ରକାର ସହଯୋଗ କରୁଛନ୍ତି। ତେଣୁ ଦଳମତ ନିର୍ବିଶେଷରେ କର୍ପୋରେଟରମାନେ ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଏମ୍‌ପି ଓ ବିଧାୟକ ଆହ୍ବାନ ଦେଇଥିଲେ।
ପ୍ରାରମ୍ଭରେ ଗତ ଡିସେମ୍ବର ୨୩ର ସାଧାରଣ ବୈଠକ ଏବଂ ଚଳିତ ବର୍ଷ ମାର୍ଚ୍ଚ ୨୯ରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକର କାର୍ଯ୍ୟାବଳୀ ଦୃଢ଼ୀକରଣ କରାଯାଇଥିଲା। ବହୁ କୋଟି ଟଙ୍କା ବ୍ୟୟରେ କରାଯାଉଥିବା ବେଢ଼ା ବନ୍ଧ ପୁନରୁଦ୍ଧାର ଏବଂ ଆଧୁନିକୀକରଣ ଦ୍ୱାରା ଆଗାମୀ ଦିନରେ ଏହା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ। ତେଣୁ ଅନ୍ଧପସରା ରୋଡ ଠାରୁ ବେଢ଼ା ବନ୍ଧ ପର୍ଯ୍ୟନ୍ତ ଥିବା ମାତ୍ର ୧୦ ଫୁଟିଆ ରାସ୍ତାକୁ ଓସାରିଆ କରାଯିବା ନିମନ୍ତେ ଘରୋଇ ଜମି ଅଧିଗ୍ରହଣ କରାଯିବାର ନିଷ୍ପତ୍ତି ନିଆଯାଇଛି। ଏହାର ଡିଟେଲ ରିପୋର୍ଟ ସପ୍ତାହକ ମଧ୍ୟରେ ପ୍ରସ୍ତୁତ କରିବାକୁ ବିଇଏମସି ଇଞ୍ଜିନିୟର ଓ ଅନ୍ୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ବିଭିନ୍ନ ପୋଖରୀ ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇଛି। ତେବେ ପୁରାତନ କମାପଲ୍ଲୀ ପୋଖରୀ ପ୍ରତି ଅଣଦେଖା କରାଯାଇଥିବା ୩୨ନଂ ବିଜେଡି କର୍ପୋରେଟର ସୁରେନ୍ଦ୍ର ମହାରଣା ଅଭିଯୋଗ କରିଥିଲେ। ପ୍ରାୟ ୫୦ ଲକ୍ଷ ଟଙ୍କାର ଯୋଜନାକୁ କାହିଁକି କାର୍ଯ୍ୟକାରୀ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ପୁଣି ରି’ଟେଣ୍ଡର ହେବ ଏବଂ କମାପଲ୍ଲୀ ବନ୍ଧ ଆଧୁନିକୀକରଣ କରାଯିବା ବୋଲି ମେୟର ଓ କମିଶନର ଜେ. ସୋନାଲ ଉତ୍ତର ରଖିଥିଲେ। ଅନ୍ୟପକ୍ଷରେ ପୌର ଗେଷ୍ଟ ହାଉସ ପଛପଟେ ଥିବା ବିସ୍ତୃତ ଜମି ପଡ଼ିଆ ପଡ଼ିଛି। ସେଠାରେ ନିଗମ ପକ୍ଷରୁ ମିଶନ ଶକ୍ତି ହବ୍‌ ନିର୍ମାଣ ପାଇଁ ସୁରେନ୍ଦ୍ର ଆଉ ଏକ ଦାବି କରିଥିଲେ। ଏସ୍‌ଏଚ୍‌ଜିର ପ୍ରସ୍ତୁତ ସମସ୍ତ ସାମଗ୍ରୀର କାରବାର ନିମନ୍ତେ ବଜାର ଖୋଲାଯିବାକୁ ସେ ପ୍ରସ୍ତାବ ଦେଇଥିଲେ। ଏହା ଉପରେ ବିଚାର କରାଯିବା ବୋଲି ମେୟର ଓ କମିଶନର ସୂଚାଇଥିଲେ। ଗତ ମାସ ଗୁଡ଼ିକର ଆୟ ଓ ବ୍ୟୟ ରିପୋର୍ଟ ବୈଠକରେ ଉପସ୍ଥାପିତ କରାଯାଇଥିଲା। ଟେବୁଲ ଏଜେଣ୍ଡାରେ ବିଭିନ୍ନ ପ୍ରସଙ୍ଗ ଉଠିଥିଲା। ପୌର ସଂସ୍ଥାର ଐତିହ୍ୟ ଗେଷ୍ଟ ହାଉସ (ଅତିଥି ଭବନ)କୁ ଦୁଇବର୍ଷ ତଳେ ସରକାରୀ ପରିଚାଳନା ସମୟରେ ଘରୋଇ ମାଲିକାନାକୁ ଦିଆଯାଇଥିବା ଲିଜ୍‌ ବାତିଲ ଲାଗି ଭାଜପା କର୍ପୋରେଟର ପ୍ରଦୀପ ଶତପଥୀ ଦାବି କରିଥିଲେ। ଏହାକୁ ବିଜେଡି କର୍ପୋରେଟର ସୁରେନ୍ଦ୍ର ମହାରଣା ଓ ଅନ୍ୟମାନେ ସମର୍ଥନ କରିଥିଲେ। ଲିଜ୍‌ଧାରୀ ଗେଷ୍ଟ ହାଉସ ନାମ ବଦଳାଇଥିବା ଏବଂ ଚୁକ୍ତିନାମା ଖିଲାପ କରୁଥିବା ବିରୋଧୀ ଓ ଶାସକ ଦଳ ଜନପ୍ରତିନିଧି ଅଭିଯୋଗ ବାଢ଼ିଥିଲେ। ତେବେ ଏହା ଉପରେ ମେୟର ଓ କମିଶନର ଟିପ୍ପଣୀ ଦେଇନଥିଲେ। ବିଭିନ୍ନ ପ୍ରସଙ୍ଗରେ ତ୍ରିପତି ପାତ୍ର, ପ୍ରଶାନ୍ତ ପଟ୍ଟନାୟକ, ବନିତା ସାହୁ, ସନ୍ଧ୍ୟାରାଣୀ ଶୁକ୍ଲ, ମମତା ପାତ୍ର, ନୀଳକଣ୍ଠ ସାହୁ, ଧୀରେଶ ସାବତ, ନରସିଂହ ସେଠୀ, ବବି ନାୟକ, ସମୀର ମିଶ୍ର, ଗୀତାରାଣୀ ପଣ୍ଡା, ଟି. କିଶୋର ପ୍ରମୁଖ ଆଲୋଚନା କରିଥିଲେ। ଡେପୁଟି ମେୟର ବିବେକ ରେଡି ଏବଂ ବିଇଏମ୍‌ସିର ଅଧିକାରୀ ଓ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri