ଯନ୍ତରମନ୍ତର ପୂର୍ବରୁ ବୋଟ କ୍ଳବ୍‌ରେ ହେଉଥିଲା ବିରୋଧ ପ୍ରଦର୍ଶନ…ଜାଣନ୍ତୁ ଯନ୍ତରମନ୍ତରର ଇତିହାସ

ନୂଆଦିଲ୍ଲୀ,୮।୫: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନଶୋଷଣର ଅଭିଯୋଗ ଆଣି କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଯନ୍ତରମନ୍ତରଠାରେ ଦୀର୍ଘ ୧୬ଦିନ ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି। କେବଳ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ନୁହେଁ ପୂର୍ବରୁ କୃଷକ ଆନ୍ଦୋଳନ, ନିର୍ଭୟା ପରି ଅନେକ ଧାରଣା ପ୍ରଦର୍ଶନ ମଧ୍ୟ ଏଠାରେ ହୋଇସାରିଛି।

ବିକ୍ଷୋଭ ପ୍ରଦର୍ଶନ ପାଇଁ ଯନ୍ତରମନ୍ତର ପୂର୍ବରୁ ଲୋକପ୍ରିୟ ନ ଥିଲା। ଧାରଣା ପାଇଁ ବିକ୍ଷୋଭକାରୀମାନେ ବୋଟ କ୍ଲବଠାରେ ହିଁ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ବୋଟ କ୍ଲବ ରାଷ୍ଟ୍ରପତି ଭବନ ଏବଂ ସଂସଦ ନିକଟରେ ରହିଛି। ଯାହା ଆନ୍ଦୋଳନକାରୀଙ୍କ ଦାବି ସିଧାସଳଖ ଦିଲ୍ଲୀ ଦରବାରରେ ପହଞ୍ଚିପାରୁଥିଲା। ଅତୀତରେ ହୋଇଥିବା ବଡ଼ ଧରଣର ରାଲି ଏବଂ ହିଂସାକାଣ୍ଡ ଯୋଗୁ ସୁରକ୍ଷା ଦୃଷ୍ଟିରୁ ଧାରଣାସ୍ଥଳକୁ ଯନ୍ତରମନ୍ତରକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ବିକ୍ଷୋଭସ୍ଥଳ ଭାବରେ ଯନ୍ତରମନ୍ତରର କାହାଣୀ ୧୯୯୩ରେ ଆରମ୍ଭ ହୋଇଥିଲା।

ବୋଟ କ୍ଲବ୍‌କୁ ୧୯୯୩ରେ ହୋଇଥିବା ଭାରତୀୟ କୃଷକ ସଂଘର ଆନ୍ଦୋଳନ ଏବଂ ଧାରଣା ପ୍ରଦର୍ଶନ ପାଇଁ ବ୍ୟାନ କରାଯାଇଥିଲା। ଅତୀତରେ ଏହି ଆନ୍ଦୋଳନକୁ ରାଜଧାନୀର ସବୁଠୁ ବଡ଼ ଆନ୍ଦୋଳନ ଭାବେ ଅଭିହିତ କରାଯାଇଥିଲା। ଏହି ଆନ୍ଦେଳନରେ ମହେନ୍ଦ୍ର ସିଂ ଟିକାୟତ ନେତାଙ୍କ ନେତୃତ୍ୱରେ ହଜାର ହଜାର କୃଷକ ଏଠାରେ ଏକତ୍ରିତ ହୋଇଥିଲେ। ବହୁତ ଦିନ ଯାଏ ଏହି ଆନ୍ଦୋଳନ ଜାରି ରହିଥିଲା। ଆନ୍ଦୋଳନ ତୀବ୍ର ହେବାରୁ ସରକାର ୧୯୯୩ରେ ଧାରଣାସ୍ଥଳୀକୁ ଯନ୍ତରମନ୍ତରକୁ ସ୍ଥାନାନ୍ତରିତ କରିଥିଲେ।

୧୮ଦଶ ଶତାଦ୍ଦୀରେ ରାଜା ଜୟ ସିଂଙ୍କ ଦ୍ୱାରା ନିର୍ମିତ ଯନ୍ତରମନ୍ତରକୁ ବୈଧଶାଳା ବୋଲି ଜଣାଯାଏ। ତେବେ ଏହି ବୈଧଶାଳାର ପଛପଟେ ଥିବା ପଡ଼ିଆ ଯାହାକି ଯନ୍ତରମନ୍ତର ଭାବେ ପରିଚିତ, ଏଠାକୁ ପ୍ରତିଦିନ ହଜାର ହଜାର ଲୋକ ନ୍ୟାୟ ପାଇବା ଆଶାରେ ପହଞ୍ଚି ଏହି ସ୍ଥାନରେ ପ୍ରତିବାଦ କରିଥାନ୍ତି।

