ସ୍ମାର୍ଟ ରାସ୍ତାର ରକ୍ଷଣାବେକ୍ଷଣ କରୁନି ବିଇଏମ୍‌ସି

ବ୍ରହ୍ମପୁର,୨୩ା୯ (ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ସହରର ୫ଟି ପୁରାତନ ରାସ୍ତାକୁ ସ୍ମାର୍ଟ ରାସ୍ତା ଭାବେ ନିର୍ମାଣ କରାଯାଇଛି। ସ୍ମାର୍ଟ ରାସ୍ତା ପ୍ରଶସ୍ତୀକରଣ ହୋଇଥିବା ବେଳେ ପାଦଚଲା ରାସ୍ତାରେ ପେଭର ବ୍ଲକ ପକାଯାଇଛି। ସ୍ମାର୍ଟ ରାସ୍ତା ପାର୍ଶ୍ୱରେ ସର୍ବସାଧାରଣଙ୍କ ବସିବା ନିମନ୍ତେ ସିମେଣ୍ଟ ଚେୟାର କରାଯାଇଛି। ସ୍ମାର୍ଟ ରାସ୍ତା କାର୍ଯ୍ୟ ବିଳମ୍ବରେ ହୋଇଥିଲେ ବି ସମସ୍ତ କାର୍ଯ୍ୟ ସରିଛି। ତେବେ ଏହାର ଉଚିତ ରକ୍ଷଣାବେକ୍ଷଣ କରାଯାଉ ନ ଥିବା ଦେଖିବାକୁ ମିଳିଛି। ସ୍ମାର୍ଟ ରାସ୍ତା ପାର୍ଶ୍ୱରେ ହୋଇଥିବା ଚେୟାର ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଭାଙ୍ଗିରୁଜି ପଡିଛି।
ବ୍ରହ୍ମପୁର ସହରର ୧୦ଟି ପୁରାତନ ରାସ୍ତାକୁ ୨୩ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ରାସ୍ତାରେ ପରିଣତ କରିବା ପାଇଁ ଯୋଜନା ହୋଇଥିଲା। ଏଥିମଧ୍ୟରୁ ୨୦୨୧ ଡିସେମ୍ବର ୨୬ରେ ବିଇଏମ୍‌ସି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୫ କୋଟି ବ୍ୟୟରେ ୫ଟି ସ୍ମାର୍ଟ ରାସ୍ତା ନିର୍ମାଣ ନିମନ୍ତେ ଶିଳାନ୍ୟାସ କରାଯାଇଥିଲା। ସେଥିମଧ୍ୟରୁ ୧୯ ନଂ ୱାର୍ଡ ଅନ୍ତର୍ଗତ ସୁବାରାଓ ଛକଠାରୁ ସେଣ୍ଟ ଭିନସେଣ୍ଟ ସ୍କୁଲ ରାସ୍ତା ଓ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଛକ ପାଇଁ ୫୩ ଲକ୍ଷ ୪୩ ହଜାର, ଅନ୍ନପୂର୍ଣ୍ଣା ମାର୍କେଟଠାରୁ ଭିଶାଲ ମେଗା ମାର୍ଟ ରାସ୍ତା ପାଇଁ ୩ କୋଟି ୮୦ ଲକ୍ଷ ୯୦ ହଜାର, ଜ୍ୟୋତି ପେଟ୍ରୋଲ ପମ୍ପଠାରୁ ଗାନ୍ଧୀନଗର ଛକ ରାସ୍ତା ପାଇଁ ୩ କୋଟି ୫ ଲକ୍ଷ, ଗାନ୍ଧୀନଗର ଉପର ଛକ ଖଲାସି ସାହିଠାରୁ ଗାନ୍ଧୀନଗର ଛକ ରାସ୍ତା ୨ କୋଟି ୧୦ ଲକ୍ଷ ଓ ୧୮ ନଂ ୱାର୍ଡ ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥଠାରୁ ଭେଙ୍କେଟଶ୍ୱର ମନ୍ଦିର ସାହିଠାରୁ କପିଳେଶ୍ୱର ମନ୍ଦିର ରାସ୍ତାର ଉନ୍ନତୀକରଣ ପାଇଁ ଶିଳାନ୍ୟାସ କରାଯାଇଥିଲା। ଶିଳାନ୍ୟାସ ପରେ ୩ ମାସ ମଧ୍ୟରେ ୫ଟି ସ୍ମାର୍ଟ ରାସ୍ତା ନିର୍ମାଣ ସରିବା ନେଇ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବିଇଏମସି ପକ୍ଷରୁ ଧାର୍ଯ୍ୟ ସମୟରେ ରାସ୍ତା କାର୍ଯ୍ୟ ସରିଲା ନାହିଁ। ଏହାପରେ ଅବଧି ବୃଦ୍ଧି କରାଗଲା। ଏଭଳି ଭାବେ ସ୍ମାର୍ଟ ରାସ୍ତା କାର୍ଯ୍ୟ ସରିବା ପାଇଁ ୧ ବର୍ଷରୁ ଉର୍ଦ୍ଧ୍ୱ ସମୟ ଲାଗିଲା। ତଥାପି କେତେକ ସଂପୂର୍ଣ୍ଣ ହୋଇଥିବା ସ୍ମାର୍ଟ ରାସ୍ତାରେ ଆନୁସଙ୍ଗିକ ସୁବିଧା ନ ଥିବା ଦେଖିବାକୁ ମିଳିଛି। ଏପରିକି ରାସ୍ତା ପାର୍ଶ୍ୱରେ ହୋଇଥିବା ବ୍ୟୟବହୁଳ କାର୍ଯ୍ୟ ଭାଙ୍ଗି ନଷ୍ଟ ହେବାକୁ ବସିଛି। ଷ୍ଟେଟ ବ୍ୟାଙ୍କ ମୁଖ୍ୟଛକରେ ହୋଇଥିବା ସିମେଣ୍ଟ ଚେୟାର ଭାଙ୍ଗି ପଡିଛି। ଏହି ରାସ୍ତାରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ସିମେଣ୍ଟ ଚେୟାର ରହିଛି। ପୂର୍ବାହ୍ନ ଓ ସନ୍ଧ୍ୟା ସମୟରେ ବହୁ ବରିଷ୍ଠ ନାଗରିକ ଓ ପଥ ଚାରୀ ଏଠାରେ ବସି ନିଜର ସମୟ ଅତିବାହିତ କରିଥାନ୍ତି। କିନ୍ତୁ ଦୀର୍ଘ ଦିନ ଧରି ଏହା ଭାଙ୍ଗି ରୁଜି ପଡିଥିବା ବେଳେ ଏହାର ନିର୍ମାଣ ଦିଗରେ ବିଇଏମସି କାୈଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସ୍ମାର୍ଟ ରାସ୍ତା ଉପରେ ଉଠା ଦୋକାନୀମାନେ ବ୍ୟବସାୟ କରୁଥିବାରୁ ଅନେକ ସମୟରେ ଟ୍ରାଫିକ ଜାମ୍‌ ହେଉଛି। ତେଣୁ ସ୍ମାର୍ଟ ରାସ୍ତାରେ ଉଠା ଦୋକାନୀଙ୍କୁ ଉଚ୍ଛେଦ କରି ଉଚିତ ଜାଗାରେ ଥଇଥାନ କରିବାକୁ ଦାବି ହୋଇଛି। ଏ ନେଇ ବିଇଏମସି କନିଷ୍ଠ ଯନ୍ତ୍ରୀ ଶ୍ରୁତିକା ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ରାସ୍ତା ପାର୍ଶ୍ୱରେ ଭାଙ୍ଗି ଯାଇଥିବା ଚେୟାର ମରାମତି ପାଇଁ ଠିକାଦାରଙ୍କୁ କୁହାଯାଇଛି। ଖୁବ ଶୀଘ୍ର ଏହାର ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ବାଙ୍କୀରେ ୧୬୩ ଧାରା ଉଲ୍ଲଂଘନ: ଭାଜପା-ବିଜେଡି ମୁହାଁମୁହିଁ, ୭ ଦିନିଆ ଚେତାବନୀ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଏନ୍‌ଏସ୍‌ର ୧୬୩ ଧାରା ଜାରି ହୋଇଥିବା ସତ୍ତ୍ବେ ଦୁଇ ପ୍ରମୁଖ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା-ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଗଞ୍ଜାମ, ୧୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପରିସରରେ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର…

ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଘଟିଥିଲା ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ: ବର୍ଷେ ପରେ ୩ ଅଭିଯୁକ୍ତ ଗଲେ ଜେଲ 

ଦିଗପହଣ୍ଡି, ୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଉଦ୍ୟମ ମାମଲାରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri