ଏହି କାରଣରୁ ବଲିଉଡ୍‌ରୁ ଦୂରେଇ ଯାଇଥିଲେ ରିୟା ସେନ୍‌

ବଲିଉଡ୍‌ ଅଭିନେତ୍ରୀ ରିୟା ସେନ୍‌ ‘ଚୁଡି ଯୋ ଖନ୍‌କେ ହାଥୋ ମୈ…’ ମ୍ୟୁଜିକ୍‌ ଭିଡିଓରୁ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିବା ଆରମ୍ଭ କରିଥିଲେ। ଏମିତିରେ ବି ଅଭିନୟ ତାଙ୍କ ରକ୍ତରେ ରହିଛି। ରିୟା ଲୋକପ୍ରିୟ ବଙ୍ଗଳା ଅଭିନେତ୍ରୀ ମୁନ୍‌ମୁନ୍‌ ସେନ୍‌ଙ୍କ ଝିଅ। ୧୯୯୧ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବିଷକନ୍ୟା’ରେ ଅଭିନେତ୍ରୀ ପୂଜା ବେଦୀ ଲିଡ୍‌ ଚରିତ୍ରରେ ଅଭିନୟ କରିଥିଲେ। ରିଆ ତାଙ୍କ ପିଲାବେଳ ଚରିତ୍ରରେ ଅଭିନୟ କରିଥିଲେ। ପରେ ବଲିଉଡ୍‌ ସମେତ ସେ ବଙ୍ଗଳା, ତାମିଲ, ତେଲୁଗୁ, ମାଲୟାଲମ ସମେତ ଇଂଲିଶ ସିନେମାରେ ମଧ୍ୟ କାମ କରିଛନ୍ତି। କିନ୍ତୁ ଧୀରେ ଧୀରେ ତାଙ୍କୁ ବଲିଉଡ୍‌ ସିନେମାରେ କମ୍‌ ଦେଖିବାକୁ ମିଳିଲା। ଏ ନେଇ ଏକ ସାକ୍ଷାତକାରରେ ରିୟା କୁହନ୍ତି, ସେ ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି। ଏମିତି ମଧ୍ୟ ଅନେକ ସିନେମା ରହିଛି ଯେଉଁଥିରେ ସେକ୍ସି ଦେଖାଯିବା, ତାଙ୍କ ପୋଷାକ ଏବଂ ମେକ୍‌ଅପ୍‌କୁ ନେଇ ସେ ଆଦୌ ହେଲେ ଫିଟ୍‌ ନ ଥିଲେ। ଏଥିପାଇଁ ଲୋକେ ତାଙ୍କୁ ଖରାପ ଅଭିନେତ୍ରୀ ଭାବିବାକୁ ଲାଗିଲେ। ଏହାପରେ ସେ ବଲିଉଡ୍‌ ପାଇଁ ନିଜକୁ ଫିଟ୍‌ ନ ଭାବି ଦୂରେଇ ଯାଇଥିବା କହିଛନ୍ତି। ଏଥିପାଇଁ ସେ କାହାକୁ ଦୋଷ ମଧ୍ୟ ଦେଉ ନ ଥିବା କହିଛନ୍ତି।


All Right Reserved By Dharitri.Com

ଏମିତି ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଅମୀରଙ୍କ ଝିଅ ଇରା

ଅମୀର ଖାନ୍‌ଙ୍କ ଝିଅ ଇରା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ତଳେ ଶୁଣିବାକୁ ମିଳିଥିଲା ସେ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତ। ଏବେ ତାଙ୍କ...

‘ହଙ୍ଗାମା-୨’ର ପ୍ରଥମ ପୋଷ୍ଟର ରିଲିଜ୍‌, ପରେଶଙ୍କ ସହ ନଜର ଆସୁଛନ୍ତି ଶିଳ୍ପା

ବମ୍ବେ: ରିଲିଜ୍‌ ହୋଇଛି ‘ହଙ୍ଗାମା-୨’ର ପୋଷ୍ଟର। ଟ୍ରେଡ୍‌ ଆନାଲିଷ୍ଟ ତରନ୍‌ ଆଦର୍ଶ ନିଜର ଟୁଇଟର ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟରକୁ ରିଲିଜ୍‌ କରିଛନ୍ତି। ଏଥିସହ ଫିଲ୍ମଟି ଆସନ୍ତାବର୍ଷ...

ଧନୀ ମନ୍ଦିରଗୁଡ଼ିକ ସୁନା ଦାନ କରନ୍ତୁ କହି ଟ୍ରୋଲ୍‌ ହେଲେ ଫିଲ୍ମନିର୍ମାତା

ବମ୍ବେ: ସାରା ବିଶ୍ୱ ଏବେ କରୋନା କବଳରେ। ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ...

୩୬ ବର୍ଷରେ ଜାନଭୀ: ୪ ବର୍ଷରେ ଥରେ ପାଳନ କରନ୍ତି ଜନ୍ମଦିନ

ମୁମ୍ବାଇ: ଛୋଟ ପରଦାର ସୁନ୍ଦରୀ ନାୟିକା ଜାନଭୀ ଛେଡ଼ା ଶନିବାର ୩୬ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୪ ଫେବୃୟାରୀ ୨୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ।...

କାର୍ତ୍ତିକଙ୍କୁ ଦେଖି ଲାଜେଇ ଗଲେ ସାରା

ପୁଣି ଚର୍ଚ୍ଚାରେ ନବାଗତା ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ପ୍ରେମକାହାଣୀ। ଦୁହିଁଙ୍କୁ ପୁଣି ମୁମ୍ବାଇ ବିମାନ ବନ୍ଦରରେ ଏକାଠି ଦେଖିବାକୁ...

ସୁଶାନ୍ତଙ୍କ ବିବାହ ସମ୍ପର୍କରେ ଶେଷଥର କଥା ହୋଇଥିଲେ ତାଙ୍କ ପିତା, କହିଲେ ବୋହୂ ହୋଇଥାନ୍ତେ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଖବରକୁ ଆଜି ପର୍ଯ୍ୟନ୍ତ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଆଉ ତାଙ୍କୁ ଜନ୍ମ ଦେଇଥିବା ପିତା...

ଅମ୍ବାନୀଙ୍କ ପାର୍ଟିରେ ଐଶ୍ୱର୍ଯ୍ୟାଙ୍କୁ ଦେଖି ଏମିତି କହିଲେ ୟୁଜର

ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ମୁକେଶ ଅମ୍ବାନୀଙ୍କ ଘରେ ଏକ ପାର୍ଟିରେ ଦେଖିବାକୁ ମିଳିଛି। ତାଙ୍କ ସହିତ ଅଭିଷେକ ମଧ୍ୟ ଦେଖିବାକୁ ମିଳିଛି। ଐଶ୍ୱର୍ଯ୍ୟା ଏକ ଲାଲ୍‌ ରଙ୍ଗର...

ବିଜ୍ଞାପନ ଲାଗି ଗୋଟିଏ ଦିନରେ ସଲ୍‌ମାନଙ୍କୁ ମିଳେ…

ଯେକୌଣସି ଉତ୍ପାଦର ବିଜ୍ଞାପନ ପାଇଁ ବଲିଉଡ୍‌ ଷ୍ଟାର୍‌ମାନେ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି। ଏହି ତାଲିକାରେ ଅକ୍ଷୟ କୁମାରଙ୍କ ନାମ ସବୁଠୁ ଆଗରେ ଥିବା...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *