କମେଣ୍ଟକୁ ବିରୋଧ କରିବାରୁ ୩ ଛାତ୍ରଙ୍କୁ ମାଡ଼

ଭୁବନେଶ୍ୱର,୧୮।୪ (ବ୍ୟୁରୋ): ବିଜେବି ପରେ ମହର୍ଷି କଲେଜରେ ଅଣଛାତ୍ର ଓ ଅସାମାଜିକଙ୍କ ରାଜ୍‌ ସାମ୍ନାକୁ ଆସିଛି। କ୍ୟାମ୍ପସରେ ଆଡ୍ଡା ଜମାଇବା ସହ ଛାତ୍ରୀଙ୍କୁ କମେଣ୍ଟ ମାରୁଛନ୍ତି। ଏହାକୁ ବିରୋଧ କରିବାରୁ ମହର୍ଷି କଲେଜର ୩ ଛାତ୍ରଙ୍କୁ ସମ୍ପୃକ୍ତ ଅସାମାଜିକ ଯୁବକମାନେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି। ପାଠପଢ଼ା ଚାଲିଥିବାବେଳେ ସେମାନେ କ୍ୟାମ୍ପସରେ ପଶି ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ରାସ୍ତାକୁ ଘୋଷାରି ଆଣି ସର୍ବସମ୍ମୁଖରେ ଲହୁଲୁହାଣ କରିଛନ୍ତି। ଏପରିକି ଆକ୍ରମଣ ସମୟରେ ଆକ୍ରମଣକାରୀମାନେ ଉଦ୍ଧାର ପାଇଁ ଯାଉଥିବା ଛାତ୍ରୀଛାତ୍ର ଓ ସାଧାରଣ ଲୋକଙ୍କୁ ଧମକ ଦେଇଛନ୍ତି। ୬ରୁ ଊର୍ଦ୍ଧ୍ୱ ଅଣଛାତ୍ର ବାଡ଼ି, ଲୁହା ପାଇପ୍‌ ଆଦି ବିଭିନ୍ନ ମାରଣାସ୍ତ୍ରରେ ୧୫ ମିନିଟ୍‌ରୁ ଅଧିକ ସମୟ ଧରି ଏପରି ଆତଙ୍କ ଖେଳାଉଥିବାବେଳେ କଲେଜ ସୁରକ୍ଷା କର୍ମୀ ଓ ଅନ୍ୟ ଛାତ୍ରୀଛାତ୍ର ଭୟରେ ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଥିଲା। ତେବେ ୩ ଛାତ୍ରଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ପହଞ୍ଚତ୍ବା ପୂର୍ବରୁ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ପଳାଇଥିଲେ। ଏହି ଘଟଣା ପରେ କଲେଜରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଛାତ୍ରମାନେ ହୋହଲ୍ଲା କରିବା ସହ ଗେଟ୍‌ ଆଗରେ ଧାରଣା ଦେଇଥିଲେ। କଲେଜ କର୍ତ୍ତୃପକ୍ଷ ଓ ପୋଲିସ ପହଞ୍ଚତ୍ ବୁଝାଶୁଝା କରିବା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଛାତ୍ରମାନେ ଧାରଣାରୁ ଉଠିଥିଲେ।
ପୂର୍ବରୁ ପୋଲିସ ଉପସ୍ଥିତିରେ ଅଭିଯୁକ୍ତମାନେ ଅଣ୍ଡରଟେକିଂ ଲେଖିଥିଲେ
ମିଳିଥିବା ସୂଚନାନୁସାରେ, ଆକ୍ରମଣକାରୀ ଅସାମାଜିକ ଯୁବକମାନେ ମହର୍ଷି କଲେଜ ଆଗରେ ସବୁବେଳେ ବସିବା ସହ ପିଲାଙ୍କୁ କମେଣ୍ଟ ମାରୁଥିରେ। ମଝିରେ ମଝିରେ କ୍ୟାମ୍ପସରେ ପଶି ଛାତ୍ରୀଛାତ୍ରଙ୍କୁ ନାଲିଆଖି ଦେଖାଇବା ସହ ନିଜର ଦବ୍‌ଦବା ଜାହିର କରୁଥିଲେ। ଗତ ଶୁକ୍ରବାର କଲେଜ କ୍ୟାମ୍ପସରେ ପଶି କେତେଜଣ ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ସେଠାରେ ଉପସ୍ଥିତ ଥିବା ଛାତ୍ରୀଛାତ୍ର ଏହାକୁ ବିରୋଧ କରିଥିଲେ। ଏଥିସହ ସେମାନେ ଅସାମାଜିକ ଯୁବକଙ୍କୁ ଧରି ପ୍ରିନ୍ସିପାଲଙ୍କ ନିକଟକୁ ନେଇଥିଲେ। ପ୍ରିନ୍ସିପାଲ ଏନେଇ ପୋଲିସଙ୍କୁ ଖବର ଦେଇଥିଲେ। ଭବିଷ୍ୟତରେ ଆଉ ଏପରି କରିବେ ନାହିଁ ବୋଲି ଉକ୍ତ ଯୁବକମାନେ ପୋଲିସ ଉପସ୍ଥିତିରେ ଅଣ୍ଡରଟେକିଂ ଦେଇଥିଲେ। ଏହି ରାଗରେ ସେମାନେ ସୋମବାର ପୂର୍ବାହ୍ନ ପ୍ରାୟ ସାଢେ ୧୦ଟାରେ ୬ରୁ ଊର୍ଦ୍ଧ୍ୱ ଯୁବକ ବାଇକ୍‌ରେ ଆସି ସିଧା କ୍ୟାମ୍ପସ ଭିତରେ ପଶିଥିଲେ। ହାତରେ ଥିଲା ଲୁହା ପାଇପ୍‌, ବାଡ଼ି ଓ ଅନ୍ୟାନ୍ୟ ମାରଣାସ୍ତ୍ର। ପ୍ରଥମେ ସାଇକେଲ ଷ୍ଟାଣ୍ଡରେ ବସିଥିବା ୩ ଛାତ୍ରଙ୍କୁ ହଠାତ ତଳେ ପକାଇ ବିଧା, ଗୋଇଠା ମାରି ଚାଲିଥିଲେ। ଅଣଛାତ୍ରଙ୍କ ଏଭଳି ଗୁଣ୍ଡାରାଜ ଦେଖି ଉପସ୍ଥିତ ଥିବା ଅନ୍ୟ ପିଲାମାନେ ଓ କଲେଜର ସୁରକ୍ଷାକର୍ମୀ ଦୌଡିବାକୁ ଲାଗିଲେ। ପରେ ଆହତ ୩ ଛାତ୍ରଙ୍କୁ ବାହାରକୁ ଟାଣି ଫାଟକ ଆଗରେ ପ୍ରବଳ ପିଟିଥିଲେ। ଯିଏ ବିରୋଧ କରୁଥିଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ କେତେଜଣ ଛାତ୍ର ପ୍ରିନ୍ସିପାଲଙ୍କୁ ଘଟଣା ବିଷୟରେ ଜଣାଇବାରୁ ସେ ଥାନାକୁ ଖବର ଦେଇଥିଲେ। ପୋଲିସ ପଞ୍ଚତ୍ବାବେଳକୁ ଅଭିଯୁକ୍ତମାନେ ଉକ୍ତ ସ୍ଥାନରୁ ଛତ୍ରଭଙ୍ଗ ଦେଇଥିଲେ। ପୋଲିସ କଲେଜ କ୍ୟାମ୍ପସ ଓ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri