ମିଶୁଛି ବେଲାରୁଷ

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ପୁଣି ଭୟଙ୍କର ରୂପ ଧାରଣ କରିଛି। ଜୁନ୍‌ରୁ ଏହା ଟିକେ ଶିଥିଳ ପଡ଼ିଆସିଥିବା ବେଳେ ୮ ଅକ୍ଟୋବରରେ ରୁଷିଆରୁ କ୍ରିମିଆକୁ ସଂଯୋଗ କରୁଥିବା ସେତୁ ‘କର୍ଚ୍ଚ’କୁ ୟୁକ୍ରେନ୍‌ ଉଡ଼ାଇ ଦେଇଥିବା କୁହାଯାଉଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ର ଏଭଳି କାଣ୍ଡକୁ ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ଆଖ୍ୟା ଦେଇ ଉଗ୍ର ହୋଇଉଠିଥିବା ଭଳି ମନେହୁଏ। ପୁଟିନ୍‌ ବୋଧହୁଏ ଭୁଲିଯାଉଛନ୍ତି ଯେ, ତାଙ୍କ ନିର୍ଦ୍ଦେଶରେ ଗତ ଫେବୃୟାରୀ ୨୪ରୁ ଏହି ଯୁଦ୍ଧ ଆରମ୍ଭ ହୋଇଯାଇଛି। ବିଗତ ୯ ମାସ ମଧ୍ୟରେ ରୁଷିଆର କୌଣସି ଅଧିକାରୀ କେବେହେଲେ କହିନାହାନ୍ତି ଯେ ଯୁଦ୍ଧ ୟୁକ୍ରେନ୍‌ ତରଫରୁ ଆରମ୍ଭ ହୋଇଥିଲା। ଅନ୍ୟପଟେ ପୁଟିନ୍‌ ଅନେକ ଥର ଯୁଦ୍ଧରେ ରୁଷିଆ ଜିତିବ ବୋଲି ଘୋଷଣା କରିଆସିଛନ୍ତି। ତେବେ ନିଜର ସୁରକ୍ଷା ନିମନ୍ତେ ୟୁକ୍ରେନ୍‌ ପ୍ରତିରୋଧ କରିବାକୁ ଯାଇ ଯାହା କିିଛି କରିଥିବ, ତାହା ତା’ର ସାର୍ବଭୌମତ୍ୱ ରକ୍ଷା ପାଇଁ। ସେଥିରେ ଉଗ୍ରବାଦର ପ୍ରଶ୍ନ ଉଠୁ ନାହିଁ।
କର୍ଚ୍ଚ ଧ୍ୱଂସ ପରେ ୟୁକ୍ରେନ୍‌ର ବିଭିନ୍ନ ସ୍ଥାନରେ ରୁଷିଆ ୮୪ କ୍ଷେପଣାସ୍ତ୍ର ମାଡ଼ କରି ୧୯ ଜଣଙ୍କ ଜୀବନ ନେଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି ଓ ବୃହତ୍‌ ଅଟ୍ଟାଳିକା ଧୂଳିସାତ୍‌ ହୋଇଯାଇଛି। ୧୧ ଅକ୍ଟୋବରରେ ମଧ୍ୟ କିଭ୍‌ ଉପରେ ମସ୍କୋ ଆକ୍ରମଣ ଜାରି ରଖିଛି। ଯୁଦ୍ଧ ଆହୁରି ଭୀଷଣ ରୂପ ଧାରଣ କରିବାର ଆଶଙ୍କା ମଧ୍ୟ ସୃଷ୍ଟି ହେଲାଣି। କାରଣ ରୁଷିଆ ସମର୍ଥକ ବେଲାରୁଷ ଏବେ ୟୁକ୍ରେନ୍‌ ସୀମାନ୍ତରେ ରୁଷିଆ ସେନା ସହ ତା’ର ସେନାକୁ ମିଶାଇ ଜାଗତିଆର ହୋଇଯାଇଛି। ଯଦି ବେଲାରୁଷ ସେନା ସକ୍ରିୟ ଭାବେ ୟୁକ୍ରେନ୍‌ ବିରୋଧରେ ଯାଏ, ତାହା ହେଲେ ସେହି ସଂଘର୍ଷ ବିଶ୍ୱବ୍ୟାପୀ ନୂଆ ଅପ୍ରୀତିକର ସ୍ଥିତି ସୃଷ୍ଟି କରିପାରେ। ଖବର ମିଳୁଛି ଯେ, ବେଲାରୁଷ ଉପରେ ୟୁକ୍ରେନ୍‌ ଆକ୍ରମଣ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କଲାଣି। ତେବେ ଚିନ୍ତା କରାଯାଇପାରେ ଯେ ବେଲାରୁଷ କାହିଁକି ଯୁଦ୍ଧରେ ପ୍ରବେଶ କରିବାକୁ ଚାହୁଁଥାଇପାରେ। ସମ୍ଭବତଃ ରୁଷିଆର ନିଜସ୍ବ ଶକ୍ତି ଯଥେଷ୍ଟ ହେଉ ନ ଥିବାରୁ ପୁଟିନ୍‌ ତାଙ୍କର ବନ୍ଧୁ ତଥା ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଲୁକାଶେଙ୍କୋଙ୍କଠାରୁ ସାହାଯ୍ୟ ଲୋଡ଼ିଲେଣି।
କୁହାଯାଉଛି ଯୁଦ୍ଧର ଗତି ଭିନ୍ନ ଦିଗକୁ ଗଲେ ଅନ୍ତର୍ଜାତୀୟ ସ୍ତରରେ ଅର୍ଥନୈତିକ ସ୍ଥିତି ଆହୁରି ବିଗିଡ଼ିଯିବ। ଯୁଦ୍ଧ ଯୋଗୁ ଅଦ୍ୟାବଧି ଅନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳ ଅନେକମାତ୍ରାରେ ବାଧାପ୍ରାପ୍ତ ହୋଇଛି। ଇନ୍ଧନ ଓ ଖାଦ୍ୟସାମଗ୍ରୀ କ୍ଷେତ୍ର ଘୋର ପ୍ରଭାବିତ ହୋଇଗଲାଣି। ରୁଷିଆ ଓ କ୍ରିମିଆ ମଧ୍ୟରେ ଯୋଗାଯୋଗ କରୁଥିବା ସେତୁକୁ ଧ୍ୱଂସ କରାଯିବା ଦ୍ୱାରା କିଭ୍‌କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ପୁଟିନ୍‌ କହି ଗର୍ଜନ ଛାଡ଼ୁଛନ୍ତି। ଅନ୍ୟପକ୍ଷରେ ରୁଷିଆର ଗୁରୁତ୍ୱପୂର୍ଣ୍ଣ ସାମରିକ ଭିତ୍ତିଭୂମି ନଷ୍ଟ କରିବା ସହ କର୍ଚ୍ଚକୁ ଧ୍ୱଂସ କରି ୟୁକ୍ରେନ୍‌ ଜଣାଇଦେଲା ଯେ, ଶକ୍ତିଶାଳୀ ବୋଲାଉଥିବା ରୁଷିଆ ଏବେ କେତେ ଅସହାୟ ହୋଇପଡ଼ିଛି। ୟୁରୋପିଆନ୍‌ ପଲିସି ଆନାଲିସିସ୍‌ର ବିଶେଷଜ୍ଞ କର୍‌ ଭୋକାର କହିଛନ୍ତି, ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ରୁଷିଆର ଘନ ଘନ ଆକ୍ରମଣ ତା’ର ଦୁର୍ବଳତାକୁ ପ୍ରଦର୍ଶନ କରୁଛି। ବାସ୍ତବରେ ରୁଷିଆ ହତାଶ ହୋଇ ୟୁକ୍ରେନ୍‌ର ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଦ୍ୱାରା ଯୁଦ୍ଧ ଅପରାଧ ବଢ଼ାଇ ଚାଲିଛି। ରୁଷିଆ ସହଯୋଗୀ ରାଷ୍ଟ୍ର ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡରଙ୍କ ଭୂମିକା ଏହି ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ୁଥିବାରୁ ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ର ଉଦ୍‌ବେଗ ପ୍ରକାଶ କରୁଛନ୍ତି। ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲ୍‌ଟେନ୍‌ବର୍ଗ ରୁଷିଆ ଆକ୍ରମଣକୁ ନିନ୍ଦା କରିବା ସହ ୟୁକ୍ରେନ୍‌ବାସୀଙ୍କୁ ନାଟୋ ସମର୍ଥନ ଜାରି ରଖିବ କହିବା ପରେ ଭୂରାଜନୈତିକ ସ୍ଥିତି ଭିନ୍ନ ଆଡ଼କୁ ଗତି କରିବ ବୋଲି ଆଶଙ୍କା ପ୍ରକାଶ ପାଉଛି। ଇତିହାସ ପ୍ରମାଣ ଦେଇଛି ଯେ, ଅତୀତରେ ଯେତେ ବଡ଼ ଯୁଦ୍ଧ ସଂଘଟିତ ହୋଇଥିଲେ ମଧ୍ୟ ତା’ର ଅନ୍ତ ଘଟିଛି। କିନ୍ତୁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଅଧିକ ଦିନ ଗଡ଼ି ଚାଲିଲେ ସମଗ୍ର ବିଶ୍ୱ ଘୋର ପ୍ରଭାବିତ ହୋଇସାରିଥିବ। ଭୟ ଏମିତି ହେଲାଣି ଯେ, ଭ୍ଲାଡିମିର ପୁଟିନ୍‌ଙ୍କ ଭଳି ଏକଜିଦିଆ ବ୍ୟକ୍ତି ନିଜ କ୍ରୋଧ ନିୟନ୍ତ୍ରଣ କରି ନ ପାରି ଆଣବିକ ଅସ୍ତ୍ର ମଧ୍ୟ ପ୍ରୟୋଗ କରିଦେଇପାରନ୍ତି। ପୁଣି ଥରେ ବିଶ୍ୱମଣ୍ଡଳରେ ଆଣବିକ ଯୁଦ୍ଧ ଆରମ୍ଭ ହୋଇଗଲେ ଅନେକ ଦେଶ ଛାରଖାର ହୋଇଯିବେ। ତେଣୁ ଦୁଇ ଦେଶକୁ ଶାନ୍ତିର ଆଲୋଚନା ଟେବୁଲକୁ ଆଣିବା ଦାୟିତ୍ୱ ଅନ୍ତର୍ଜାତୀୟ ସମୁଦାୟ ନେଇ କିଛି ଗୋଟେ ଉପାୟ ବାହାର କରିବା ଦରକାର। ନ ହେଲେ କେବଳ ଜାତିସଂଘ ଉପରେ ନିର୍ଭର କରି ରହିଗଲେ ଇତିହାସରେ ଆଜିର ପିଢ଼ିକୁ ଭବିଷ୍ୟତ ବଂଶଧର ସବୁବେଳେ ଧିକ୍କାର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କପ୍‌ରେ ଚା’ ପିଇବା ପରେ ତାହାକୁ ବିସ୍କୁଟ ଭଳି ଖାଇପାରିବେ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି କପ୍‌ ତିଆରି କରୁଛନ୍ତି ପୁନିତ ଦତ୍ତ।...

ପ୍ରଶାସନରେ ଦୁର୍ନୀତି ଓ ଅପାରଗତା

ଡ. ସିଦ୍ଧାର୍ଥ କାନୁନ୍‌ଗୋ “ଦୁଇ ପ୍ରକାରର ବାଟ ଅଛି। ଚାଲିଥିବା ବସ୍‌ରେ ଉଠିଯାଅ, ଯେଉଁଥିରେ ଦୁର୍ନୀତି ବୋଝେଇ ହୋଇଛି, ନ ହେଲେ ଚୁପ୍‌ଚାପ୍‌ ରାସ୍ତାର ଅନ୍ୟ...

ଏଇ ଭାରତରେ

ପରୀକ୍ଷା ଦେବା ପରେ ସମସ୍ତେ ଚାହିଁଥାନ୍ତି ଫଳକୁ। ପାସ୍‌ହେଲେ ସାର୍ଟିଫିକେଟ ଓ ମାର୍କଶିଟ୍‌ ନେଇ ଆଗକୁ ପଢିବେ। କିନ୍ତୁ ୧୩ ବର୍ଷ ପୂର୍ବେ ପରୀକ୍ଷା ଦେଇଥିବା...

ଏଇ ଭାରତରେ

ପ୍ଲାଷ୍ଟିକ ସାମଗ୍ରୀ ପରିବେଶ ପ୍ରଦୂଷଣ କରୁଥିବା ବେଳେ ଏହାର ବିକଳ୍ପ ଜିନିଷ ଆଖୁ ବର୍ଜ୍ୟରୁ ପ୍ରସ୍ତୁତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ବେଦ...

ଜମି ମାଲିକାନା କୃଷକ ହାତକୁ ଯାଉ

ଶେଖ୍‌ ଫରିଦ୍‌ଉଦ୍ଦିନ୍‌ ଓଡ଼ିଶାରେ ପ୍ରାୟ ୭୫ ପ୍ରତିଶତ ଅଧିବାସୀ ଗ୍ରାମାଞ୍ଚଳରେ ବାସ କରନ୍ତି। ସେଥିମଧ୍ୟରୁ ୬୫ ପ୍ରତିଶତ କେବଳ କୃଷିଜୀବୀ। ଗ୍ରାମାଞ୍ଚଳରେ ଅଧିକାଂଶ ଗରିବ ବାସ...

ଏଇ ଭାରତରେ

ଦୁଇ ମହିଳା ବନ୍ଧୁ ୩,୭୦୦ ମହିଳାଙ୍କୁ ଖେଳାଇ ସୁସ୍ଥ ଜୀବନର ମାର୍ଗଦର୍ଶନ କରିବା ଅନ୍ୟମାନଙ୍କ ପାଇଁ ନିଶ୍ଚିତଭାବେ ଏକ ପ୍ରେରଣା। ଫୁଟ୍‌ବଲ ଖେଳାଳି ତନ୍‌ଭି ହଂସ...

ନୀରବତା

ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ନୂପୁର ଶର୍ମା ଓ ତାହାକୁ ସମର୍ଥନ କରିଥିବା ନବୀନ କୁମାର ଜିନ୍ଦଲ ଅଦ୍ୟାବଧି ଗିରଫ ହୋଇ ନ...

ଧର୍ମାନ୍ଧତା

ଆକାର ପଟେଲ ବହୁ ବର୍ଷ ତଳେ ପାକିସ୍ତାନ ଯାଇ ତା’ଉପରେ ଅନୁଧ୍ୟାନ କରିବା ସହ ସେଠାକାର ଖବରକାଗଜରେ ଲେଖିବାର ସୁଯୋଗ ପାଇଥିଲି। ବାଂଲାଦେଶ ଗଠନ ହେବା...

Advertisement
Archives

Model This Week