ଯୁବତୀଙ୍କ ଅଶ୍ଳିଳ ଫଟୋ ପୋଷ୍ଟ କରି ବନ୍ଧା ହେଲେ ଯୁବକ

ଧର୍ମଶାଳା, ୨୪।୬ (ଡି.ଏନ୍‌.ଏ.)-ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରିବା ଅଭିଯୋଗରେ ଧର୍ମଶାଳା ଥାନା ପୋଲିସ ବନ୍ଧଢିହ ପଞ୍ଚାୟତ ଜୟସୁଙ୍ଗୁଡା ଗ୍ରାମର ସମୀର ଜେନା (୨୭)ଙ୍କୁ ବୁଧବାର ଗିରଫ କରିଛି। ସମୀର ସମ୍ପୃକ୍ତ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବିଭିନ୍ନ ସ୍ଥାନକୁ ନେବା ସହ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ହେବାରୁ ସମୀର ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ସମ୍ପୃକ୍ତ ଯୁବତୀଙ୍କ କିଛି ଫଟୋ ପୋଷ୍ଟ କରିଥିଲେ। ଏ ନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୩/୧୦ ନଂ.ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ବୁଧବାର ସମୀରଙ୍କୁ ଗିରଫ କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କୁ ଯାଜପୁର କୋର୍ଟ ଚାଲାଣ କରାଯାଇଥିବା ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରେ ଦଲାଲିରାଜ : ଦଲାଲ ମାଧ୍ୟମରେ ନ ଗଲେ ଫର୍ମରେ ହେଉନି ଦସ୍ତଖତ, ସାଧାରଣ ଲୋକ ଫର୍ମ ଡିପୋଜିଟ କଲେ ହେଉଛନ୍ତି ହଇରାଣ

ଚଣ୍ଡିଖୋଲ,୧୩।୯(ଡି.ଏନ.ଏ)- ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଯାଞ୍ଚ ପ୍ରକ୍ରିୟାକୁ ପରିବହନ ବିଭାଗ ଓ ପୋଲିସ ତ୍ୱରାନ୍ବିତ କରିଥିଲେ। ଏହି...

୧୮ ଶ୍ରମିକଙ୍କୁ ପାଉଣା ମିଳୁନାହିଁ

ଯାଜପୁର ଅଫିସ,୨୨।୧: ଯାଜପୁରରୋଡ ବନାଞ୍ଚଳ ଅଧୀନରେ ଚାରାରୋପଣ, ଗାତ ଖୋଳା, ବାଡ଼ ପ୍ରସ୍ତୁତି ଆଦିରେ କାମ କରି ୧୮ ଜଣ ଶ୍ରମିକ ହଟହଟା ହେଉଛନ୍ତି। ବାରମ୍ବାର...

ଚାଲିଛି ଗଛ କଟା, ପ୍ରଶାସନ ନୀରବଦ୍ରଷ୍ଟା

ବରୀ,୨୩ା୭(ଡି.ଏନ.ଏ.): ବରୀ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରୁ ବେଧଡ଼କଭାବେ ଗଛକଟା ଚାଲିଛି। ହେଲେ ଏଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଯାହାକୁ ନେଇ ସାଧାରଣରେ...

ଡିଜେ ପେସାରେ ଯାଜପୁର ଜିଲାର ଝିଅ କେଟି

କ୍ଷୀରାବ୍ଧି ତନୟା ଜେନାଙ୍କୁ ସମସ୍ତେ ଜାଣନ୍ତି ଡିଜେ କେଟି ଭାବେ। ବର୍ତ୍ତମାନ କେଟି ଭୁବନେଶ୍ୱରର ଏକ ବଡ଼ ହୋଟେଲରେ ରେସିଡେନ୍ସ ଇନ୍‌ହାଉସ୍‌ ଡିଜେ ଅଛନ୍ତି। ଏହି...

ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନ: ଲୋକ ସଭାରେ ଉଠିଲା ଡିଭିଜନ ମାନ୍ୟତା ଦାବି

ଯାଜପୁର ଅଫିସ,୫ା୧୨: ଲୋକ ସଭାର ଚଳିତ ଶୀତ ଅଧିବେଶନରେ ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ବୁଧବାର ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନକୁ ସ୍ବତନ୍ତ୍ର ରେଳ ଡିଭିଜନ ମାନ୍ୟତା ଦେବାକୁ...

ଜବାବ ଦାଖଲ ଲାଗି ଭଦ୍ରକ, ଯାଜପୁର ଜିଲା ପ୍ରଶାସନର କ୍ଷେତ୍ର ଅନୁଧ୍ୟାନ

ଭଣ୍ଡାରିପୋଖରୀ,୧୦ା୭(ଡି.ଏନ.ଏ.): ବୈତରଣୀ ନଦୀଶଯ୍ୟାରେ ନିର୍ମାଣ ବିରୋଧରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ରେ ଆଗତ ମାମଲାରେ ନୋଟିସ୍‌ର ଜବାବ ଦାଖଲ ପାଇଁ ଶୁକ୍ରବାର ଭଦ୍ରକ ଓ...

ଅଣଓଡ଼ିଆଙ୍କ କବ୍‌ଜାରେ ମେଗା ପ୍ରକଳ୍ପ

ଯାଜପୁର ଅଫିସ,୨୮ା୪: ଲିଜ୍‌ ପରିମାଣଠାରୁ ବହୁ ଅଧିକ ଖଣିଜ ପଦାର୍ଥ ଦୀର୍ଘବର୍ଷ ଧରି ଲୁଟିନେଇ ଓଡ଼ିଶା ରାଜକୋଷ ଓ ଭୂସମ୍ପତ୍ତିର ବିପୁଳ କ୍ଷତି ଘଟାଇଥିଲେ ଖଣି...

ବାଇକ୍‌ ଦୁର୍ଘଟଣା : ୨ ଜଣଙ୍କ ଜୀବନଗଲା

ଯାଜପୁର ରୋଡ୍‌,୬।୧୧(ନି.ପ୍ର.): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଯାଜପୁର ରୋଡ୍‌ ଜହ୍ନା ପୂର୍ତ୍ତ ବିଭାଗ ରାସ୍ତା ପାଟୁଳୀ ଛକ ନିକଟରେ ବୁଧବାର ସକାଳୁ ଦୁଇ...

Advertisement
Archives

Model This Week