ଅକ୍ଟୋବର ୨୦୧୮ରେ ଏହି ଅଞ୍ଚଳର କିଛି ବାସିନ୍ଦା ଏଠାରେ ବିରୋଧ ପ୍ରଦର୍ଶନ ବନ୍ଦ କରିବାକୁ ଅଭିଯୋଗ କରିଥିଲେ। ଏନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଯନ୍ତରମନ୍ତର ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ପିଟିଶନ ଦାଖଲ କରିଥିଲା। ଏନ୍‌ଜିଟି ମୁତାବକ ଏହି ଅଞ୍ଚଳରବାସିନ୍ଦା ଶବ୍ଦ ପ୍ରଦୂଷଣ ଏବଂ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏନ୍‌ଜିଟି ନିଜ ଆବେଦନରେ ଧାରଣାସ୍ଥଳୀକୁ ପ୍ରାୟ ୪ କି.ମି. ଦୂରରେ ଥିବା ରାମଲିଲା ମଇଦାନକୁ ବିକଳ୍ପ ଭାବେ ଚୟନ କରିବାକୁ ସୁପ୍ରିମକୋର୍ଟରେ ଜଣାଇଥିଲେ। ସୂଚନାଯୋଗ୍ୟ, ଜୁଲାଇ ୨୦୧୮ରେ ସୁପ୍ରିମକୋର୍ଟ ଯନ୍ତରମନ୍ତର ଏବଂ ବୋଟ କ୍ଲବ୍‌ରେ ବିରୋଧ ପ୍ରଦର୍ଶନ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଥିଲେ।

ପରେ ସୁପ୍ରିମକୋର୍ଟ ଯନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ ଉପରେ ପ୍ରତିବନ୍ଧକକୁ ହଟାଇ ଦେଇଥିଲେ। ବିରୋଧ ପ୍ରଦର୍ଶନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ହୋଇପାରିବ ନାହିଁ ବୋଲି କୋର୍ଟ କହିଥିଲେ। ପ୍ରଦର୍ଶନ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ ୨ ସପ୍ତାହ ମଧ୍ୟରେ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ଏ.କେ ସିକ୍ରି ଏବଂ ଜଷ୍ଟିସ ଅଶୋକ ଭୂଷଣଙ୍କ ବେଞ୍ଚ ଏହା ଉପରେ ରାୟ ଦେଇ କହିଥିଲେ ଯେ, ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ସମସ୍ତଙ୍କ ମୌଳିକ ଅଧିକାର ଅଟେ ଏବଂ ତେବେ ଏହାକୁ ଆଇନ ବ୍ୟବସ୍ଥା ମଧ୍ୟରେ ସନ୍ତୁଳନ ରଖିବା ଜରୁରୀ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ iPhone 18 Pro, 18 Pro Max ବିକ୍ରି ଆରମ୍ଭ, ଅଧରାତିରୁ ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍‌ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା…

ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ, ୧୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ…

ନୂଆଦିଲ୍ଲୀ,୧୮।୯: ପାସପୋର୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।ବିଦେଶ ମନ୍ତ୍ରଣାଳୟ (MEA) ପାସପୋର୍ଟ ନିୟମରେ କିଛି ପରିବର୍ତ୍ତନ ଘୋଷଣା କରିଛି । ‘ପାସପୋର୍ଟ (ସଂଶୋଧନ) ନିୟମ,…

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍‌-ନିର୍ମିତ ମାନବ କୋଷିକା ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା…

କମିବ ଧାନ ଅମଳ, ବଢ଼ିପାରେ ଚାଉଳ ଦର! ଏବର୍ଷ ୬.୫% ଉତ୍ପାଦନ ହ୍ରାସ ଆଶଙ୍କା

ମୁମ୍ବାଇ,୧୮।୯(ରଏଟର୍ସ): ରାଇସ୍‌ ଏକ୍ସପୋର୍ଟର୍ସ ଆସୋସିଏଶନ (ଚାଉଳ ରପ୍ତାନିକାରୀ ସଂଘ)ର ସଭାପତି ବି.ଭି. କୃଷ୍ଣା ରାଓଙ୍କ ସୂଚନା ଅନୁଯାୟୀ, କମ୍‌ ବର୍ଷା ଯୋଗୁ ଅମଳ ହ୍ରାସ ପାଇବ। ଆକଳନ…

ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ, ଇରାନ କହିଲା ଆମେରିକୀୟ ପ୍ରରୋଚନାରେ…

ତେହରାନ,୧୮।୯: ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଇରାନ ଆକ୍ରମଣ କରିଛି। ଟୋଗୋର ତୈଳ ବୋଝେଇ ଜାହାଜ ଉପରେ ଏହି ଆକ୍ରମଣ କରିଛି ଇରାନ। ତେବେ ଜାହାଜଟି…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ଉପନିର୍ବାଚନ ପୂର୍ବରୁ ଇସିଙ୍କ ପଦକ୍ଷେପ; ତୃଣମୂଳ କଂଗ୍ରେସର ନାମ, ଚିହ୍ନ ଉପରେ ରୋକ

ନୂଆଦିଲ୍ଲୀ,୧୮।୯(ପି.ଟି.): ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଉପନିର୍ବାଚନ ପୂର୍ବରୁ ‘ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ’ (ଏଆଇଟିସି)ରେ ସୃଷ୍ଟ ତୀବ୍ର ଗୋଷ୍ଠୀ କନ୍ଦଳକୁ ନେଇ ନିର୍ବାଚନ କମିଶନ (ଇସି) ଗୁରୁତ୍ୱପୂର୍ଣ୍ଣ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଦୋକାନୀମାନେ UPI ଶୁଳ୍କର ବୋଝ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ; ସରକାର ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ,୧୭।୯: UPI କାରବାର ଉପରେ ଶୁଳ୍କ ଲାଗୁ ହେବା ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ, ସରକାର ଏହା ସୁନିଶ୍ଚିତ କରିବାକୁ କାର୍ଯ୍ୟ କରୁଛନ୍ତି ଯେ ୨,୦୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?