ଅଙ୍କ ଛିଣ୍ଡୁନି ନା ବିଦ୍ରୋହର ସ୍ବରକୁ ଡର

ଖୋର୍ଦ୍ଧା,୧୪।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ୱର ଲୋକ ସଭା ନିର୍ବାଚନ ପାଇଁ ମେ’୨୫ ତାରିଖରେ ମତଦାନ ହେବ। ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଭୁବନେଶ୍ୱର ଏକାମ୍ର, ମଧ୍ୟ, ଉତ୍ତର, ଜୟଦେବ ଏବଂ ଜଟଣୀ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏବଂ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ତେବେ ଖୋର୍ଦ୍ଧା ଓ ବେଗୁନିଆରେ ପ୍ରାର୍ଥିତ୍ୱକୁ ନେଇ ୩ଦଳ ଆଶା ଆଶଙ୍କାରେ ରହିଛନ୍ତି। ପ୍ରାର୍ଥୀ ଘୋଷଣା ଅଙ୍କ ଛିଣ୍ଡୁ ନ ଥିବାବେଳେ ଆଶାୟୀ ପ୍ରାର୍ଥୀମାନେ ରାଜ୍ୟ କାର୍ଯ୍ୟାଳୟରେ ଡେରା ପକାଇଛନ୍ତି। ସେହିପରି ପୁରୀ ଲୋକ ସଭା ଅନ୍ତର୍ଗତ ଚିଲିକା ଆସନ ମଧ୍ୟ ଝୁଲାରେ ରହିଛି।
ଜିଲାର ଏକ ପ୍ରମୁଖ ଆସନ ହେଉଛି ଖୋର୍ଦ୍ଧା। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଚଳିତ ନିର୍ବାଚନରେ ବିଧାୟକ ଦୌଡ଼ରେ ରହିଥିବାବେଳେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଏଠାରୁ ଲଢ଼ିବା ପାଇଁ ଆଶାୟୀ ରହିଛନ୍ତି। ସେହିପରି ଗତ ୨ବର୍ଷ ଧରି ସଙ୍ଗଠନ କରି ଆସିଥିବା ବାସନ୍ତୀ ମହାପାତ୍ର ମଧ୍ୟ ପ୍ରମୁଖ ଦାବିଦାର ରହିଛନ୍ତି। ଏପରି କି ନିକଟରେ ବାସନ୍ତୀ ନିଜ ସମର୍ଥକଙ୍କୁ ନେଇ ଶଙ୍ଖ ଭବନ ଆଗରେ ଶକ୍ତି ପ୍ରଦର୍ଶନ କରିଥିଲେ। ସେପଟେ ଭାଜପାରେ ଗୋଷ୍ଠୀ କନ୍ଦଳ ବିଜେଡିକୁ ସୁହାଇବ ବୋଲି ଚର୍ଚ୍ଚା ହେଉଛି। ଦଳରେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି। ଅପରାଜିତାଙ୍କ ପ୍ରଶାନ୍ତ ପ୍ରୀତିକୁ ନେଇ ଆଶାୟୀ ପ୍ରାର୍ଥୀ ନିକଟରେ ସମର୍ଥକଙ୍କୁ ନେଇ ରାଜ୍ୟ କାର୍ଯ୍ୟାଳୟ ଆଗରେ ହୋହଲ୍ଲା କରିଥିବା ବେଳେ ଖୋର୍ଦ୍ଧାରେ ଅସନ୍ତୁଷ୍ଟ କର୍ମୀ ଜନସମ୍ପର୍କ ଯାତ୍ରା ଆଳରେ ଅପରାଜିତାଙ୍କ ବିରୋଧରେ ମେଳି ବାନ୍ଧିଥିବା ଚର୍ଚ୍ଚା ହେଉଛି। ସେହିପରି ଅନ୍ୟତମ ଆସନ ହେଉଛି ବେଗୁନିଆ। ଏଠାରୁ ରାଜେନ୍ଦ୍ର ସାହୁ ବିଧାୟକ ଅଛନ୍ତି। ଚଳିତ ନିର୍ବାଚନରେ ପ୍ରଦୀପ ସାହୁ ଟିକେଟ ଆଶାୟୀଙ୍କ ମଧ୍ୟରେ ଆଗରେ ରହିଥିବାବେଳେ ଏଠାରେ ମଧ୍ୟ ଆଶାୟୀଙ୍କ ଲମ୍ବାଧାଡ଼ି ରହିଛି। ଖୋର୍ଦ୍ଧାରୁ ଟିକେଟ ନ ପାଇଲେ ପୁଣି ଥରେ ବେଗୁନିଆରୁ ଲଢିପାରନ୍ତି ରାଜେନ୍ଦ୍ର। ନିକଟରେ ପ୍ରଦୀପ ଏବଂ ରାଜେନ୍ଦ୍ର ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନ ଆଗରେ ଶକ୍ତି ପ୍ରଦର୍ଶନ କରିଥିଲେ। ସେପଟେ କଂଗ୍ରେସର ପୃଥ୍ବୀବଲ୍ଲଭ ପଟ୍ଟନାୟକ ଦୁଇ ବର୍ଷ ହେବ ତୃଣମୂଳସ୍ତରରେ କର୍ମୀଙ୍କୁ ଏକାଠି କରି ଗାଁ କୁ ଗାଁ ବୁଲୁଛନ୍ତି। ଅନ୍ୟପଟେ ଭାଜପାର ଯୁବନେତା ପ୍ରକାଶ ରଣବିଜୁଳି ଟିକେଟ ଆଶାୟୀ ରହିଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳ କୁଆଡେ ଠିଆ କରାଇବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଏଠି ମଧ୍ୟ ଅପରାଜିତାଙ୍କୁ ନେଇ କୁହୁଳୁଥିବା ଅସନ୍ତୋଷରୁ ଦଳରେ ଫାଟ ସୃଷ୍ଟି ହୋଇଛି। ଅପରାଜିତାଙ୍କ କଳିରେ ବିଜେଡି ଗୋଳିଆ ପାଣିରୁ ଫାଇଦା ମାରିବା ସମ୍ଭାବନା ରହିଛି।

ଅନ୍ୟପଟେ ପୁରୀ ଲୋକ ସଭା ଅନ୍ତର୍ଗତ ଚିଲିକା। ଏଠାରେ ମଧ୍ୟ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ପ୍ରଶ୍ନବାଚୀ ହୋଇ ରହିଛି। ଭାଜପା ପୃଥ୍ବୀରାଜ ହରିଚନ୍ଦନଙ୍କ ନାଁ ଘୋଷଣା କରିସାରିଥିବା ବେଳେ ବିଜେଡି କାହାକୁ ଏଥର ପ୍ରାର୍ଥୀ କରିବ, ସମସ୍ତଙ୍କ ନଜର ରହିଛି। ଏଠାରୁ ବିଜେଡି ମୁଖପାତ୍ର ମାନସ ମଙ୍ଗରାଜ ଏବଂ ଶ୍ରୀମୟୀ ମିଶ୍ରଙ୍କ ନାଁ ଚର୍ଚ୍ଚାରେ ରହିଛି। ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟଶାଣୀଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ଚିଲିକାରେ ଏନେଇ ଦଳରେ ପ୍ରବଳ ବିରୋଧ ସ୍ବର ଉଠିଥିଲା। ସେପଟେ ପୂର୍ବତନ ବିଧାୟକ ରଘୁନାଥ ସାହୁ ମଧ୍ୟ ଟିକେଟ ଆଶାୟୀ ରହିଛନ୍ତି। ପ୍ରସନ୍ନଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ କରି ରଘୁଙ୍କ ସମର୍ଥକ ଶଙ୍ଖ ଭବନ ଆଗରେ ହୋହଲ୍ଲା କରିଥିଲେ। ତେବେ ଦଳ କାହାକୁ ପ୍ରାର୍ଥୀ କରିବ, ତାହାକୁ ନେଇ ଏବେ ସନ୍ଦେହରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?