ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ମାଡ଼: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ….

ଭୁବନେଶ୍ୱର,୧୭।୯ : ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ମାଡ଼ ଓ ଗିରଫ ମାମଲରେ ମଙ୍ଗଳବାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ  ଦେଇଛନ୍ତି ପୋଲିସ ଡିଜି। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ମେଜରଙ୍କ ବାନ୍ଧବୀଙ୍କ ନାଁରେ ହୋଇଥିବା ମାମଲା ପ୍ରତ୍ୟାହାର ହେବ।
ଭରତପୁର ଥାନାରେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।
ତେବେ ଭୁବନେଶ୍ୱରସ୍ଥିତ ଭରତପୁର ଥାନା ଏପରି ସୁନ୍ଦର ଭାବେ ନିର୍ମାଣ କରାଯାଇଛି ବାହାରୁ ଦେଖିଲେ ତାହା ଏକ ହୋଟେଲ ଭଳି ଲାଗୁଛି। ଏହି ଥାନା  ନିର୍ମାଣରେ ଅନେକ କୋଟି ଟଙ୍କା ଖର୍ଚ୍ଚ ହେଇଥିବା ସତ୍ତ୍ୱେ ଏଠାରେ ପୀଡ଼ିତଙ୍କୁ ନ୍ୟାୟ ମିଳୁ ନାହିଁ ବରଂ  ଅନ୍ୟାୟ ଓ ଅତ୍ୟାଚାର କରାଯାଉଛି। ଏହାର ଜ୍ୱଳନ୍ତ ଉଦାହରଣ ଶନିବାର ବିଳମ୍ବିତ ରାତିରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ସହ ଯାହାସବୁ ଘଟିଯାଇଛି, ତାକୁ ଦେଖିଲେ ସ୍ପଷ୍ଟ ବୁଝାପଡୁଛି। ଏହି ଘଟଣାରେ ପୋଲିସ ନିଜ ଭଲକୁ ଲୁଚାଇବା ଲାଗି ସବୁ ପ୍ରକାର ନିୟମ କାନୁନକୁ ଭଙ୍ଗ କରିଦେଇଥିବା ଅଭିଯୋଗ ହୋଇଛି।
ଏପରିକି ଶନିବାର ବିଳମ୍ବିତ ରାତିରୁ ରବିବାର ସକାଳ ପର୍ଯ୍ୟନ୍ତ ଏହି ଘଟଣାକୁ ଭିନ୍ନରୂପ ଦେବା ଲାଗି ପୋଲିସ୍‌ ପକ୍ଷରୁ ଭରପୂର ଉଦ୍ୟମ କରାଯାଇଛି। ଯେପରିକି ରବିବାର ସକାଳୁ ଉଭୟ ଗୁରୁଭନ୍ସ  ଏବଂ ଅଙ୍କିତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ନେଇ ତାଙ୍କ ଡାକ୍ତରୀମାଇନା କରି ରିପୋର୍ଟ ସଂଗ୍ରହ କରାଯାଇଥିଲା। ସେହି ରିପୋର୍ଟରେ ମଧ୍ୟ ଅଙ୍କିତାଙ୍କୁ ଆକ୍ରମଣ କରାଯାଇଥିବା ଉଲ୍ଲେଖ ଥିଲା। ହେଲେ ଅଙ୍କିତାଙ୍କୁ କୋର୍ଟଚାଲାଣ କରିବା ପୂର୍ବରୁ ପୋଲିସ୍‌ କ୍ୟାପିଟାଲ ହସ୍ପିଟାଲରୁ ଏକ ଭୁଲ୍‌ ରିପୋର୍ଟ ସଂଗ୍ରହ କରି ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ଦାଖଲ କରିଛି, ଯାହା ପୋଲିସ୍‌ର ଦୋଷ ଦୁର୍ବଳତା ଲୁଚିଯାଇ ଅଙ୍କିତାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ସେଭଳି ଉଦ୍ୟମ ଥାନା ପକ୍ଷରୁ କରାଯାଇଥିବା ଅଙ୍କିତାଙ୍କ ବାପା ବ୍ରିଗେଡିୟର ଅନ୍ତର୍ଯ୍ୟାମୀ ପ୍ରଧାନ ଅଭିଯୋଗ କରିଛନ୍ତି। ଏହାସହ ତୁରନ୍ତ ଅଙ୍କିତାଙ୍କୁ ପୋଲିସ୍‌ ଯେଭଳି ନିର୍ମମ ଭାବେ ଆକ୍ରମଣ କରିଛି ତା’ର ଠିକ୍‌ ଡାକ୍ତରୀମାଇନା କରିବା ଲାଗି ସେ ଦାବି କରିଛନ୍ତି।
ଅନ୍ୟପଟେ ଅନେକ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଭରତପୁର ଥାନାରେ କ୍ୟାମେରା ନାହିଁ ବୋଲି ରବିବାର ଥାନା ଭାରପ୍ରାପ୍ତ ଅଧିକାରୀ ଦୀନକୃଷ୍ଣ ମିଶ୍ର କହିଛନ୍ତି। ସେକଥା ମଧ୍ୟ ଏହି ଘଟଣାରେ ଆହୁରି ସନ୍ଦେହ ଘନୀଭୂତ କରିଛି। ମିଳିଥିବା ସୂଚନା ମୁତାବକ, କିଛିଦିନ ତଳେ ଏହି ଥାନାରେ ହାଇରିଜୋଲ୍ୟୁଶନ କ୍ୟାମେରା ଲଗାଯାଇ ଉଦ୍‌ଘାଟନ କରାଯାଇଥିବା ଉକ୍ତ ଥାନାର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ତେଣୁ ଯଦି ଥାନାରେ ସିସିଟିଭି ଅଛି ତେବେ ଏହାର ପୂର୍ବଦିନର ସମସ୍ତ ଘଟଣା ସେଥିରେ କଏଦ ଥିବ। ତେଣୁ କେଉଁ ପରିସ୍ଥିତିରେ ଥାନା ଭାରପ୍ରାପ୍ତ ଅଧିକାରୀ ସେଠାରେ ସିସିଟିଭି ନାହିଁ ବୋଲି କହିଲେ ତାହା ମଧ୍ୟ ସନ୍ଦେହ ଯାତ କରିଛି।
ଅନ୍ୟପକ୍ଷରେ ପୋଲିସ୍‌ ଅଧିକାରୀମାନେ ସବୁକିଛି ନିୟମାନୁଯାୟୀ କରିବା ଲାଗି ସେମାନଙ୍କୁ ଅଧିକାର ଦିଆଯାଇଛି। ହେଲେ ଜଣେ ଆର୍ମି ଅଫିସରଙ୍କୁ ଅଟକ ରଖିବା ଏବଂ ତାଙ୍କୁ ହାଜତରେ ପୂରାଇବା ଲାଗି ଯେଉଁ ନିୟମ ରହିଛି ଭରତପୁର ଥାନାର କର୍ମଚାରୀମାନେ ତାକୁ ଉଲ୍ଲଂଘନ କରିଛନ୍ତି। ନିୟମ ଅନୁଯାୟୀ ଗୁରୁଭନ୍ସ ସିଂ ଜଣେ ମେଜର ର଼୍ୟାଙ୍କର ଅଫିସର। ତାଙ୍କୁ ହାଜତରେ ରଖିବା ଲାଗି ଜଣେ ଏସ୍‌ପି ପାହ୍ୟାର ଅଧିକାରୀ ଆସିବା କଥା। ତାଙ୍କୁ ଅଟକ ରଖିବା ପୂର୍ବରୁ ତାଙ୍କ ବିରୋଧରେ ମାଜିଷ୍ଟ୍ରେଟ୍‌ ଗିରଫ ପରଓ୍ବାନା ପ୍ରଦାନ କରିଥିବେ କିମ୍ବା ତାଙ୍କ ବିରୋଧରେ ହତ୍ୟା କିମ୍ବା ବଳାତ୍କାର ଭଳି ସଙ୍ଗୀନ ମାମଲା ରୁଜୁ ହୋଇଥିବା ଦରକାର। ହେଲେ ଏସବୁ କିଛି ନ ଥାଇ ତାଙ୍କ ପ୍ୟାଣ୍ଟ, ଶାର୍ଟ ଏବଂ ଜୋତା ଖୋଲି ତାଙ୍କୁ ଅତ୍ୟନ୍ତ ଅପମାନିତ କରି ୪ ଘଣ୍ଟା ଅଟକ ରଖାଯାଇଥିଲା। ଯଦି ପୋଲିସ୍‌ ଏହି ନିୟମରେ କିଛି ଖିଲାପି କରିଛି ତେବେ ଏହା ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନ ହେବ ବୋଲି ପ୍ରଶ୍ନ ଉଠିଛି। ଅଙ୍କିତାଙ୍କ ବାପା ତଥା ଓଡ଼ିଶା ଷ୍ଟେଟ୍‌ ଏକ୍ସ ସର୍ଭିସ୍‌ ଆସୋସିଏଶନର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ପ୍ରଧାନ ଖବରଦାତା ସମ୍ମିଳନୀ କରି କହିଛନ୍ତି ଯେ, ତୁରନ୍ତ ଏହି ଘଟଣାରେ ଥାନାର ଆଇଆଇସି ଏବଂ ଅନ୍ୟ କର୍ମଚାରୀମାନଙ୍କୁ ସସ୍‌ପେଣ୍ଡ କରାଯାଉ। ଜଣେ ଆର୍ମି ଅଫିସର ଅଭିଯୋଗ କରିବାକୁ ଯାଇଥିଲେ ଓଲଟା ତାଙ୍କୁ ମାରିକି ଗିରଫ କରିଦେଉଛନ୍ତି। ଯଦି ଏତେ ପୋଲିସ୍‌ କର୍ମଚାରୀଙ୍କୁ ଏମାନେ ଦୁଇ ଜଣ ମରାମରି କଲେ ତେବେ ସିସିଟିଭି ଫୁଟେଜ ମାଗିବାକୁ କହିବାରୁ କାହିଁକି ଲାଗି ନ ଥିବା କହୁଛନ୍ତି। ସୁପ୍ରିମକୋର୍ଟ ଗାଇଡ୍‌ଲାଇନ ଅନୁଯାୟୀ ସିସିଟିଭି କ୍ୟାମେରା ଥାନାରେ ନିଶ୍ଚିତ ଭାବେ ଲାଗିବା ଦରକାର। ଏମାନେ ସୁପ୍ରିମକୋର୍ଟ ନିୟମର ଉଲ୍ଲଂଘନ କରିଛନ୍ତି। ଏହା ଏକ ପ୍ରକାର ଜଙ୍ଗଲରାଜ। ପୋଲିସ୍‌ ଡ୍ରେସ୍‌ରେ ଏମାନେ ଗୁଣ୍ଡାରାଜ ଚଳାଇଛନ୍ତି। ଜଣେ ଆର୍ମି ଅଫିସରଙ୍କ ଅବସ୍ଥା ଯଦି ଏମିତି, ତେବେ ସାଧାରଣ ଲୋକ କ’ଣ ନ୍ୟାୟ ପାଇବେ। ଏମିତି ହେଲେ ଆଗକୁ କେହି ସେନାରେ ମଧ୍ୟ ଯୋଗ ଦେବେନି। ଦେଶକୁ ରକ୍ଷା କରିବା ଲାଗି ନିଜ ଜୀବନ ଦେଉଥିବା ଅଫିସର ସହିତ ଏଭଳି ଜଘନ୍ୟକାଣ୍ଡ ଘଟୁଥିବା ବେଳେ ଉପର ଅଫିସରମାନେ ନୀରବ ରହୁଛନ୍ତି ବୋଲି ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ ଯେ, ଶନିବାର ରାତି ପ୍ରାୟ ୧୨ଟା ୩୦ ମିନିଟ୍‌ରେ ଗୁରୁଭନ୍ସ ଏବଂ ଅଙ୍କିତା ତାଙ୍କ ଗାଡିରେ ପଟିଆରୁ ଫେରୁଥିବା ସମୟରେ କିଛି ଯୁବକ ସେମାନଙ୍କୁ ଅଟକାଇ ମରାମରି କରିଥିଲେ। ଏହାପରେ ସେମାନେ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସି ପହଞ୍ଚିଥିଲେ। ହେଲେ ଥାନାରେ ଯେମିତି ସେମାନଙ୍କୁ ନ୍ୟାୟ ମିଳିବା କଥା ନ ମିଳିବାରୁ ସେମାନେ କିଛି ପ୍ରଶ୍ନ ଉଠାଇଥିଲେ। ଏହାପରେ ଅଭିଯୋଗ କରିବାକୁ ଆସିଥିବା ଗୁରୁଭନ୍ସ ଏବଂ ଅଙ୍କିତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଭରତପୁର ଥାନା କର୍ମଚାରୀଙ୍କ ନିର୍ଯାତନା। ଗୁରୁଭନ୍ସ ଜଣେ ମେଜର ପାହ୍ୟାର ଆର୍ମି ଅଫିସର ହେବା ସତ୍ତ୍ୱେ ତାଙ୍କ ପ୍ୟାଣ୍ଟ, ଶାର୍ଟ, ଜୋତା ଖୋଲି ତାଙ୍କୁ ହାଜତରେ ପୂରାଇ ଦେଇଥିଲେ। ଅନ୍ୟପଟେ ଅଙ୍କିତାଙ୍କୁ ପ୍ରବଳ ମାରିବା ସହିତ ତାଙ୍କ ଡ୍ରେସ୍‌ ମଧ୍ୟ ଖୋଲି ଦେଇଥିଲେ। ଏହାପରେ ରବିବାର ଅଙ୍କିତାଙ୍କୁ କୋର୍ଟ ଚାଲାଣ କରିବା ଲାଗି ପୋଲିସ୍‌ କର୍ମଚାରୀମାନେ ଭୁଲ୍‌ ହସ୍ପିଟାଲ ରିପୋର୍ଟ ଆଣିଥିବା ଅଭିଯୋଗ ମଧ୍ୟ ହୋଇଛି। ଅଙ୍କିତାଙ୍କ ଜାମିନ ନାମଞ୍ଜୁର ହେବାପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଅନ୍ୟପଟେ ଏହି କଥାରେ ପୋଲିସ୍‌ ନିଜ ଭୁଲ୍‌ ଲୁଚାଇବା ଲାଗି ସମସ୍ତ ପ୍ରକାର କ୍ଷମତାର ଅପବ୍ୟବହାର କରିଚାଲିଛି।

Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?