ସେବାଶ୍ରମ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ: ୪୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ କାମୁଡିଲା, ୪ ଗୁରୁତର

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତରେ ଥିବା ସେବାଶ୍ରମରେ ମହୁମାଛି ଆକ୍ରମଣରେ ପ୍ରାୟ ୪୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର ସ୍ବାଗତ ସେନାପତି କହିଛନ୍ତି ସେମାନଙ୍କୁ ବର୍ତ୍ତମାନ ଅବଜେରବେସନରେ ରଖାଯାଇଛି। ଅନ୍ୟମାନଙ୍କୁ ଚିକିତ୍ସା ପରେ ଛାଡିଦିଆଯିବାକୁ ଚିନ୍ତା କରୁଛୁ ବୋଲି ଡାକ୍ତର କହିଛନ୍ତି।
ପ୍ରକାଶ ଯେ, ସକାଳ ୧୧ ଟାରେ ବିଦ୍ୟାଳୟ ଛୁଟି ପରେ ଛାତ୍ରୀଛାତ୍ରମାନେ ଗାଧୋଇବାକୁ ସେବାଶ୍ରାମ ବାହାରକୁ ଯାଇଥିଲେ। କିଛି ଛାତ୍ରୀଛାତ୍ର ଗାଧୋଉଥିଲେ ସେହି ସମୟରେ ସେବାଶ୍ରମ ପରିସର ମଧ୍ୟରେ ବସା ବାନ୍ଧିଥିବା ମହୁମାଛିମାନେ କୌଣସି କାରଣରୁ ଉଡିବା ଆରମ୍ଭ କରିବା ସହ ଛାତ୍ରୀଛାତ୍ର ମାନଙ୍କୁ ଆକ୍ରମଣ କରିଥିଲେ। ଛାତ୍ରୀଛାତ୍ରମାନେ ଏଣେ ତେଣେ ଦୌଡ଼ି ବିଦ୍ୟାଳୟ ଭିତରକୁ ପଶିଯାଇଥିଲେ। ପରେ କୌଣସି ସୂତ୍ରରୁ ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ ଶୁଣି ଘଟଣା ସମ୍ପର୍କରେ ଶୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ମହାନାୟକଙ୍କ ନିକଟରେ ପହଞ୍ଚି ମହୁମାଛିର ଆକ୍ରମଣରେ ଶିକାର ହୋଇଥିବା ଛାତ୍ରୀଛାତ୍ରମାନଙ୍କୁ ୨ଟି ଅଟୋରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ଚିକିତ୍ସା ପରେ ୪ ଜଣ ଗୁରୁତରଙ୍କୁ ଛାଡି ଅନ୍ୟମାନଙ୍କୁ ପୁଣି ସେବାଶ୍ରମକୁ ଫେରେଇ ନିଆଯାଇଥିଲା।

ଖବର ପାଇ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ତୁରନ୍ତ ମେଡିକାଲ ଟିମ ଆମ୍ବୁଲାନ୍ସ ବାଡାବାଙ୍ଗା ସେବାଶ୍ରମକୁ ପଠାଇଥିଲେ। ଏଥି ସହ ସରପଞ୍ଚଙ୍କୁ କୌଣସି ଗାଡି ମିଳିଲେ ତୁରନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିବାକୁ ବିଡ଼ିଓ ନିର୍ଦ୍ଦେଶ ଦେଇଥିଲେ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ, ସରପଞ୍ଚ ସମସ୍ତଙ୍କ ଉଦ୍ୟମରେ ସ୍ବାସ୍ଥ୍ୟକେନ୍ଦ୍ରରେ ପିଲାଙ୍କୁ ପହଞ୍ଚାଯାଇଥିଲା। ବିଡ଼ିଓ ଏହାର ତଦନ୍ତ କରିବା ସହ ସାମାଜିକ ସୁରକ୍ଷା ଅଧିକାରୀ ଖେତୀଶ ପ୍ରିୟଦର୍ଶୀ ସାହୁଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରସ୍‌କୁ ପିଲାଙ୍କ ତଦାରଖ ପାଇଁ ପଠାଇଛନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ୧ ସପ୍ତାହ ପୂର୍ବରୁ ବିଡ଼ିଓ ସମସ୍ତ ସେବାଶ୍ରାମ୍ର କର୍ତ୍ତୃପକ୍ଷଙ୍କୁ ଡକାଇ ସମସ୍ୟା ସମ୍ପର୍କରେ ପଚାରିଥିଲେ। ବାଡାବାଙ୍ଗା ସେବାଶ୍ରମରେ ଗତ କିଛି ବର୍ଷ ହେଲା ନିୟମିତ ମହୁମାଛି ବସା ବାନ୍ଧୁଥିଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷ କିଭଳି ଜାଣିପାରୁନାହାନ୍ତି ସେ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି। ଏନେଇ ପ୍ରଧାନ ଶିକ୍ଷକ ହ୍ବାଟ୍ସଆପ ଗ୍ରୁପରେ ଜଣାଇଥିଲି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?