ଟେବୁଲ ହଲାଇଦେବାରୁ ଛାତ୍ରଙ୍କୁ ମାଡ଼

ନୟାଗଡ଼ ଅଫିସ/ଓଡ଼ଗାଁ,୨୨।୮(ସ୍ବ.ପ୍ର.): ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଦିଆଯାଇଛି। ଏଥିରେ ଜଣେ ଛାତ୍ର ଆହତ ହୋଇଛନ୍ତି। ଟେବୁଲ୍‌ ହଲାଇ ଦେବାରୁ ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ୍‌ ଓଡ଼ଗାଁ ୟୁଜିଏମ୍‌ଇ ସ୍କୁଲର ପ୍ରଧାନଶିକ୍ଷକ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ବେତରେ ମାଡ ମାରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଛାତ୍ର ଘରେ ପହଞ୍ଚିବା ପରେ ତାଙ୍କ ମା’ବାପା ଓଡ଼ଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ପୁଅର ଚିକିସତ୍ା କରାଇଛନ୍ତି। ଏ ସମ୍ପର୍କରେ ଛାତ୍ରଙ୍କ ମା’ବାପା ଅଭିଯୋଗ କରିବାକୁ ଓଡ଼ଗାଁ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ବିଇଓ ଅଫିସରେ ନ ଥିବାରୁ ବଡବାବୁଙ୍କ ନିକଟରେ ଅଭିଯୋଗ କରି ଫେରିଛନ୍ତି। ମାଡ଼ ଖାଇଥିବା ଛାତ୍ରଙ୍କ ବାପା ଦିଲ୍ଲୀପ ସେଠୀ ଓ ମା’ବାସନ୍ତୀ ସେଠୀଙ୍କ ଅଭିଯୋଗ ଅନୁଯାୟୀ, ପୁଅ ଅଜିତ୍‌ ଉପରୋକ୍ତ ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ର। ଗତ ଶୁକ୍ରବାର ସ୍କୁଲରେ ପାଠ ପଢ଼ା ଯାଉଥିବା ସମୟରେ ଟେବୁଲ ହଲାଇ ଦେବାରୁ ଅଜିତ୍‌ଙ୍କୁ ପ୍ରଧାନଶିକ୍ଷକ କାର୍ତ୍ତିକେଶ୍ୱର ପଣ୍ଡା ବେତରେ ପିଟିଥିଲେ। ପୁଅ ଘରକୁ ଫେରିବା ପରେ ଦେହର କ୍ଷତ ଚିହ୍ନ ଦେଖି କାରଣ ପଚାରିଥିଲୁ। ହେଲେ ସେ କିଛି କହି ନ ଥିଲା। ଡାକ୍ତରଖାନାକୁ ନେବା ବେଳେ ପ୍ରଧାନଶିକ୍ଷକ ମାଡ ମାରିଥିବା କହିଥିଲା। ଏନେଇ ଶନିବାର ବ୍ଳକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଭେଟିବାକୁ ଯାଇଥିଲୁ। ହେଲେ ସେ ନ ଥିଲେ। ବଡବାବୁ ଘଟଣା ଆଗକୁ ନ ନେବାକୁ ପରାମର୍ଶ ଦେଲେ। ଆମେ ସୋମବାର ପୁଣି ବ୍ଳକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବୁ। ଯିଏ ଦୋଷ କରିଛନ୍ତି ସେ ଦଣ୍ଡ ପାଇବା ଦରକାର ବୋଲି ଏହି ଦମ୍ପତି କହିଛନ୍ତି। ଏନେଇ ପ୍ରଧାନଶିକ୍ଷକ ପଣ୍ଡାଙ୍କୁ ପଚାରିବାରୁ ଅଜିତ୍‌ଙ୍କୁ ମାଡ ମାରିବା ଘଟଣାର ସତ୍ୟତା ନାହିଁ। ୨ ସାଙ୍ଗ ଖେଳକୁଦ ସମୟରେ ଖଣ୍ଡିଆ ଖାବରା ହୋଇଛନ୍ତି। ଶନିବାର ଅଜିତଙ୍କ ମା’ବାପା ସ୍କୁଲକୁ ଆସିବା ପରେ ଘଟଣା ସମ୍ପର୍କରେ ମୁଁ ଜାଣିଥିଲି। ମାଡ଼ ମାରିବା ଘଟଣା ସତ୍ୟ ନୁହେଁ ବୋଲିି ସେମାନଙ୍କୁ ମୁଁ ବୁଝାଇ କହିଥିଲି ବୋଲି ସେ କହିଛନ୍ତି। ବ୍ଳକ ଶିକ୍ଷା ଅଧିକାରୀ ଗୀତାରାଣୀ ସାହୁ କୁହନ୍ତି, ସରକାରୀ କାମରେ ବାହାରେ ଥିବାବେଳେ ଅଜିତ୍‌ଙ୍କ ମା’ବାପା ଅଭିଯୋଗ କରିବାକୁ ଆସିଥିଲେ। ଛାତ୍ରଙ୍କ ଦେହରେ ମାଡ଼ ହୋଇଥିବାର ଚିହ୍ନ ଥିଲା। ବଡ଼ବାବୁଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ଜାଣିବା ପରେ ମୁଁ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିବାକୁ ଅଜିତ୍‌ଙ୍କ ମା’ବାପାଙ୍କୁ ପରାମର୍ଶ ଦେଇଛି। ସୋମବାର ଘଟଣାର ତଦନ୍ତ ହେବ। ତଦନ୍ତ ପରେ ସତ୍ୟତା ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଜିଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ କୁହନ୍ତି, ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ବ୍ଳକ ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri