ହୋଲି ପୂର୍ବରୁ ‘ମମ ଟୁ ବି’ ୟାମି ଗୌତମ ପାଳିଲେ ରଙ୍ଗର ପର୍ବ

ମୁମ୍ବାଇ: ଚଳିତ ବର୍ଷ ରଙ୍ଗର ପର୍ବ ହୋଲି ୨୫ ମାର୍ଚ୍ଚକୁ ଅଧିକାଂଶ ସ୍ଥାନରେ ପାଳନ କରାଯାଉଛି। ଏହାକୁ ନେଇ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ଅଛନ୍ତି।
ବଲିଉଡର ମମ ଟୁ ବି ୟାମି ଗୌତମ ହୋଲି ପୂର୍ବରୁ ଏହି ରଙ୍ଗର ପର୍ବକୁ ଉପଭୋଗ କରିଛନ୍ତି। ଅଭିନେତ୍ରୀ ହୋଲି ଖେଳୁଥିବାର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଏଥିରେ କିଛି ଗୁଲାଲ ତାଙ୍କ ଚେହେରାରେ ଲାଗିଥିବା ଦେଖାଯାଇଛି। ଫଟୋରେ ସେ ତାଙ୍କ ଘରର ବାଲକୋନିରେ ଠିଆ ହୋଇଥିବା ବେଳେ ତାଙ୍କ ଗାଲରେ ଲାଲ ଓ ହଳଦିଆ ରଙ୍ଗ ଲାଗିଥିବା ଦେଖାଯାଇଛି।
ଅଭିନେତ୍ରୀଙ୍କ ହାତରେ ବି ହଳଦିଆ ରଙ୍ଗ ଲାଗିଛି। ଏହି ଫଟୋରେ ସେ ହ୍ବାଇଟ ଚିକନକାରୀ କୁର୍ତ୍ତା ପିନ୍ଧି କ୍ୟାମେରାକୁ ସ୍ମାଇଲ କରୁଛନ୍ତି। ତାଙ୍କ ଚେହେରାରେ ପ୍ରେଗ୍ନେସି ଗ୍ଲୋ ନଜର ଆସିଛି।
ଖୁବ ଶୀଘ୍ର ୟାମି ମା’ ହେବାକୁ ଯାଉଛନ୍ତି। ଅଭିନେତ୍ରୀଙ୍କ ପ୍ରେଗ୍ନେସି ଖବର ସେତେବେଳେ ଜଣାପଡିଥିଲା ଯେତେବେଳେ ‘ଆର୍ଟିକଲ ୩୭୦’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ସେ ତାଙ୍କର ବେବି ବଂପ ଦେଖାଇଥିଲେ। ଏହି ଇଭେଣ୍ଟରେ ତାଙ୍କ ସ୍ବାମୀ ଆଦିତ୍ୟ ଧର ତାଙ୍କୁ ଖୁବ୍‌ ପ୍ୟାର ସେ ସମ୍ଭାଳି ନେଉଥିବା ନଜର ଆସିଥିଲେ। ଏହାର ଫଟୋ ବି ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହୋଇଥିଲା। ଏହି ମୁଭି ବକ୍ସ ଅଫିସରେ ଭଲ ବିଜନେସ୍‌ କରିଥିଲା। ସୂଚନାଯୋଗ୍ୟ, ୟାମି ଗୌତମ ଲକଡାଉନ ସମୟରେ ଅର୍ଥାତ୍‌ ୪ ଜୁନ ୨୦୨୧ରେ ଆଦିତ୍ୟ ଧରଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri