ବେଡ୍‌ରୁମ୍‌ ଡେକୋର

ଥକ୍କା ଲାଗିଲେ ସମସ୍ତେ ଆରାମ କରିବା ପାଇଁ ବେଡ୍‌ରୁମ୍‌କୁ ଆସନ୍ତି। ବେଡ୍‌ରୁମ୍‌କୁ ସୁନ୍ଦରଭାବେ ସଜାଇ ରଖିଲେ ହିଁ ମନ ଖୁସି ରହିବା ସହିତ ତାଜାପଣର ଅନୁଭବ ହୋଇପାରିବ। ବେଡ୍‌ରୁମ୍‌କୁ କିପରି ବିଭିନ୍ନ ଲୁକ୍‌ରେ ସଜାଇବେ ସେ ସମ୍ପର୍କରେ ଜାଣି ରଖନ୍ତୁ…

ବେଡ୍‌ରୁମ୍‌କୁ ସବୁବେଳେ ହାଲ୍‌କା ରଙ୍ଗ ଦିଅନ୍ତୁ। ଏହା ଫଳରେ ବେଡ୍‌ରୁମ୍‌ ଭିତରେ ରହିବା ପାଇଁ ଭଲ ଲାଗିବ। କ୍ରିମ୍‌ ହ୍ବାଇଟ୍‌ କିମ୍ବା ପାଉଡର ବ୍ଲୁ କଲର, ବେଡ୍‌ରୁମ୍‌ର ଲୁକ୍‌ ପାଇଁ ବହୁତ ଭଲ।
ବେଡ୍‌ ପାଖରେ ଛୋଟ ସାଇଡ୍‌ ଟେବୁଲ୍‌ ରଖନ୍ତୁ। ଏହା ସହିତ ହ୍ୟାଙ୍ଗିଙ୍ଗ୍‌ ଲ୍ୟାମ୍ପ ବି ଘରକୁ ଭିନ୍ନ ଲୁକ୍‌ ଦେବ।
ବେଡ୍‌ରୁମ୍‌କୁ ଆରାମଦାୟକ କରିବାକୁ ଚାହୁଁଥିଲେ ବେଡ୍‌ ଉପରେ ଧଳା ରଙ୍ଗର ଚଦର ବିଛାନ୍ତୁ। ବେଡ୍‌ ପାଖରେ ଅନ୍ୟ ଯେକୌଣସି ରଙ୍ଗର ଜିନିଷ ରଖିଲେ ହିଁ ଭଲ ଲାଗିବ।
ବେଡ୍‌ ପାଖରେ ଫୁଲ ସଜାଇ ରଖିଲେ ବି ବହୁତ ସୁନ୍ଦର ଦିଶିବ। ଏହା ସହିତ ଏକ ଆରାମ ଚେୟାର ବି ଘରେ ରଖିପାରିବେ। ବିଭିନ୍ନ ଡିଜାଇନର ଲାଇଟ୍‌ ବି ଆଜିକାଲି ବେଡ୍‌ରୁମ୍‌କୁ ଭିନ୍ନ ଲୁକ୍‌ ଦେଉଛି।
ଘରର ସାଇଜ୍‌ ଅନୁସାରେ ଘର ସଜାନ୍ତୁ। ଯଦି ଘର ଛୋଟ ହୋଇଥାଏ ତେବେ ଲାଲ୍‌ ରଙ୍ଗ ବ୍ୟବହାର କରନ୍ତୁ ଏବଂ ଘର ବଡ଼ ହୋଇଥିଲେ କାନ୍ଥର ଗୋଟିଏ କଡ଼ରେ ୱାଲ୍‌ ପେଣ୍ଟିଂ କରନ୍ତୁ।
ଯେତିକି ଆବଶ୍ୟକ ସେତିକି ଫର୍ନିଚର ହିଁ ରଖନ୍ତୁ।
ଘରେ ଅଧିକ ହ୍ୟାଙ୍ଗିଙ୍ଗ୍‌ ଜିନିଷ ରଖନ୍ତୁ। ଫଳରେ ଘରେ ଅଧିକ ସ୍ପେଶ୍‌ ରହିବ ଓ ଲୁକ୍‌ ମଧ୍ୟ ଭଲ ଲାଗିବ।
ଘରେ କବାଟ ଓ ଝରକାର ପରଦା ହିଁ ଘରକୁ ପୂରା ଅଲଗା ଲୁକ୍‌ ଦେଇଥାଏ। ତେଣୁ ଫର୍ନିଚରକୁ ଦୃଷ୍ଟିରେ ରଖି ସେହି ଅନୁସାରେ ପରଦା ଚୟନ କରନ୍ତୁ।
ଘରର ଆକାର ଅନୁସାରେ ସେହି ସାଇଜ୍‌ର ବେଡ୍‌ ରଖନ୍ତୁ। ବାହାରେ କୌଣସି ଜିନିଷ ନ ରଖି ବକ୍ସ ଥିବା ବେଡ୍‌ ରଖନ୍ତୁ। ଅଧିକ ଜିନିଷ ସେଥିରେ ରହିଯିବ।
ବେଡ୍‌ ସଜାଇବା ପାଇଁ ଭଲ କ୍ୱାଲିଟିର ଚଦର ଏବଂ ଡିଜାଇନ୍‌ ତକିଆ ବ୍ୟବହାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri