Posted inଫୁରସତ

କ୍ରିକେଟ୍‌ ଖେଳୁଥିବାବେଳେ ମହୁମାଛି ଆକ୍ରମଣ: ଜାଣନ୍ତୁ ବର୍ତ୍ତିବା ଲାଗି କ’ଣ କଲେ ଯୁବକ

ଡେରାଡୁନ, ୨୪।୬- ଉତ୍ତରାଖଣ୍ଡ ରୁର୍‌କିର କିଛି ଯୁବକ କ୍ରିକେଟ୍‌ ଖେଳୁଥିବାବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ସୁବାଷ ନଗର ପଡ଼ିଆ ନିକଟରେ ଥିବା ଏକ କୋଠାଘର ଉପରେ ବସା ବାନ୍ଧିଥିବା ମହୁମାଛି ଦଳ ହଠାତ୍‌ ଉଡ଼ିବା ଆରମ୍ଭ କରିଥିଲେ। ଏହାପରେ ଯୁବକମାନେ ସେଠାରୁ ଛତ୍ରଭଙ୍ଗ ଦେବାକୁ ଆରମ୍ଭ କରିଥିଲେ ମଧ୍ୟ ମହୁମାଛି ଦଳ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଫଳରେ ବାଧ୍ୟହୋଇ ଯୁବକମାନେ ପଡ଼ିଆରେ ଭୂମି ଉପରେ ମୁହଁମାଡ଼ି ଶୋଇ ପଡ଼ିଥିଲେ। ସେହିଭଳି କିଛି ଯୁବକ ପାଖରେ ପଡ଼ିଥିବା ଘାସ, କୁଟାକୁ ଏକାଠି କରି ଧୂଆଁ କରିବା ଆରମ୍ଭ କରିଥିଲେ। ଏହାପରେ ମହୁମାଛି ଦଳ ସେଠାରୁ ପଳାଇ ଯାଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri