କଫିରୁ ମିଳିବ ସୁନ୍ଦର ତ୍ୱଚା

କଫି ବ୍ୟବହାର କରି ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରାଯାଇପାରିବ। ଏଥିରେ ଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ ତ୍ୱଚାର କଳାଦାଗ ଦୂରକରିବା ସହିତ ଉଜ୍ଜ୍ୱଳତା ବୃଦ୍ଧି କରିିଥାଏ। ଜାଣନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ …
କଫିକୁ ଫେସ୍‌ ମାସ୍କଭାବେ ବ୍ୟବହାର କରାଯାଇପାରିବ। ଏଥିପାଇଁ ୨ବଡ଼ ଚାମଚ କଫି ଗୁଣ୍ଡରେ ୨ ବଡ଼ ଚାମଚ ଆଲୋଭେରା ଜେଲ୍‌ ମିଶାନ୍ତୁ। ଏହି ପେଷ୍ଟକୁ ମୁହଁରେ ଅଧଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହାପରେ ଥଣ୍ଡାପାଣିରେ ମୁହଁ ଧୋଇ ଦିଅନ୍ତୁ।
କଫିକୁ ଫେସ୍‌ ସ୍କ୍ରବ୍‌ଭାବେ ବ୍ୟବହାର କରିବା ପାଇଁ ଏହାର ଏକ ପେଷ୍ଟ ତିଆରି କରନ୍ତୁ। ଏଥିପାଇଁ ୨ ବଡ଼ ଚାମଚ କଫି ପାଉଡର ସହିତ ୧ ବଡ଼ ଚାମଚ ଅଲିଭ୍‌ ଅଏଲ୍‌ ଭଲଭାବେ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହାକୁ ମୁହଁ ଏବଂ ବେକରେ ଲଗାଇ ଗୋଲାକାରରେ ଘଷନ୍ତୁ। ୫ ମିନିଟ୍‌ ପର୍ଯ୍ୟନ୍ତ ଘଷିବା ପରେ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
କଫି ଏକ ସୁନ୍ଦର ଆଇ ମାସ୍କ ମଧ୍ୟ। ତେଣୁ ଆଖି ତଳେ ଏହାକୁ ଲଗାଇପାରିବେ। ଏଥିପାଇଁ କଫି ଗୁଣ୍ଡରେ ସମାନ ମାତ୍ରାରେ ଅଲିଭ୍‌ ଅଏଲ୍‌ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ଆଖି ତଳେ ଲଗାଇ ୧୦ ମିନିଟ୍‌ ପରେ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ। ଲଗାତର ଏପରି କରିବା ଫଳରେ ଆଖିତଳର ଦାଗ ଓ କୁଞ୍ଚନ କମ୍‌ ହୋଇଯିବ।
ଅତ୍ୟଧିକ ଟାଣ ଖରାରୁ ଫେରିବା ପରେ ଆଖି ଲାଲ୍‌ ହୋଇ ଥିଲେ କଫି ବ୍ୟବହାର କରିହେବ। ଏଥିପାଇଁ ଫ୍ରିଜ୍‌ରୁ ଏକ କପ୍‌ ଥଣ୍ଡା ପାଣି ଆଣନ୍ତୁ। ଏଥିରେ କଫିକୁ ଗୁଣ୍ଡକରି ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ ଏକ ପତଳା ସୂତା କପଡ଼ାକୁ ଭିଜାଇ ବାହାର କରି ଦିଅନ୍ତୁ। କପଡ଼ାକୁ ଚିପୁଡ଼ି ଆଖି ଉପରେ ଲଗାଇ ରଖନ୍ତୁ। ଏହିପରି ବାରମ୍ବାର କରିବା ପରେ ଆଖିକୁ ବେଶ୍‌ ଆରାମ ଲାଗିବ ଓ ଆଖି ସୁନ୍ଦର ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ

ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ।...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟବାନ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ଶ୍ରାବଣରେ ମହାଦେବଙ୍କ ଶୁଭଦୃଷ୍ଟି ପାଇବାକୁ ଚାହାନ୍ତି କି, କରନ୍ତୁ ଏପରି…

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ...

ଝାଡାବାନ୍ତି ହେଉଥିଲେ…କେମିତି ନେବେ ଯତ୍ନ

ସାଧାରଣତଃ ବର୍ଷାଦିନେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଡେଙ୍ଗୁ ଆଦି ସ୍ବାସ୍ଥ୍ୟ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଏହି ଋତୁରେ ଅନ୍ୟ ଏକ ସମସ୍ୟା...

ସନ୍ତୁଳିତ ଓଜନ ଲାଗି…ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ଓଜନ ବୃଦ୍ଧି ବା ଓବେସିଟି ଏକ ସାଧାରଣ କଥା ପାଲଟି ଗଲାଣି। ଖାଦ୍ୟପେୟ, ନିୟମିତ ବ୍ୟାୟାମ ନ କରିବା, ଅସନ୍ତୁଳିତ ଜୀବନଶୈଳୀ ଏହାର କେତୋଟି...

ଖାଆନ୍ତୁ ଡାଳିମ୍ବ: ଦୂର ହେବ ଏସବୁ ରୋଗ

ଡାଳିମ୍ବରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ଭିଟାମିନ୍‌ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି ଡାଳିମ୍ବ। ଏଥିରେ ଥିବା...

ଲାଞ୍ଜ ହଜିବା ରହସ୍ୟ

”ଜାପାନସ୍ଥିତ କେଇଓ ବିଶ୍ୱବିଦ୍ୟାଳୟର କିଛି ଜୈବ ଇଞ୍ଜିନିୟର ମଣିଷଠାରେ ଲଗାଇବା ପାଇଁ କୃତ୍ରିମ ଲାଞ୍ଜ ତିଆରି କରିଛନ୍ତି। ଏହାର ନାମ ରଖାଯାଇଛି ‘ଆରକ୍ୟୁ’। ଭଲ କରି...

ଖର୍ଚ୍ଚ ବଢ଼ୁଛି, ଘରେ ଲାଗି ରହୁଛି କି କଳହ? ବାସ୍ତୁଦୋଷ ହୋଇପାରେ କାରଣ, ଜାଣନ୍ତୁ ପ୍ରତିକାର…

ଅନେକଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri