Posted inଜାତୀୟ

ଜନସଂଖ୍ୟା ନିୟନ୍ତ୍ରଣର ବ୍ରାଣ୍ଡ ଆମ୍ବାସଡର ହୋଇ ଯାଆନ୍ତୁ ରାହୁଲ ଗାନ୍ଧୀ, ମୁଖ୍ୟମନ୍ତ୍ରୀଙ୍କ ଉପଦେଶ

ଗୁଆହାଟି,୧୯।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଶୁକ୍ରବାର ଦାବି କରିଛନ୍ତି ଯେ ତାଙ୍କ ରାଜ୍ୟରେ ମୁସଲମାନ ଜନସଂଖ୍ୟା ୨୦୪୧ ସୁଦ୍ଧା ସଂଖ୍ୟାଗରିଷ୍ଠ ହେବ। ସେ କହିଛନ୍ତି ଯେ ଆସାମରେ ମୁସଲମାନମାନଙ୍କର ଜନସଂଖ୍ୟା ପ୍ରତି ଦଶ ବର୍ଷରେ ପ୍ରାୟ ତିରିଶ ପ୍ରତିଶତ ହାରରେ ବୃଦ୍ଧି ପାଉଛି।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ପରିସଂଖ୍ୟାନ ନମୁନାକୁ ଆଧାର କରି ଆସାମରେ ମୁସଲମାନମାନଙ୍କ ସଂଖ୍ୟା ବର୍ତ୍ତମାନ ଚାଳିଶ ପ୍ରତିଶତରେ ପହଞ୍ଚିଛି। ସୀମା ରାଜ୍ୟ ଆସାମ ୨୦୪୧ସୁଦ୍ଧା ମୁସଲମାନ ସଂଖ୍ୟାଗରିଷ୍ଠ ରାଜ୍ୟ ହେବ। ଏହା ବାସ୍ତବତା ଏବଂ ଏହାକୁ ବର୍ତ୍ତମାନ କେହି ଅଟକାଇ ପାରିବେ ନାହିଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆସାମରେ ହିନ୍ଦୁମାନଙ୍କର ଜନସଂଖ୍ୟା ପ୍ରତି ଦଶ ବର୍ଷରେ ମାତ୍ର ୧୬ ପ୍ରତିଶତ ବୃଦ୍ଧି ପାଉଛି। ସେ କହିଛନ୍ତି ଯେ ମୁସଲିମ ସମ୍ପ୍ରଦାୟର ଦ୍ରୁତଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ତାଙ୍କ ସରକାର ପଦକ୍ଷେପ ନେଇଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି, ମୁସଲମାନ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାରେ କଂଗ୍ରେସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଯଦି ରାହୁଲ ଗାନ୍ଧୀ ଜନସଂଖ୍ୟା ନିୟନ୍ତ୍ରଣର ବ୍ରାଣ୍ଡ ଆମ୍ବାସାଡର ହୁଅନ୍ତି, ତେବେ ଲକ୍ଷ୍ୟ ହାସଲ ହେବ କାରଣ ସମଗ୍ର ସମ୍ପ୍ରଦାୟ କେବଳ ତାଙ୍କ କଥା ଶୁଣନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାଲ୍ୟ ବିବାହକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ମିଶନ କେବଳ ସାମାଜିକ ପରିବର୍ତ୍ତନ ଆଣିନାହିଁ ବରଂ ଝିଅମାନଙ୍କ ଜୀବନକୁ ମଧ୍ୟ ସୁସ୍ଥ କରିପାରିଛି। ଏହାପୂର୍ବରୁ ଗୁରୁବାର ଆସାମ ସରକାର ‘ଆସାମ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜୀକରଣ ଆଇନ, ୧୯୩୫’ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସେ କହିଛନ୍ତି ଯେ ବୋହୂମାନଙ୍କୁ ନ୍ୟାୟ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହାପୂର୍ବରୁ ବୁଧବାର ମଧ୍ୟ ସେ ରାଜ୍ୟର ପରିବର୍ତ୍ତିତ ଜନସଂଖ୍ୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏହା ସେମାନଙ୍କ ପାଇଁ ଜୀବନ ଏବଂ ମୃତ୍ୟୁର ବିଷୟ । ଶର୍ମା କହିଥିଲେ ଯେ ୧୯୫୧ରେ ଆସାମରେ ମୁସଲମାନ ଜନସଂଖ୍ୟା ମାତ୍ର ୧୨ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୪୦ ପ୍ରତିଶତକୁ ବୃଦ୍ଧି ପାଇଛି। ରାଜ୍ୟରେ ବେଆଇନ ଅନୁପ୍ରବେଶକାରୀମାନେ ଆମର ଆଦିବାସୀ ଝିଅମାନଙ୍କୁ ବିବାହ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଚୌହ୍ବାନ, କାଲି ବାଣ୍ଟିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଭୁବନେଶ୍ୱର, ୧୩।୧୧(ସୁନିତ୍‌ ମିଶ୍ର): କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବଲାଙ୍ଗୀର ଜିଲାରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଚୌହ୍ବାନଙ୍କ ଉପସ୍ଥିତିରେ…

‘ଅକ୍ୱାନ’ ଭୟ: ଓଡ଼ିଶାରେ ୧୮ରୁ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୩ା୧୧ (ବନ୍ଦନା ସେଠୀ)- ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଶନିବାର ସୁଦ୍ଧା ଆହୁରି ସ୍ପଷ୍ଟ ଚିହ୍ନିତ…

ରୋହିତ-ବିରାଟଙ୍କ ପାଖରେ ଶେଷ ସୁଯୋଗ! ବଡ଼ ପ୍ରଦର୍ଶନ ପାଇଁ ଚାପରେ…

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ନଭେମ୍ବର ୧୩ ତାରିଖ ଅତ୍ୟନ୍ତ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଛି। ଦିନିକିଆ ସିରିଜରେ ୨-୦ରେ ଆଗୁଆ…

ପ୍ରକାଶ ପାଇଲା ଦଶମ ଶ୍ରେଣୀ ପରୀକ୍ଷା ତାରିଖ: ଏହି ଦିନ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ…

ଭୁବନେଶ୍ୱର, ୧୩।୧୧: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ (ମାଟ୍ରିକ୍) ବୋର୍ଡ ପରୀକ୍ଷା ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।…

ମହାକାଳପଡ଼ାରେ କଂଗ୍ରେସର ‘ଭୋଟ ବଞ୍ଚାଅ: ଦେଶ ବଞ୍ଚାଅ’ ଅଭିଯାନ: ଯୋଗଦେଲେ ୨୦୦ରୁ ଊର୍ଦ୍ଧ୍ୱ କର୍ମୀ

ମହାକାଳପଡ଼ା,୧୩।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ) ମହାକାଳପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନ ଆୟୋଜିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ତରାଇଙ୍କ…

ହୋଟେଲ ରୁମରେ ଲୁଚି ରହିଛି କି କ୍ୟାମେରା? ଜାଣନ୍ତୁ କିପରି ସ୍ମାର୍ଟଫୋନ୍ ମାଧ୍ୟମରେ ସହଜରେ କରିବେ ଯାଞ୍ଚ

କୌଣସି ହୋଟେଲରେ ରହିବା ସମୟରେ ଆମେ ସାଧାରଣତଃ କୋଠରୀର ପରିଷ୍କାର ପରିଚ୍ଛନ୍ନତା, ବେଡ୍ ଏବଂ ଅନ୍ୟାନ୍ୟ ସୁବିଧା ଉପରେ ଅଧିକ ଧ୍ୟାନ ଦେଇଥାଉ। କିନ୍ତୁ କେବେ ଆପଣ…

ପରକୀୟା ପ୍ରୀତିରୁ ବିଭତ୍ସ ହତ୍ୟାକାଣ୍ଡ: ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ମୋହନା, ୧୩।୧୧ (ମନ୍ମଥ ମିଶ୍ର): ପରକୀୟା ପ୍ରୀତିରୁ ଗଡ଼ିଲା ମୁଣ୍ଡ। ପତ୍ନୀଙ୍କ ସହ ଅନ୍ୟ ଜଣେ ବୃଦ୍ଧଙ୍କ ଅନୈତିକ ସମ୍ପର୍କକୁ ସହ୍ୟ କରିପାରିଲେନି ସ୍ୱାମୀ। ଶେଷରେ ପ୍ରତିଶୋଧ…

ଗଞ୍ଜାମ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍: ଶନିବାର-ରବିବାର ବି ଖୋଲା ରହିବ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?