ଚାକିରି ସ୍ଥାୟୀ ନ ହେବାରୁ ଆତ୍ମାହୁତି

ସମ୍ବଲପୁର, ୨୧।୪ (ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ)ରେ କମ୍ପ୍ୟୁଟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର (୫୦) ମଙ୍ଗଳବାର ଆତ୍ମାହୁତି ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରଶାସନିକ କୋଠା ସମ୍ମୁଖରେ ସେ ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏଥିରେ ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଜଳିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବୁର୍ଲା ଭିମ୍‌ସାର ଓ ପରେ କଟକ ସ୍ଥାନାନ୍ତର କରାଯାଉଥିଲା। କଟକ ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ବୁର୍ଲା ଥାନା ଅଧିକାରୀ ବି.ବି. ଭୋଇ କହିଛନ୍ତି, ଦୀନବନ୍ଧୁଙ୍କୁ କଟକ ନିଆଯାଉଥିବାବେଳେ ଅନୁଗୋଳ ଜିଲା ଜରପଡାଠାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ଥାନୀୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ସେଠାରେ ରହିଛି। ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ। ଚାକିରି ସ୍ଥାୟୀ ପାଇଁ ଦୀର୍ଘ ୨୭ ବର୍ଷ ସଂଘର୍ଷ ପରେ ଶେଷରେ ଜୀବନ ହାରିବା ଘଟଣା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ହଇରାଣରେ ପକାଇଦେଇଛି। ପୁଅ ଅଭିଷେକ ଅଭିଯୋଗ କରିଛନ୍ତି ଯେ, ବାପା ଅନେକଥର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କୁଳପତି, ଜିଲାପାଳ, ଆର୍‌ଡିସି ଏପରି କି ୫-ଟିରେ ଅଭିଯୋଗ କରିଥିଲେ। ଚାକିରି ସ୍ଥାୟୀ ପାଇଁ ଯୋଗ୍ୟ ଥିବାବେଳେ ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଥିଲା। ସେ ସବୁବେଳେ ମାନସିକ ଚାପରେ ରହୁଥିଲେ। ନୂତନ ଭାବେ ଯୋଗଦେଇଥିବା କୁଳପତି ବାପାଙ୍କୁ ଦୁଇଦିନ ହେଲା ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏପରି କି ମଙ୍ଗଳବାର ନିଜ ଚାମ୍ବରକୁ ଡାକି ତାଙ୍କୁ ଗାଳିଗୁଲଜ ସହ ଦୁର୍ବ୍ୟବହାର କରିଥିଲେ। ପୂର୍ବରୁ ମାନସିକ ଚାପ ଓ ଆଜିର ଘଟଣାକୁ ସହ୍ୟ କରି ନ ପାରି ସେ ଆତ୍ମାହୁତି ଦେଇଥିବା ଅଭିଷେକ କହିଛନ୍ତି। ଅନ୍ୟପଟେ ଦୀନବନ୍ଧୁଙ୍କ ଓକିଲ ମନୋଜ ମହାନ୍ତି କହିଛନ୍ତି, ତାଙ୍କ ଚାକିରି ସ୍ଥାୟୀ ପାଇଁ ହାଇକୋର୍ଟରେ ମାମଲା ଦାଏର କରାଯାଇଥିଲା। ୨ମାସ ଭିତରେ ଏହାର ସମାଧାନ କରି ସ୍ଥାୟୀ ନିଯୁକ୍ତି ଦେବାକୁ ହାଇକୋର୍ଟ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ। ୨ବର୍ଷ ବିତିଯାଇଥିଲେ ମଧ୍ୟ ଏ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏ ସମ୍ପର୍କରେ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ କହିଛନ୍ତି, ସ୍ଥାୟୀ ଚାକିରି ନେଇ ଦୀନବନ୍ଧୁ ତାଙ୍କ ପାଖରେ କୌଣସି ଦାବି କରି ନ ଥିଲେ। ବିଶ୍ୱବିଦ୍ୟାଳୟ ପରିସରରୁ କେତେକ ସ୍କ୍ରାପ୍‌ ସାମଗ୍ରୀ ଚୋରି ହୋଇଥିବା ନେଇ ଦୀନବନ୍ଧୁ ରେଜିଷ୍ଟ୍ରାରଙ୍କ ପାଖରେ ଅଭିଯୋଗ କରିଥିଲେ। ଏହାକୁ ନେଇ ତାଙ୍କ ସହିତ ଆଜି ଆଲୋଚନା ହୋଇଥିଲା। ଚୋରି ସମ୍ପର୍କରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୋଲିସରେ ଅଭିଯୋଗ କରାଯିବ ବୋଲି ତାଙ୍କୁ କୁହାଯାଇଥିଲା। ସେ ବିରକ୍ତି ପ୍ରକାଶ କରି ଚାମ୍ବରରୁ ଚାଲିଯାଇଥିଲେ। ପରେ ସିଣ୍ଡିକେଟ୍‌ ହଲ୍‌ରେ ଏକାଡେମିକ୍‌ କାଉନସିଲ୍‌ର ବୈଠକ ଅନୁଷ୍ଠିତ ହେଉଥିଲା। ଏହି ସମୟରେ ମୁଖ୍ୟ ଗେଟ୍‌ ନିକଟରେ ଦୀନବନ୍ଧୁ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଘଟଣ ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୀନବନ୍ଧୁଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri