ଆମେରିକାର ମିତ୍ର ହୋଇ ବି ରୁଷିଆକୁ ଇଜିପ୍ଟ ଯୋଗାଇବ ୪୦ ହଜାର ବିପଜ୍ଜନକ ରକେଟ…

କାଏରୋ,୧୧।୪ : ଗତ ବର୍ଷଠାରୁ ରୁଷିଆ-ୟୁକ୍ରେନ ଯୁଦ୍ଧ ଚାଲିଛି। ବର୍ତ୍ତମାନ ଇଜିପ୍ଟକୁ ରୁଷିଆର ସାହାଯ୍ୟକାରୀ ମଧ୍ୟ କୁହାଯାଉଛି। ଆମେରିକାର ଗୁପ୍ତଚର ତଥ୍ୟ ଅନୁଯାୟୀ, ଯୁଦ୍ଧ ସମୟରେ ଗୁଳିଗୋଳା ସାମଗ୍ରୀ ବୃଦ୍ଧି ପାଇଁ ଇଜିପ୍ଟ ଗୁପ୍ତ ଭାବରେ ରୁଷିଆକୁ ପ୍ରାୟ ୪୦ ହଜାର ବିପଜ୍ଜନକ ରକେଟ ଉତ୍ପାଦନ ଏବଂ ପଠାଇବାକୁ ଯୋଜନା କରିଥିଲା। ଲିକ ହୋଇଥିବା ଡକ୍ୟୁମେଣ୍ଟଗୁଡିକ ବିଷୟରେ ସୂଚନା ୱାଶିଂଟନ ପୋଷ୍ଟ ଦ୍ୱାରା ଶେୟାର କରାଯାଇଛି। ଆଉଟଲେଟ ଏହା ମଧ୍ୟ କକୁହାଯାଇଛି ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ-ସିସି ତାଙ୍କ ବରିଷ୍ଠ ସୈନିକ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ ଯେଉଁଥିରେ ସେମାନେ ରୁଷିଆକୁ ଆର୍ଟିଲିରି ଏବଂ ଗୁଳିଗୋଳା ପଠାଇବା ଉପରେ ମଧ୍ୟ ଆଲୋଚନା କରିଥିଲେ।

ୱାଶିଂଟନ ପୋଷ୍ଟ ଅନୁଯାୟୀ, ଗୁପ୍ତ ଡକ୍ୟୁମେଣ୍ଟର ତାରିଖ ହେଉଛି ଫେବୃଆରୀ ୧୭। ଏହି ରିପୋର୍ଟ ଆମେରିକାର ଅଧିକାରୀ ଏବଂ ରାଜନେତାମାନଙ୍କୁ ଚକିତ କରିଛି। ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ରୁଷିଆକୁ ସାହାଯ୍ୟ କରୁଛନ୍ତି ଯାହା ଦ୍ୱାରା ରୁଷିଆ ପାଶ୍ଚାତ୍ୟ ଦେଶଙ୍କ ପାଇଁ ସମସ୍ୟା ବୃଦ୍ଧି କରି ପାରିବାର ଆଶଙ୍କା ରହିଛି। ଆମେରିକାର ମିତ୍ର ହୋଇ ବି ରୁଷିଆକୁ ଇଜିପ୍ଟ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ସମସ୍ତଙ୍କୁ ଚକିତ କରିଛି।

କନେକ୍ଟିକଟର ଜୁନିଅର ସିନେଟର କ୍ରିସ ମର୍ଫି ୱାଶିଂଟନ ପୋଷ୍ଟକୁ କହିଛନ୍ତି, ଯଦି ଏଲ ସିସି ରୁଷିଆ ପାଇଁ ଗୁପ୍ତ ଭାବରେ ରକେଟ ନିର୍ମାଣ କରୁଛନ୍ତି ଯାହା ୟୁକ୍ରେନ ବିରୋଧରେ ବ୍ୟବହୃତ ହୋଇପାରେ, ତେବେ ଆମ ସମ୍ପର୍କର ସ୍ଥିତିକୁ ଗୁରୁତର ସହ ଦେଖିବାର ଆବଶ୍ୟକତା ରହିଛି।

ଫକ୍ସ ନ୍ୟୁଜ କହିଛି ଯେ ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ଜନ କିର୍ବି ଡକ୍ୟୁମେଣ୍ଟଗୁଡିକର ସତ୍ୟତା ନିଶ୍ଚିତ କରିବାକୁ ମନା କରି ଦେଇଛନ୍ତି। ଯଦି ଏହା ସତ, ତେବେ ଏହା ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକାର ଅନ୍ୟତମ ଘନିଷ୍ଠ ସହଯୋଗୀ ଇଜିପ୍ଟ ସହିତ ଆମେରିକାର ସମ୍ପର୍କକୁ ପ୍ରଭାବିତ କରିପାରେ। ଏଲ ସିସି ଆମେରିକାର ମିତ୍ର ହୋଇ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ଠିକ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri