କହିବା ଆଗରୁ…

କହିବାର କଳା ତ ପ୍ରାୟ ସମସ୍ତେ ଜାଣନ୍ତି କିନ୍ତୁ ନ କହିବା ବି ଏକ ସୁନ୍ଦର କଳା ଏକଥାକୁ ହୁଏତ କେତେଜଣ ଜାଣନ୍ତି। ଆଉ ଥରେ ଏଇ କଳା ଜାଣିଗଲେ ପରିବାରରେ ସୁଖଶାନ୍ତି ଆସିବା ସହିତ ଢେର୍‌ ମଧୁର ହୋଇଥାଏ ସମ୍ପର୍କ। ପଦିଏ କଥାରେ ଝରିଯାଏ ପ୍ରେମର ମଧୁର ମୂର୍ଚ୍ଛନା ଆଉ ପଦେ କଥାରେ ବି ଭୁଶୁଡି ଯାଏ ସମ୍ପର୍କର ମଜଭୁତ ନିଅଁ। କେଉଁ ସମୟରେ କଥାର ପ୍ରଭାବ କ’ଣ ହୁଏ ସେ ଅନୁଭବ ତ ଅଳ୍ପେ ବହୁତେ ଥାଏ ଗୃହିଣୀଙ୍କର। ତେଣୁ ହଠାତ୍‌ କିଛି କହିବା ଆଗରୁ ଥରେ ଭାବିବା ଉଚିତ…

ପରିବାର ଭିତରେ ସମସ୍ତଙ୍କ ମନ ନେଇ ଚଳିବାକୁ ହେଲେ ପ୍ରଥମେ ନିଜ ଉପରେ ନିୟନ୍ତ୍ରଣ ରଖିବାକୁ ହୁଏ। କେଉଁ ସମୟରେ କଥା କହିଲେ ତା’ର ସକାରାତ୍ମକ ପ୍ରଭାବ ପଡିବ ସେକଥା ବିଚାର କରିବା ଦରକାର। ନଚେତ୍‌ ବିରକ୍ତି ଭାବରେ ପ୍ରତିକ୍ରିୟାରେ ପଦେ କଥା କହିଦେଲେ ନିମିଷକେ ହୁଏତ ସୁନା ସଂସାର ଭାଙ୍ଗି ଯାଇପାରେ। ତେଣୁ ସଙ୍ଗେ ସଙ୍ଗେ ସବୁ କଥା ନ କହି ସମୟକୁ ଅପେକ୍ଷା କରି ନିଜ କଥା ଉପସ୍ଥାପନ କରିବା ଉଚିତ।
ହଠାତ୍‌ ଡରାନ୍ତୁ ନାହିଁ: ପିଲାମାନେ କିଛି ଭୁଲ୍‌ କରିଲେ ସେମାନଙ୍କୁ ସଙ୍ଗେ ସଙ୍ଗେ ଗାଳି ଦିଅନ୍ତୁ ନାହିଁ। ଆପଣଙ୍କ ଦୃଷ୍ଟିରେ ହୁଏତ ସେମାନେ କିଛି ଭୁଲ୍‌ କରିଥାଇ ପାରନ୍ତି କିନ୍ତୁ ସଙ୍ଗେ ସଙ୍ଗେ ପିଲାଙ୍କୁ ଗାଳି କିମ୍ବା ମାଡ ଦେଲେ ସେମାନେ ହୁଏତ ପ୍ରତିକ୍ରିୟାଶୀଳ ହୋଇପାରନ୍ତି। ଫଳରେ ସେମାନଙ୍କ କଅଁଳ ମନକୁ ଢେର୍‌ ଆଘାତ ଲାଗିବ। ହୁଏତ ସବୁଦିନ ପାଇଁ ସେମାନେ ଭୟରେ କିମ୍ବା କ୍ରୋଧରେ ଲୁଚାଇ ଲୁଚାଇ ଭୁଲ କାମ କରିପାରନ୍ତି। ତେଣୁ ପିଲାଙ୍କୁ ସବୁବେଳେ ବୁଝାଇ ଶୁଝାଇ ପ୍ରତି କଥା କୁହନ୍ତୁ। ଏମିତିକି ସେମାନଙ୍କ ଭୁଲ୍‌ କାମକୁ ବି ପ୍ରଥମେ ଭୁଲ୍‌ କୁହନ୍ତୁ ନାହିଁ। ପରେ ସମୟ ଦେଖି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ।
ଉତ୍ତର ଦେବାକୁ ହେଲେ: ପରିବାରରେ ଥିବା ଗୁରୁଜନମାନେ ଆପଣଙ୍କୁ କିଛି କହିଲେ ତାଙ୍କୁ କିଛି ଉତ୍ତର ଦେବା ପୂର୍ବରୁ ସେ କଥାର କ’ଣ ପ୍ରଭାବ ହେବ ଚିନ୍ତା କରିବା ଉଚିତ। କାହିଁକି ନା ସେମାନଙ୍କ ମନରେ ସାମାନ୍ୟ ଟିକିଏ ବି ଆଘାତ ଲାଗିଲେ ତାହା ପରିବାରରେ ଏକ ବିରାଟ ଝଡ଼ ସୃଷ୍ଟି କରିଥାଏ। ତେଣୁ ଶାଶୁ, ଶ୍ୱଶୁର କିମ୍ବା ଅନ୍ୟ ଗୁରୁଜନଙ୍କୁ କିଛି କହିବା ସମୟରେ ପ୍ରଥମେ ଭାବିବା ଉଚିତ। ହୁଏତ ଅନେକ ସମୟରେ ଠିକ୍‌ କିମ୍ବା ସତ କଥା ବି ସେମାନଙ୍କୁ ଠିକ୍‌ ଲାଗି ନ ଥାଏ। ତେଣୁ ସେଭଳି ସତ ବି କହିବା ଉଚିତ ନୁହେଁ। ଅବଶ୍ୟ ସମୟ ସୁବିଧା ଦେଖି ପର ମୁହୂର୍ତ୍ତରେ କେବେ ସେହି କଥାକୁ କହିଲେ କଥାର ଗୁରୁତ୍ୱ ରହିଥାଏ। ତା’ ଛଡ଼ା ସେମିତି କିଛି କଥା ପରେ କହିବା ଫଳରେ ପରିବାରରେ ବୋହୂ ପ୍ରତି ସମସ୍ତଙ୍କର ଭଲପାଇବା ବି ଅତୁଟ ରହିଥାଏ।
ମନକୁ ବୁଝି : ସାଥୀଙ୍କ ଆଗରେ ମନଖୋଲି ସବୁ କିଛି କହିଦେବାକୁ ଇଚ୍ଛା ହୋଇଥାଏ। ହେଲେ କହିବା ପାଇଁ ଉପଯୁକ୍ତ ସମୟ ସୁଯୋଗକୁ ଅପେକ୍ଷା କରିବା ଉଚିତ। ନଚେତ୍‌ ଆପଣଙ୍କ କଥାର ବିପରୀତ ପ୍ରଭାବ ପଡ଼ିପାରେ। ହୁଏତ ସାଥୀଙ୍କ ସହ ସମ୍ପର୍କରେ ଫାଟ ବି ସୃଷ୍ଟି ହୋଇପାରେ। ପରିବେଶ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି କଥା କହିଲେ ସହଜରେ ସ୍ବାମୀଙ୍କ ମନକୁ କିଣିହୁଏ। ଆଉ କିଛି ବିଚାର ନ କରି କ୍ରୋଧରେ ପ୍ରତିକ୍ରିୟାଶୀଳ ହୋଇ ସବୁକିଛି କହିଦେଲେ କଥା ସରିଯାଏ। କିନ୍ତୁ ବୁଦ୍ଧିମତୀ ମହିଳା ଏମିତି ଭୁଲ୍‌ କେବେ କରନ୍ତି ନାହିଁ। ସ୍ବାମୀଙ୍କ ମନକୁ ବୁଝି ସମୟ ନେଇ କଥା କହିଲେ ଆପତ୍ତି ଅଭିଯୋଗ ଅବା ଅଭିମାନ ସବୁର ମୂଲ୍ୟ ରହିଥାଏ।
ଏମାନେ କ’ଣ କରନ୍ତି…
ସମସ୍ତେ ଭଲ ପାନ୍ତି: ଶାଶୁ ଘରେ ଆଜିପର୍ଯ୍ୟନ୍ତ କେବେ କାହାକୁ ରାଗରେ ମୁଁ କିଛି କହିନି। ସେମିତି ବି ନୁହଁ ଯେ ମୁଁ ସବୁ କଥା ଲୁଚାଇ ରଖେ। କିନ୍ତୁ କୌଣସି କଥାକୁ ନେଇ ଯୁକ୍ତି ହେଉଥିବା ସମୟରେ ମୁଁ କାହାକୁ କିଛି ନ କହି ପରେ ସମସ୍ତେ ଭଲ ମୁଡରେ ଥିବାବେଳେ ମୋର ପରାମର୍ଶ କିମ୍ବା ମତ ଦେଇଥାଏ। ଏମିତି କରିବା ଫଳରେ ଅନେକ ସମୟରେ ସହଜରେ ସମସ୍ୟା ସମାଧାନ ହୋଇଯାଏ। ତେଣୁ ଶାଶୁ ଘରେ କୌଣସି ସଦସ୍ୟ ମୋ ଉପରେ କେବେ ରାଗନ୍ତି ନାହିଁ। ବରଂ ଭଲ ବୋହୂ କହି ମତେ ସମସ୍ତେ ବହୁତ ଭଲ ପାଆନ୍ତି।
-ସୁରଭି ମିଶ୍ର, ଗୃହିଣୀ, ଭୁବନେଶ୍ୱର
ଉଦାହରଣ ଦେଇ ବୁଝାଏ: ମୋ ପିଲା ପାଇଁ ମୁଁ ବହୁତ ଭାବପ୍ରବଣ। ତେଣୁ ଘରେ ଆମ ଭିତରେ କେବେ ଯଦି କୌଣସି କଥାରେ ଛୋଟମୋଟ ଝଗଡା ହୁଏ ତେବେ ପିଲାମାନଙ୍କୁ ଅଲଗା ଘରେ ରଖିଥାଏ। ସେମାନଙ୍କର ପ୍ରତିଟି ଭାବନାକୁ ମୁଁ ଗୁରୁତ୍ୱ ଦିଏ। ସେଥିପାଇଁ କୌଣସି କଥାରେ ମୁଁ ତାଙ୍କୁ ରାଗିକି କିଛି କହେନି। ବରଂ ବୁଝାଇବା ସହ ଅନ୍ୟମାନଙ୍କର ଉଦାହରଣ ଦେଖାଇ ସବୁ କଥା କହିଥାଏ। ତେଣୁ ପ୍ରଥମେ ରାଗିଲେ ବି ସାଙ୍ଗେ ସାଙ୍ଗେ ସେ ତା’ ଭୁଲ୍‌ ବୁଝିଯାଏ।
-କବିତା ପାତ୍ର, ଗୃହିଣୀ, ଫେଜ୍‌-୩, ବଡମାଲ, ବଲାଙ୍ଗୀର
ମୁଡ୍‌ ଦେଖି କହେ: ଘରକୁ ଫେରିବା ମାତ୍ରେ ସାଙ୍ଗେ ସାଙ୍ଗେ ମୁଁ କାହାକୁ କିଛି କହେନି। ଏମିତି କି ସ୍ବାମୀ ଘରକୁ ଆସିବାର କିଛି ସମୟ ପରେ ତାଙ୍କ ମୁଡ୍‌ ଦେଖି ମୁଁ କଥା କହେ। ଖିଆପିଆ ସରିବା ପରେ ଏକୁଟିଆ ସମୟରେ ମୁଁ ଯାହା କହିଲେ ସେ ସହଜରେ ବୁଝିପାରନ୍ତି। ଏମିତି କି ମୁଁ ବିରକ୍ତ ହୋଇଥିବା କୌଣସି କଥା କହିଲେ ବି ସେ ମତେ ବୁଝାଇବାକୁ ଚେଷ୍ଟା କରନ୍ତି। ତେଣୁ ଆମ ଭିତରେ କେବେ କୌଣସି ମତପାର୍ଥକ୍ୟ ହୁଏନି ଓ ଭଲ ବୁଝାମଣା ରହିଥାଏ। ମୋର ଏଇ ସ୍ବଭାବ ପାଇଁ ଆମ ପରିବାର ସୁଖ ଶାନ୍ତିରେ ଚାଲିଛି ବୋଲି କହି ଶାଶୁ ଘରେ ସମସ୍ତେ ମତେ ପ୍ରଶଂସା କରନ୍ତି।
-ସସ୍ମିତା ବ୍ରହ୍ମା, ସାଉଥ୍‌ ସିଟି, ବାନର ଘାଟ ରୋଡ୍‌, ବେଙ୍ଗାଲୁରୁ


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri